ମଲାଲାଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନୀ ଜେଲ୍‌ରୁ ଫେରାର୍‌

Published: Feb 7, 2020, 9:38 am IST

ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ 2014ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ 132 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହସାସ ପଳାୟନ କରିଥିବାବେଳେ ଏନେଇ ଏକ ଅଡିଓ କ୍ଲିପ୍‌ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ସୂଚନାଯୋଗ୍ୟ, ପାକିସ୍ତାନର ସ୍ୱାତ ଘାଟିରେ 2012ରେ ଝିଅଙ୍କ ପାଇଁ ଶିକ୍ଷା ଅଭିଯାନରେ ମଲାଲା ସାମିଲ ହୋଇଥିବାରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।  (ଏଜେନ୍ସି)

Related posts