ପାକିସ୍ତାନରେ ପ୍ରଥମ ମୁଣ୍ଡ ନେଲା କରୋନା, ଦେଶରେ ଆକ୍ରାନ୍ତ ସଂଖ୍ୟା 184ରେ ପହଞ୍ଚିଲା

Published: Mar 17, 2020, 3:49 pm IST

ପାକିସ୍ତାନ : କରୋନା ଭାଇରସ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଏହା ୟୁରୋପ ସହିତ ଏସିଆରେ ମଧ୍ୟ ପ୍ରବଳ ବେଗରେ ବ୍ୟାପିବାରେ ଲାଗିଛି । ଭାରତର ଅନ୍ୟତମ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ କରୋନା ବେଶ୍‌ ଭୟଙ୍କର ଭାବରେ ମାଡ଼ି ଚାଲିଛି । ପାକିସ୍ତାନରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାବେଳେ ଏହି ରୋଗରେ ଗତ 24 ଘଣ୍ଟା ମଧ୍ୟରେ 130ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଲାହୋରଠାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ପାକିସ୍ତାନରେ ଅଚାନକ ଭାବରେ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ନିକଟରେ ଇରାନରୁ ଫେରିଥିଲେ । ପାକିସ୍ତାନରେ ସର୍ବମୋଟ 185ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । (ଏଜେନ୍ସି)

Related posts