ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନାରେ ମୃତକଙ୍କ ସଂଖ୍ୟା ଏଗାରହଜାର ଟପି ସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ଇଟାଲୀରେ କାୟା ବିସ୍ତାର କରୁଛି। ଚୀନଠାରୁ ଇଟାଲୀରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ତଥା ମୃତ୍ୟୁବରଣ କରୁଛନ୍ତି। ଶୁକ୍ରବାର ଦିନ ଇଟାଲୀରେ ଏହି ରୋଗ ଯୋଗୁଁ 627ଜଣ ମୃତ୍ୟୁବରଣ କରିଥିଲେ । ଇଟାଲୀରେ ସର୍ବମୋଟ ଚାରି ଜହାର ଲୋକେ ମୃତ୍ୟୁ ବରଣ କଲେଣି । ସାରା ବିଶ୍ବରେ ଏହି ରୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ 276,123 ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 91,952 ଜଣ । ସେହିପରି ଏହି ରୋଗ 185ଟି ଦେଶକୁ ବ୍ୟାପିଛି। ପାକିସ୍ତାନରେ ଏହି ରୋଗରେ 500 ଜଣ ଆକ୍ରାନ୍ତ ହୋଇଥିବାବେଳେ ତିନି ଜଣ ମୃତ୍ୟୁବରଣ କରିଛନ୍ତି ସେହିପରି ଆମେରିକାରେ 267 ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବାବେଳେ 19,650 ଜଣ ଆକ୍ରାନ୍ତ ହୋଇଛନ୍ତି।
ତେବେ କରୋନାକୁ ନେଇ ମନରେ ଉଠୁଥିବା ଡର ଓ ଭୟକୁ ଦୂର କରି ଏହି ରୋଗଠାରୁ ସତର୍କ ରୁହନ୍ତୁ। ସତର୍କତା ଓ ସଚେତନତା ହିଁ ଏହି ରୋଗ କବଳରୁ ଆମକୁ ଦୂରେଇ ରଖିପାରିବ।
ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍ :