Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନାରେ ସର୍ବକନିଷ୍ଠ ମହିଳାଙ୍କ ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

କରୋନାରେ ସର୍ବକନିଷ୍ଠ ମହିଳାଙ୍କ ମୃତ୍ୟୁ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୋଲାଣ୍ଡ : କରୋନା ଭାରଇସ ସାରା ଦୁନିଆରେ ଆତଙ୍କ ଖେଳାଉଥିବାବେଳେ ଇଟାଲୀରେ କରୋନାଙ୍କ ମୃତ୍ୟ ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବଢିଚାଲିଛି । ଏହି ମହାମାରୀ ଯୋଗୁଁ ବୟସ୍କ ଅର୍ଥାତ୍‌ 60ରୁ 80 ବର୍ଷ ବୟସ୍କଙ୍କ ମୃତ୍ୟୁ ବେଶି ଘଟୁଥିବାର ଜଣାପଡିଛି । ତେବେ ପୋଲାଣ୍ଡଠାରେ ଜଣେ 27 ବର୍ଷୀୟ ମହିଳା ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । କରୋନା ଭାଇରସରେ ବିଶ୍ବର ସର୍ବକନିଷ୍ଠ ଭାବେ ଏହି ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।

ମହିଳା ଜଣକ ଶିଶୁକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଆଶ୍ଚର୍ଯ୍ୟର କଥା ମହିଳା ଜଣକ ପୂରାପୂରି ସୁସ୍ଥ ଥିଲେ । ପୋଲାଣ୍ଡରେ ଏବେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

ଏହି ମହିଳାଙ୍କୁ ତାଙ୍କ ମା’ଙ୍କଠାରୁ କରୋନା ସଂକ୍ରମଣ କରିଥିଲା । ତାଙ୍କ ମା’ ନିକଟରେ ଇଟାଲୀରୁ ଫେରିଥିଲେ। ଇଟାଲୀ ଏବେ କରୋନା ମହାମାରୀର କେନ୍ଦ୍ରସ୍ଥଳ ପାଲଟି ଯାଇଛି। ମହିଳା ଜଣକ ନିକଟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏବଂ ସୁସ୍ଥ ଥିଲେ । କିନ୍ତୁ କରୋନ ଆକ୍ରମଣରେ ସେ ଜୀବନ ହାରିଛନ୍ତି । ସେହିପରି ବ୍ରିଟେନ୍‌ରେ କରୋନା ଭାଇରସ୍‌ ଯୋଗୁଁ 144 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜହାରରୁ ଅଧିକ ଆକ୍ରାନ୍ତ ହୋଇଥିବାର ଖବର ରହିଛି ।

କରୋନା ଭାଇରସରୁ ବଞ୍ଚିବା ପାଇଁ ଏଠାରେ ସରକାର ବେଶ୍‌ ସତର୍କତା ଗ୍ରହଣ କରୁଛନ୍ତି । ସାମାଜିକ ଦୂରତ୍ବ ପାଇଁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ।  ପୋଲାଣ୍ଡର ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ, ଲୋକଙ୍କୁ 12 ସପ୍ତାହ ପର୍ଯ୍ୟନ୍ତ ସାମାଜିକ ଦୂରତା ରଖିବା ନିମେନ୍ତ କୁହାଯାଇଛି। ସରକାର କରୋନାକୁ ନେଇ ବହୁତ ଶୀଘ୍ର ନୀତିର ଘୋଷଣା କରିବେ ।

ପୋଲାଣ୍ଡ ସରକାର ପ୍ରାୟ 14 ଲକ୍ଷ ଲୋକଙ୍କୁ ମୋବାଇଲ୍‌ ମେସେଜ୍‌ ଓ ପତ୍ର ମାଧ୍ୟମରେ ସନ୍ଦେଶ ଦେଇ ଅଲଗା ରହିବା ଅର୍ଥାତ୍‌ ସାମାଜିକ ଦୂରତା ରଖିବା ନିମେନ୍ତ ପରାମର୍ଶ ଦେଇଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.