ଆଫଗାନିସ୍ତାନ ଗୁରୁଦ୍ବାରରେ ଗୁଳିକାଣ୍ଡ : 27 ମୃତ

Published: Mar 25, 2020, 4:26 pm IST

କାବୁଲ୍ : ଆଫଗାନିସ୍ତାନରେ ଏକ ଗୁରୁଦ୍ବାରରେ ଗୁଳିକାଣ୍ଡ ଘଟି 27 ଜଣଙ୍କର ପ୍ରାଣହାନି ଘଟିଛି । 27 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଆଫଗାନିସ୍ତାନର କାବୁଲରେ ଏକ ଗୁରୁଦ୍ବାରରେ ଶିଖ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ କିଛି ବନ୍ଧୁକ ଧାରୀ ଆତତାୟୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଗୁରୁଦ୍ବାରରେ 150ରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଘଟଣା ସ୍ଥଳରେ 27 ଜଣ ପ୍ରାଣ ହରାଇଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି । ଆଫଗାନିସ୍ତାନ ସୁରକ୍ଷା ବଳ ସମସ୍ତ 4 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛନ୍ତି । ଆତଙ୍କୀ ସଙ୍ଗଠନ ଆଇଏସ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଭାରତ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଛି । (ଏଜେନ୍ସି)

Related posts