Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»106 ବର୍ଷ ବୟସରେ କରୋନା ମାତ୍‌ ଦେଇ ଚର୍ଚ୍ଚାରେ ବୃଦ୍ଧା
ଅନ୍ତରାଷ୍ଟ୍ରୀୟ

106 ବର୍ଷ ବୟସରେ କରୋନା ମାତ୍‌ ଦେଇ ଚର୍ଚ୍ଚାରେ ବୃଦ୍ଧା

April 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍‌, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍‌ର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି । 106 ବର୍ଷୀୟା ଏହି ବୃଦ୍ଧାଜଣକ କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇଛନ୍ତି । ଦୁଇ ଦୁଇଥର ବିଶ୍ବଯୁଦ୍ଧ ଦେଖିଥିବା ଏହି ମହିଳା ଜଣକ କରୋନା ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଛନ୍ତି ।

ବ୍ରିଟେନ୍‌ରେ କରୋନାକୁ ଜିତିଥିବା ଅଧିକ ବୟସ୍କ ମହିଳା ଭାବେ ଏହି ମହିଳା ଜଣକ ତିନି  ସପ୍ତାହ ଧରି ହସ୍ପିଟାଲରେ ରହିଥିଲେ । କିନ୍ତୁ ମୃତ୍ୟୁ ଓ ଜୀବନର ଲଢେଇ ଭିତରେ ମହିଳାଜଣକ ଜିତିଛନ୍ତି । ମହିଳାଙ୍କ ନାମ ହେଉଛି କୋନି ଟିଚେନ୍‌ । ଟିଚେନ୍‌ 1913 ମସିହାରେ ଜନ୍ମ ହୋଇଥିଲେ । ଗତ ମାସ ତାଙ୍କ ଦେହ ବହୁତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନାର ସଂକ୍ରମିତ ହୋଇଥିବାର ଜଣାପଡିଥିଲେ । ହସ୍ପିଟାଲରେ ତିନି ସପ୍ତାହ ରହିବା ପରେ ଚଳିତ ସପ୍ତାହରେ ସେ ଘରକୁ ଫେରିଛନ୍ତି ।

ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା 99 ହଜାର ପାର କରିଥିବାବେଳେ 12 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ସେ ସୁସ୍ଥ ଅଛନ୍ତି ।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.