ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ପ୍ରଭାବ ବିସ୍ତାର କରିଥିବାବେଳେ ଆମେରିକାରେ କରୋନା ସ୍ଥିତି ଜଟିଳ ରହିଛି। ଆମେରିକାରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା 50 ହଜାର ପାର୍ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 886,709ରେ ପହଞ୍ଚିଛି। ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 27 ଲକ୍ଷ ପାର କରିସାରିଥିବାବେଳେ ମୃତ୍ୟୁସଂଖ୍ୟା 1,91,061ରେ ପହଞ୍ଚିଛି ।
ଆମେରିକାରେ ବ୍ୟତୀତ ସ୍ପେନ୍, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ୍ ଆଦି ରାଷ୍ଟ୍ରରେ ମଧ୍ୟ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ସ୍ପେନ୍ରେ ସଂକ୍ରମିତଙ୍କ ସଂଖ୍ୟା 213,024 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22,157ରେ ପହଞ୍ଚିଛି । ସେହିପରି ସ୍ପେନ୍ରେ ମୃତକଙ୍କ ସଂଖ୍ୟା 89,250ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1,01,617ରେ ପହଞ୍ଚିଛି । ଇଟାଲୀରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ରହିଛି । ଏଠାରେ 1 ଲକ୍ଷ 89 ହଜାର 973 ଲୋକ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା 25 ହଜାର ଡେଇଁଛି । ସେହିପରି ଫ୍ରାନ୍ସରେ ସଂକ୍ରମିତଙ୍କ ସଂଖ୍ୟା 158,183ରେ ପହଞ୍ଚିଥିବାବେଳେ ସେହିପରି ମୃତ୍ୟୁ ସଂଖ୍ୟା 21 ହଜାର 856ରେ ପହଞ୍ଚିଛି । (ଏଜେନ୍ସି)