Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ତିନି ସପ୍ତାହ ପରେ ଆମେରିକାରେ ଗତ 24 ଘଣ୍ଟାରେ ସର୍ବନିମ୍ନ ମୃତ୍ୟୁ, ସର୍ବମୋଟ ମୃତ୍ୟୁ ସଂଖ୍ୟା 52 ହଜାର ଡେଇଁଲା
ଅନ୍ତରାଷ୍ଟ୍ରୀୟ

ତିନି ସପ୍ତାହ ପରେ ଆମେରିକାରେ ଗତ 24 ଘଣ୍ଟାରେ ସର୍ବନିମ୍ନ ମୃତ୍ୟୁ, ସର୍ବମୋଟ ମୃତ୍ୟୁ ସଂଖ୍ୟା 52 ହଜାର ଡେଇଁଲା

April 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବାସିଂଟନ୍‌ : ସାରା ବିଶ୍ବରେ କରୋନା ତା’ର କରାଳ ପ୍ରଭାବ ଜାରି ରଖିଥିବାବେଳେ ଆମେରିକାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ ବିଗତ ତିନି ସପ୍ତାହର କରୋନା ଜନିତ ମୃତ୍ୟୁ ରେକର୍ଡର ଦୈନିକ ହାର ତୁଳନାରେ ସବୁଠାରୁ କମ ଲୋକ ଜୀବନ ହାରିଛନ୍ତି। ଶୁକ୍ରବାର ଆମେରିକାରେ 1 ହଜାର 258 ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ମୋଟ୍‌ ମୃତ୍ୟୁ ସଂଖ୍ୟା 52 ହଜାର 185 ରହିଛି।  ତେବେ ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ଏଠାରେ 9 ଲକ୍ଷ 25 ହଜାର 38 ଜଣ ସଂକ୍ରମିତ ଥିବା ବେଳେ 1 ଲକ୍ଷ 10 ହଜାର 432 ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି 15 ହଜାର 97 ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସେହିପରି ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖ୍ୟା 1 ଲକ୍ଷ 97 ହଜାର 263 ଥିବା ବେଳେ  ସଂକ୍ରମିତଙ୍କ ସଂଖ୍ୟା 2,830,289 ରହିଛି । ଆମେରିକା ପରେ ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍‌ ଆଦି ଦେଶରେ କରୋନା ସ୍ଥିତି ମଧ୍ୟ ଜଟିଳ ରହିଛି । ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା 2,19,764 ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 22,524ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1,92 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 25 ହଜାରୁର ଉର୍ଦ୍ଧ୍ବ ରହିଛି । ସେହିପରି ଫ୍ରାନ୍ସରେ 1, 59 ହଜାର 828 ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22, 245ରେ ପହଞ୍ଚିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ

August 21, 2025

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025
Latest News

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ

August 21, 2025

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.