Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନାରେ ସଂକ୍ରମିତ ହେଲେ ରୁଷ୍‌ର ପ୍ରଧାନମନ୍ତ୍ରୀ, ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ ଟପିଲା
ଅନ୍ତରାଷ୍ଟ୍ରୀୟ

କରୋନାରେ ସଂକ୍ରମିତ ହେଲେ ରୁଷ୍‌ର ପ୍ରଧାନମନ୍ତ୍ରୀ, ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ ଟପିଲା

May 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର 105ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 10 ଲକ୍ଷ 42 ହଜାର 826 ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ବ୍ରିଟି୍‌ଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁସ୍ତିନ୍‌ ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେ ଏହି ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ସେଲ୍ଫ ଆଇସୋଲେସନ୍‌ ରହିବା ସହିତ ଏନେଇ ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ୍‌ଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରାଯାଇଛନ୍ତି । ଏବେ ମିଖାଇଲ୍‌ଙ୍କ କାର୍ଯ୍ୟ ଆଣ୍ଡ୍ରେ ବେଲେସୋଓ୍ବେ ସମ୍ଭାଳିବେ । ରୁଷ୍‌ରେ ସଂକ୍ରମିତଙ୍କ ସଂଖ୍ୟା 1,06,498ରେ ପହଞ୍ଚିଛି । ସେହିପରି ଦେଶରେ 1,073ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 11,6196ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ପାକିସ୍ତାନ ନ୍ୟାସନାଲ୍‌ ଆସେମ୍ପ୍ଲିର ବାଚସ୍ପତି ଅସଦ୍‌ କ୍ବାସିର୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।  ସେ ଅପ୍ରେଲ 24 ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସାକ୍ଷାତ କରିଥିଲେ ।

କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଦଶଟି ଦେଶ

ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 1,095,210 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 63 ହଜାର 861ରାେ ପହଞ୍ଚିଛି । ଗତ 24 ଘଣ୍ଟାରେ ଆମେରିକାରେ 2ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ସ୍ପେନ୍‌ରେ 2,39, 639 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 24,543ଜଣ । ଇଟାଲୀରେ 27 ହଜାର 967ଜଣ ମୃତ୍ୟୁ ବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 2,05,563ଜଣ । ଫ୍ରାନ୍ସରେ 1,67,178ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 24, 376ଜଣ । ୟୁକେରେ 26,771ଜଣ ମୃତ୍ୟୁବରଣ କରିଥିବାବେଳେ 1,71,253ଜଣ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ 6,623ଜଣ ମୃତ୍ୟୁ ବରଣ କରିଥିବାବେଳେ ଦେଢଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ତର୍କୀରେ 3,174 ଜଣ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 120,204 ଜଣ । ସେହିପରି ରୁଷ୍‌ରେ 1,073 ଜଣ ମୃତ୍ୟୁବରଣ କରିଥିବାବେଳେ 1,06,498ଜଣ ସଂକ୍ରମିତ ହୋଇଛନ୍ତି । ଇରାନ୍‌ରେ 6,028 ଜଣ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 94 ହଜାରୁର ଉର୍ଦ୍ଧ୍ବ । ସେହିପରି ବ୍ରାଜିଲ୍‌ରେ 6000ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଥିବାବେଳେ 80 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.