ନିୟମ ଭାଙ୍ଗି ଜରିମାନା ଭରିଲେ ଏହି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ

Published: Jun 1, 2020, 7:42 pm IST

ନୂଆଦିଲ୍ଲୀ : ଆଇନ ସମ୍ମୁଖରେ ସମସ୍ତେ ସମାନ, ମାତ୍ର ରାଜନୀତିଜ୍ଞ ମାନେ ସର୍ବଦା ଆଇନର ଫାଙ୍କଦେଇ ଖସି ଯାଇଥାନ୍ତି । ନିୟମ ଭାଙ୍ଗି ଜରିମାନା ଭରିଛନ୍ତି ଜଣେ ପ୍ରଧାନମନ୍ତ୍ରୀ । ରୋମାନିଆର ପ୍ରଧାନମନ୍ତ୍ରୀ ଲୁଡୋଭିକ୍‌ ଓର୍ବାନ ସାମାଜିକ ଦୂରତ୍ବ ନିୟମ ଭଙ୍ଗ କରି 600 ଡଲାରର ଜରିମାନା ଭରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ୍‌ ସଦସ୍ୟଙ୍କ ସହିତ ସିଗାରେଟ୍‌ ଏବଂ ମଦ୍ୟପାନ କରୁଥିବାର ଫଟୋ ଆସିଥିଲା । ଫଟୋଟି ସାମ୍ନାକୁ ଆସିବା ପରେ ଓର୍ବାନ୍‌ ଏଡି ଅର୍ଥଦଣ୍ଡ ପ୍ରଦାନ କରିଛନ୍ତି । ମେ 25 ତାରିଖରେ ନିଜ ଜନ୍ମଦିବସରେ ରୋମାନିଆର ବୈଦେଶିକ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହିତ ବସିଥିବାର ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରୋମାନିଆରେ ବର୍ତ୍ତମାନ ସୁଦ୍ଧା 19133 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1259 ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts