କରୋନା ଯୋଗୁଁ ମୃତ୍ୟବରଣ କଲେ ବାଂଲାଦେଶର ଆଉ ଜଣେ ମନ୍ତ୍ରୀ

Published: Jun 14, 2020, 4:35 pm IST

ଢାକା :  ସାରା ବିଶ୍ବରେ କରୋନା ସ୍ଥିତି ବେଶ୍‌ ଉଦବେଗଜନକ ରହିଛି । ପ୍ରାୟ 213ଟି ଦେଶରେ ଏହି ମହାମାରୀ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବାଂଲାଦେଶରେ ମଧ୍ୟ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ବାଂଲାଦେଶରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଧାର୍ମିକ ବ୍ୟାପାରର  ମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଛି ।

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବ ସହିତ ନିଃଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ ଅସୁବିଧା ଅନୁଭବ କରିଥିଲେ । ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ତାଙ୍କର ସାମ୍ପଲ୍‌ ପରୀକ୍ଷା କରାଯାଇଥିଲା। ଏହା ପରେ ସେ କରୋନା ପଜିଟିଭ୍‌ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତ୍ୟୁ ବେଳକୁ ଅବଦୁଲ୍ଲାଙ୍କୁ 75ବର୍ଷ ବୟସ ହୋଇଥିଲା ।  ପୂର୍ବରୁ ଶନିବାର ଦିନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମହମ୍ମଦ ନାସିମ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଢାକା ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଆଉ ଦୁଇଜଣ ମନ୍ତ୍ରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ  ଏବେ ଚିକିତ୍ସାଧୀନ ରହିଛନ୍ତି ।

ବାଂଲାଦେଶରେ ଶନିବାର ଦିନ ନୂତନ 2,856ଟି ମାମଲା ଆସିଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ 84 ହଜାର 379ଟି ସଂକ୍ରମିତ ମାମଲା ରହିଛି। ସେହିପରି ଦେଶରେ 1 ହଜାର 139ଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ 13,003 ଜଣ ଡାକ୍ତର ଓ ଏକ ହଜାରରୁ ଉର୍ଦ୍ଧ୍ବ ନର୍ସ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । କରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ବାଂଲାଦେଶ ଚୀନ୍‌କୁ ଅତିକ୍ରମ କରି18ତମ ସ୍ଥାନରେ ରହିଛି। (ଏଜେନ୍ସି)

Related posts