ସହିଦ ଭାରତୀୟଙ୍କ ଯବାନଙ୍କ ପାଇଁ ଶୋକ ପ୍ରକଟ କଲା ଆମେରିକା

Published: Jun 19, 2020, 9:12 am IST

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ୍‌ ସହ ଲଢେଇ କରି ସହିଦ ହୋଇଥିବା 20 ବୀର ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛି ଆମେରିକା । ଚୀନ୍‌ ସହ ମୁକାବିଲାରେ ସହିଦ ଯବାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ ପିମ୍ପୋଓ ଶୋକବାର୍ତ୍ତା ଜଣାଇଛନ୍ତି ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆମେ ଯବାନଙ୍କ ପରିବାର  ଓ ପୂରା ଦେଶବାସୀଙ୍କ ସହ ରହିଛୁ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ।

ସୂଚନାଯୋଗ୍ୟ, ଏହି ସହିଦ ଯବାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଯବାନ ରହିଛନ୍ତି । ଆଜି ଏହି ବୀର ସହିଦଙ୍କୁ ତାଙ୍କ ପୈତୃକ ମାଟିରେ ଶେଷ ସମ୍ମାନ ଦିଆଯାଉଛି । ଏହି ଦୁଇ ବୀରଙ୍କୁ ତାଙ୍କ ନିଜ ଗ୍ରାମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ପ୍ରମୁଖ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସହିଦ ନୁଦୁରାମ ସୋରେନଙ୍କ ମୟୂରଭଞ୍ଜ ରାଇରଙ୍ଗପୁରସ୍ଥିତ ବଡଚମ୍ପାଉଦା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ ଦିଆଯାଇଛି । ସେହିପରି କନ୍ଧମାଳ ଜିଲ୍‌ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Related posts