ସାନିଟାଇଜର ପିଇ ତିନି ମୃତ, ଜଣକର ଆଖି ନଷ୍ଟ

Published: Jun 28, 2020, 1:51 pm IST

ମେକ୍ସିକୋ : ହ୍ୟାଣ୍ଡ୍‌ ସାନିଟାଇଜର୍‌ ପିଇ ତିନିଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ଜଣକର ଆଖି ନଷ୍ଟ ହୋଇଯାଇଛି । ଏପରି ଏକ ଘଟଣା ନ୍ୟୁ ମେକ୍ସିକୋ ଅଞ୍ଚଳରେ ଘଟିଥିବାର ଜଣାଯାଇଛି ।

ସିଏନଏନ୍‌ ରିପୋର୍ଟ ଅନୁସାରେ , ହ୍ୟାଣ୍ଡ ସାନିଟାଇଜର୍‌ ପିଇବା ପରେ ଅନ୍ୟ ତିନିଜଣଙ୍କ ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ପିଇଥିବା ହ୍ୟାଣ୍ଡ୍‌ ସାନିଟାଇଜର୍‌ରେ ମେଥାନଲ୍‌ ରହିଥିଲା ।  ପ୍ରାୟ ସାତଜ ମଦର ବିକଳ୍ପ ଭାବରେ ସାନିଟାଇଜର୍‌କୁ ପିଇଦେଇଥିଲେ ବୋଲି ଜଣାପଡିଛି ।

ଶରୀରେ ମିଥାନେଲ୍‌ରୁ ଅଧିକ ମାତ୍ରା ରହିଲେ ମୁଣ୍ଡ ବ୍ୟାଥା, ବାନ୍ତି, ଦେଖାନ ଯିବା ତଥା କୋମାକୁ ଚାଲିଯିବା ପରି ସମ୍ଭାବନା ସୃଷ୍ଟି ହୋଇଥାଏ ।

କରୋନା ମହାମାରୀ ପୂର୍ବରୁ କିଛି ଜେଲ୍‌ରେ ସାନିଟାଇଜର୍‌ ଉପଯୋଗକୁ ବାରଣ କରାଯାଇଥିଲା । କାରଣ କଏଦୀ ମାନେ ଏହାକୁ ପିଇ ମୃତ୍ୟୁବରଣ କରିବା କିମ୍ବା ଏହାଦ୍ବାରା ନିଆଁ ଲଗାଇ ପାରନ୍ତି ବୋଲି ସମ୍ଭାବନା ରହିଥିବାରୁ ଏହାକୁ ଜେଲ୍‌ରେ ବ୍ୟବହାର କରାଯିବା ନେଇ ନିଷେଧାଜ୍ଞା ରହିଥିଲା ।

ନିକଟକରେ ଆମେରିକାର ଫୁଡ୍‌ ଏଣ୍ଡ୍‌ ଡ୍ରଗ୍‌ ଏଡିମିନିଷ୍ଟ୍ରେସନ୍‌ ମକ୍ସିକୋର ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେଉଥିବା ସାନିଟାଇଜର ବ୍ୟବହାରକୁ ବାରଣ କରିଥିଲା । ଏହି ସାନିଟାଇଜ୍‌ରେ ଟକ୍ସିକ୍‌ କେମିକାଲ୍‌  ରହିଥିବାର ସୂଚନା ମିଳିଥିଲା । ତେବେ ମୃତକମାନେ କେଉଁ କମ୍ପାନୀର ସାନିଟାଇଜର୍‌ ପିଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । (ଏଜେନ୍ସି)

Related posts