ଟିକ୍‌ଟକ୍‌ରେ ଡ୍ୟାନ୍ସ ଭିଡିଓ ସେୟାର କରିବା ପଡିଲା ମହଙ୍ଗା : ତିନି ବର୍ଷର ଜେଲ୍‌ ଦଣ୍ଡ ସହ 14 ଲକ୍ଷ ଟଙ୍କାର ଜରିମାନା

Published: Jun 28, 2020, 5:18 pm IST

ଇଜିପ୍ଟ : ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସରଙ୍କୁ ବେଲି ଡ୍ୟାନ୍ସ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଇଜିପ୍ଟର ଜଣେ ପ୍ରତିଷ୍ଠିତ ବେଲି ଡ୍ୟାନ୍ସର ସାମା ଏଲ୍‌ ମୈସିଙ୍କୁ ବେଲି ଡ୍ୟାନ୍ କରିବାକୁ ନେଇ ଜରିମାନା ହୋଇଛି । ମୈସୀ ଅନୈତିକ ଓ ଉତ୍ତେଜିତ ନାଚ ଭିଡିଓ ପୋଷ୍ଟ କରିବା ବେଶ୍‌ ମହଙ୍ଗା ପଡିଛି। କାଇରୋ କୋର୍ଟ ଏନେଇ ତାଙ୍କ ଉପରେ 30ହଜାର ପାଉଣ୍ଡ ଅର୍ଥାତ୍‌ ପ୍ରାୟ 14 ଲକ୍ଷ ଟଙ୍କାର ଜରିମାନା ଲଗାଇଥିବାବେଳେ ତିନି ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଲୋକଙ୍କ ଭିତରେ ଦୁର୍ବ୍ୟବହାର ତଥା ଅନୈତିକତା ସୃଷ୍ଟି କରିବା ବା ଉସୁକାଇବା ଅଭିଯୋଗରେ ମୈସୀଙ୍କୁ ଏହି ଦଣ୍ଡ ମିଳିଛି ।

ଅପ୍ରେଲ୍‌ ମାସରେ ସୋସିଆଲ ମିଡିଆରେ ଭିଡିଓ ଫଟୋର ଯାଞ୍ଚ କରିବା ପରେ ମୈସୀଙ୍କୁ ଗିରଫ କରାଯାଇଛି । ମୈସୀ ତାଙ୍କର ସମସ୍ତ ଭିଡିଓ ଲୋକପ୍ରିୟ ଭିଡିଓ ଆପ୍‌ ଟିକ୍‌ଟକ୍‌ରେ ସେୟାର କରିଥିଲେ । ସାର୍ବଜନିକ ରୂପେ ଲୋକଙ୍କୁ ଉତ୍ତେଜିତ କରାଇବା ଅଭିଯୋଗରେ ମୈସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ 42 ବର୍ଷୀୟା ବେଲି ଡ୍ୟାନ୍ସର ମୈସୀ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହିତ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସେ କହିଛନ୍ତି ଯେ,ତାଙ୍କ ଫୋନ୍‌ରୁ ଏହି ଭିଡିଓ ଚୋରି ହେବା ସହିତ ତାଙ୍କ ବିନାନୁମତିରେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

କାଇରୋ ଅଦାଲତ ଶନିବାର ଦିନ ଏହି ମାମଲା ଶୁଣାଣି କରିଛନ୍ତି । ଅନୈତିକତାକୁ ବ୍ୟାପକ କରାଇବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିବାରୁ ମୈସୀଙ୍କୁ ବିରୋଧରେ ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ଇଜିପ୍ଟ ପରିବାରର ସିଦ୍ଧାନ୍ତ ଓ ମୂଲ୍ୟର ଉଲ୍ଲଂଘନ କରିବା ଅଭିଯୋଗରେ ଦଣ୍ଡିତ ହେଉଛନ୍ତି ବୋଲି ଅଦାଲତ କହିଛନ୍ତି ।

ସେହିପରି ଏହି ମାମଲାରେ ସଂସଦର ସଦସ୍ୟ ଜନ୍‌ ତଲାଟ କରିଛନ୍ତି ଯେ, ଏହା ହେଉଛି ସ୍ବତନ୍ତ୍ରତା ଓ ଭ୍ରାମକତା ମଧ୍ୟରେ ଥିବା ଏକ ବଡ ପାର୍ଥ୍ୟକ୍ୟ । ମୈସୀ ଓ ଅନ୍ୟ ମହିଳାମାନେ ସୋସିଆଲ ମିଡିଆରେ ନିଜର ଏପରି ଭିଡିଓ ସେୟାର ନିଜ ପାରିବାରିକ ମୂଲ୍ୟକୁ ନଷ୍ଟ କରୁଛନ୍ତି, ଯାହା ସମ୍ବିଧାନର ବିରୁଦ୍ଧ ଅଟେ । (ଏଜେନ୍ସି)

Related posts