ରେଷ୍ଟୁରାଣ୍ଟରେ ଖାଇବା ହେଲା ଶସ୍ତା, ଏଣିକି ଖାଦ୍ୟର ଅଧା ବିଲ୍‌ ଦେବେ ଗ୍ରାହକ‌, ଆଉ ଅଧା ବିଲ୍‌ ଦେବେ ସରକାର

Published: Aug 1, 2020, 1:25 pm IST

ଲଣ୍ଡନ : ଏଣିକି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ କେବଳ ଅଧାବିଲ୍‌ ଦେବାକୁ ପଡିବ । ଆଉ ଅଧା ବିଲ୍‌ ସରକାର ଦେବେ। ଆଜ୍ଞ ହଁ, ଏପରି ଏକ ନିୟମ ବ୍ରିଟେନ୍‌ରେ କାର୍ଯ୍ୟକାରୀ କରାଯାଇଛି । ଆପଣମାନେ ହୋଟେଲ୍, ରେଷ୍ଟୁରାଣ୍ଟ କି କାଫେର ଯାହା ଖାଇବେ, ତା’ର ଅଧା ବିଲ୍‌ ଆପଣ ଦେବେ ଆଉ ବାକି ଅଧା ବିଲ୍‌ ସରକାର ବହନ କରିବେ ।   ଅର୍ଥନୀତିର ଅଧୋଗତି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଚାନ୍‌ସାଲ୍‌ ଋଷି ସୁନ୍କ୍‌ ଏନେଇ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ’ଇଟ୍‌ ଆଉଟ୍‌ ଟୁ ହେଲପ୍‌ ଆଉଟ୍‌’ ରହିଛି । ଅର୍ଥାତ୍‌ ବାହାରେ ଖାଇବା, କାରଣ ଏହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିବ । ଏହି ଯୋଜନା ପାଇଁ 53,000ରୁ ଅଧିକ ରେଷ୍ଟୁରାଣ୍ଟ, କାଫେ  ଅନ୍ୟ ଆଉଟଲେଟ୍‌ ନିଜର ସହମତି ଜଣାଇଛନ୍ତି ।

ହୋଟେଲ ଶିଳ୍ପକୁ ସାହାଯ୍ୟ ପାଇଁ ଏହି ଯୋଜନାର ଆରମ୍ଭ କରାଯାଇଛି । କରୋନା କାରଣରୁ ହୋଟେଲ ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଏହି ଯୋଜନା ଆଧାରରେ ଅଗଷ୍ଟ ମାସର ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟରେ ବସି ଭୋଜନ କରୁଥିବା ଲୋକଙ୍କୁ 50 ପ୍ରତିଶତର ଲାଭ ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିକୁ ଅଧିକ 10 ପାଉଣ୍ଡ ପର୍ଯ୍ୟନ୍ତ ରିହାତି ମିଳିବ। ଏବଂ ଏହି ରିହାତି ଭୋଜନ ଅନ୍ୟ ଅଣ –ମାଦ୍ରକ ଦ୍ରବ୍ୟ ଉପରେ ଲାଗୁ ହେବ । ତେବେ ଏହି ଭୋଜନର ଲାଭ ଗୋଟିଏ ଥରରୁ ଅଧିକ ଥର ମଧ୍ୟ ଉଠାଇ ହେବ ।

ଅଗଷ୍ଟ 1 ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଏକ ଆଉଟ୍‌ଲେଟ୍‌ ୟୁକେର ସମସ୍ତ ରେଷ୍ଟୁରାଣ୍ଟ, କାଫେ, ବାର୍‌ ଅନ୍ୟ ସ୍ଥାନ ମାନଙ୍କରେ ଲଗା ହୋଇଛି ।  ଏହି ସମସ୍ତ ସାପ୍ତାହିକ ଆଧାର ଉପରେ ସରକାର ତରଫରୁ ଗ୍ରାହକଙ୍କୁ ଦିଆଯାଇଥିବା 50 ପ୍ରତିଶତ ରିହାତି ବିଷୟରେ ଉଲ୍ଲେଖ ହୋଇଛି ।

ଏହି ଯୋଜନା ଜରିଆରେ ରେଷ୍ଟୁରାଣ୍ଟ, ବାର୍‌ ଓ କାଫେରେ 10 ଲକ୍ଷର ଅଧିକ ଲୋକଙ୍କୁ ରୋଜଗାର ମିଳିବ । ‘ଇଟୁ ଆଉଟ୍‌ ଟୁ ହେଲ୍ପ ଆଉଟ୍‌’ ଯୋଜନାରେ ହୋଟେଲ୍‌ଗୁଡିକ ଅଧିକ ଗ୍ରାହମ ଆସିବେ, ଯାହା ଫଳରେ ହୋଟେଲ୍‌ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିବେ । ହୋଟେଲ ଗୁଡିକରେ ଚାକିରି କରିଥିବା କର୍ମଚାରୀମାନଙ୍କର ଚାକିରିର ସ୍ଥାୟୀତ୍ବ ରହିବ । ତେବେ ଏଥିରେ କୋଭିଡ୍‌-19 ଗାଇଡ୍‌ଲାଇନର ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ । ଗ୍ରାହକଙ୍କ ପାଇଁ ଅଧିକ ଫର୍ଣ୍ଣିଚର୍‌ର ବ୍ୟବସ୍ଥଶ କରାଯିବ ବୋଲି ସୂଚନା ରହିଛି । (ଏଜେନ୍ସି)

 

 

Related posts