କରୋନା ଡରରେ ଅଜବ କାଣ୍ଡ : ଓ୍ବାସିଂମେସିନରେ ଧୋଇଲେ 14 ଲକ୍ଷ ଟଙ୍କା

Published: Aug 1, 2020, 10:18 pm IST

ସିଓଲୋ : କରୋନା ଭାଇରସ୍‌କୁ ନେଇ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡିକରେ ଏବେ ହାହାକାର ସୃଷ୍ଟି ହୋଇଛି । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ ପରିସ୍କାର ରହିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସାନିଟାଇଜ୍‌ ହେବା ମାସ୍କ ପିନ୍ଧିବା ତଥା ଦୂରତ୍ବ ରଖିବା ଦ୍ବାରା ଏହି ସଂକ୍ରମଣରୁ ଦୂରେଇ ରହିହେବ । କରୋନାକୁ ନେଇ ମନରେ ଭୟ ଥିବା ସମୟରେ କରୋନାକୁ ଡରି ଲୋକମାନେ ଅଜବ କାଣ୍ଡ ମଧ୍ୟ ଘଟାଉଛନ୍ତି। ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କରୋନା ଡରରେ  ଟଙ୍କାକୁ ଓ୍ବାସିଂ ମେସିନ୍‌ରେ ଧୋଇଛନ୍ତି ।

ଏଭଳି ଏକ ଅଜବ ଘଟଣା ଦକ୍ଷିଣ କୋରିଆରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋରିଆର ସିଓଲୋ ନିକଟସ୍ଥ ଅସଂନ ସହରର ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଡରରେ ନିଜର ସମସ୍ତ ଟଙ୍କାକୁ ସାନିଟାଇଜ୍‌ କରିବା ପାଇଁ ଓ୍ବାସିଂମେଶିନ୍‌ରେ ପକାଇ ଧୋଇ ଦେଇଛନ୍ତି । ବ୍ୟକ୍ତି ଜଣକ ପ୍ରାୟ 14 ଲକ୍ଷ ଟଙ୍କାକୁ ଓ୍ବାସିଂମେସିନ୍‌ରେ ଧୋଇବା ସହିତ ଓଭାନ୍‌ରେ ଶୁଖାଇଛନ୍ତି । ଏହି  ଧାେଇବା ଶୁଖାଇବା ଭିତରେ କିଛି ଟଙ୍କା ଜଳି ଯାଇଥିବାବେଳେ ଆଉ କିଛି ପୂରାପରି ନଷ୍ଟ ମଧ୍ୟ ହୋଇ ଯାଇଛି ।

ବ୍ୟକ୍ତି ଜଣକ ନୋଟ୍‌ଗୁଡିକରୁ ଜୀବାଣୁ ନାଶ କରିବା ପାଇଁ  ଅବଲମ୍ବନ କରିଥିବା ଉପାୟକୁ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ତେବେ ଏହି ପ୍ରକ୍ରିୟା ଯୋଗୁଁ ଅଧିକାଂଶ ନୋ୍‌ଟଗୁଡିକ ନଷ୍ଟ ହୋଇଛି । ଏହାପରେ ବ୍ୟକ୍ତିଜଣକ ବ୍ୟାଙ୍କ ଅଫ୍‌ କୋରିଆରେ ଏହି ନଷ୍ଟ ହୋଇଥିବା ନୋଟ୍‌କୁ ନୂତନ ନୋଟ୍‌ରେ ବଦଳାଇ ହେଇ ହେବ କି ନାହିଁ ବୋଲି ପଚାରିଥିଲେ । ତେବେ ନଷ୍ଟ ହୋଇଥିବା ନୋଟ୍‌ଗୁଡିକ ନିୟମାନୁସାରେ ଅଦଳ ବଦଳ କରି ଦେଇଥିଲେ ।  ବ୍ୟାଙ୍କ୍‌ ଅଫ୍‌ କୋରିଆ ବ୍ୟାଙ୍କ ନିୟମାନୁସାରେ ବ୍ୟକ୍ତିଙ୍କ ଠାରୁ ନଷ୍ଟ ହୋଇଥିବା ନୋଟ୍‌ଗୁଡିକୁ ନେଇ 23 ମିଲିଅନ୍‌ ଡଲାର୍‌ ପ୍ରଦାନ କରିଛନ୍ତି। ତେବେ ବ୍ୟକ୍ତିଜଣକର ପଇସାକୁ ଏପରି ଶୁଦ୍ଧ କରିବାର ପ୍ରଣାଳୀ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । (ଏଜେନ୍ସି)

Related posts