Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ଡରରେ ଅଜବ କାଣ୍ଡ : ଓ୍ବାସିଂମେସିନରେ ଧୋଇଲେ 14 ଲକ୍ଷ ଟଙ୍କା
ଅନ୍ତରାଷ୍ଟ୍ରୀୟ

କରୋନା ଡରରେ ଅଜବ କାଣ୍ଡ : ଓ୍ବାସିଂମେସିନରେ ଧୋଇଲେ 14 ଲକ୍ଷ ଟଙ୍କା

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସିଓଲୋ : କରୋନା ଭାଇରସ୍‌କୁ ନେଇ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡିକରେ ଏବେ ହାହାକାର ସୃଷ୍ଟି ହୋଇଛି । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ ପରିସ୍କାର ରହିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସାନିଟାଇଜ୍‌ ହେବା ମାସ୍କ ପିନ୍ଧିବା ତଥା ଦୂରତ୍ବ ରଖିବା ଦ୍ବାରା ଏହି ସଂକ୍ରମଣରୁ ଦୂରେଇ ରହିହେବ । କରୋନାକୁ ନେଇ ମନରେ ଭୟ ଥିବା ସମୟରେ କରୋନାକୁ ଡରି ଲୋକମାନେ ଅଜବ କାଣ୍ଡ ମଧ୍ୟ ଘଟାଉଛନ୍ତି। ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କରୋନା ଡରରେ  ଟଙ୍କାକୁ ଓ୍ବାସିଂ ମେସିନ୍‌ରେ ଧୋଇଛନ୍ତି ।

ଏଭଳି ଏକ ଅଜବ ଘଟଣା ଦକ୍ଷିଣ କୋରିଆରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋରିଆର ସିଓଲୋ ନିକଟସ୍ଥ ଅସଂନ ସହରର ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଡରରେ ନିଜର ସମସ୍ତ ଟଙ୍କାକୁ ସାନିଟାଇଜ୍‌ କରିବା ପାଇଁ ଓ୍ବାସିଂମେଶିନ୍‌ରେ ପକାଇ ଧୋଇ ଦେଇଛନ୍ତି । ବ୍ୟକ୍ତି ଜଣକ ପ୍ରାୟ 14 ଲକ୍ଷ ଟଙ୍କାକୁ ଓ୍ବାସିଂମେସିନ୍‌ରେ ଧୋଇବା ସହିତ ଓଭାନ୍‌ରେ ଶୁଖାଇଛନ୍ତି । ଏହି  ଧାେଇବା ଶୁଖାଇବା ଭିତରେ କିଛି ଟଙ୍କା ଜଳି ଯାଇଥିବାବେଳେ ଆଉ କିଛି ପୂରାପରି ନଷ୍ଟ ମଧ୍ୟ ହୋଇ ଯାଇଛି ।

ବ୍ୟକ୍ତି ଜଣକ ନୋଟ୍‌ଗୁଡିକରୁ ଜୀବାଣୁ ନାଶ କରିବା ପାଇଁ  ଅବଲମ୍ବନ କରିଥିବା ଉପାୟକୁ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ତେବେ ଏହି ପ୍ରକ୍ରିୟା ଯୋଗୁଁ ଅଧିକାଂଶ ନୋ୍‌ଟଗୁଡିକ ନଷ୍ଟ ହୋଇଛି । ଏହାପରେ ବ୍ୟକ୍ତିଜଣକ ବ୍ୟାଙ୍କ ଅଫ୍‌ କୋରିଆରେ ଏହି ନଷ୍ଟ ହୋଇଥିବା ନୋଟ୍‌କୁ ନୂତନ ନୋଟ୍‌ରେ ବଦଳାଇ ହେଇ ହେବ କି ନାହିଁ ବୋଲି ପଚାରିଥିଲେ । ତେବେ ନଷ୍ଟ ହୋଇଥିବା ନୋଟ୍‌ଗୁଡିକ ନିୟମାନୁସାରେ ଅଦଳ ବଦଳ କରି ଦେଇଥିଲେ ।  ବ୍ୟାଙ୍କ୍‌ ଅଫ୍‌ କୋରିଆ ବ୍ୟାଙ୍କ ନିୟମାନୁସାରେ ବ୍ୟକ୍ତିଙ୍କ ଠାରୁ ନଷ୍ଟ ହୋଇଥିବା ନୋଟ୍‌ଗୁଡିକୁ ନେଇ 23 ମିଲିଅନ୍‌ ଡଲାର୍‌ ପ୍ରଦାନ କରିଛନ୍ତି। ତେବେ ବ୍ୟକ୍ତିଜଣକର ପଇସାକୁ ଏପରି ଶୁଦ୍ଧ କରିବାର ପ୍ରଣାଳୀ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.