Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାଗ୍ୟ ବଦଳାଇଲା ପଥର : ଶ୍ରମିକରୁ ହେଲେ କୋଟିପତି
ଅନ୍ତରାଷ୍ଟ୍ରୀୟ

ଭାଗ୍ୟ ବଦଳାଇଲା ପଥର : ଶ୍ରମିକରୁ ହେଲେ କୋଟିପତି

August 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାଞ୍ଜାନିଆ : ଭାଗ୍ୟ ଯଦି ତୁମ ସାଥ୍‌ରେ ରହିଛି ତେବେ ତୁମେ ମାଟି ଧରିଲେ ବି ତାହା ସୁନା ହୋଇଯିବ । କିନ୍ତୁ ତାଞ୍ଜାନିଆଠାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଏମିତି ବଦଳିଛି ଯେ, ସେ ମାଟି ଖୋଳୁ ଖୋଳୁ ସୁନା ନୁହେଁ, ସୁନାଠାରୁ ବହୁ ମୂଲ୍ୟବାନ ରତ୍ନପଥର ପାଇଛନ୍ତି । ତେବେ ଏହି ଶ୍ରମିକ ଜଣକ ପ୍ରଥମ ଥର ପାଇଁ ଏହି ଏଭଳି ଦୁର୍ଲଭ ରତ୍ନପଥର ପାଇନାହାନ୍ତି । ଏହା ପୂର୍ବରୁ ଦୁଇଥର ମଧ୍ୟ ସେ ଏପରି ରତ୍ନପଥର ପାଇଥିଲେ । ତୃତୀୟ ଥର ପାଇଁ ତାଞ୍ଜାନିଆର ଖଣିରେ କାମ କରୁଥିବା ଶ୍ରମିକ ସାନିନ୍ୟୁୟ ଲେଜର୍‌ ରତ୍ନ ପଥର ପାଇ କୋଟିପତି ପାଲଟିଛନ୍ତି ।

ସାନିନ୍ୟୁୟ ଙ୍କୁ  ପୂର୍ବରୁ ମିଳିଥିବା 2ଟି ରତ୍ନପଥର ମଧ୍ୟରୁ ଗୋଟିକର ଓଜନ 9.27  କିଲୋ ଥିଲା ଏବଂ ଅନ୍ୟଟିର ଓଜନ 51.03 କିଲୋ । ଏହି 2ଟି ପଥର ବଦଳରେ ସେଠାକାର ସରକାର ତାଙ୍କୁ 7.74 ବିଲିୟମ୍ ଅର୍ଥାତ୍ ପ୍ରାୟ 25 କୋଟି 36 ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । 2ଟି ରତ୍ନ ପଥର ପାଇବାର 2 ମାସ ନ ବିତୁଣୁ ତାଙ୍କୁ ତୃତୀୟ ରତ୍ନ ପଥର ପ୍ରାପ୍ତ ହୋଇଛି । ଏହି ରତ୍ନ ପଥରର ଓଜନ 6.3 କିଲୋଗ୍ରାମ ରହିଛି । ପୂର୍ବରୁ ଦୁଇ ରତ୍ନ ପଥର ତାଞ୍ଜାନିଆର ବ୍ୟାଙ୍କରେ ରଖାଯାଇଛି । ସୋମବାର ଦିନ ଏକ ଖାସ୍‌ ଉତ୍ସବରେ ଏହି ପଥରଟି 14.7 କୋଟିରେ ବିକ୍ରି ହୋଇଛି  ।

खुदाई करते-करते युवक को मिली ऐसी बेशकीमती चीज, 14 करोड़ रुपये में बिकी

ସାନିନ୍ୟୁୟଙ୍କ ଚାରୋଟି ପତ୍ନୀ ଓ ମୋଟ 30ଟି ସନ୍ତାନ ରହିଛନ୍ତି । ଏହି ରତ୍ନ ପଥର ବିକ୍ରି କରି ଯେଉଁ ପଇସା ଅର୍ଜନ କରିଛନ୍ତି ସେଥିରେ କିଛି ଟଙ୍କାରେ ସେ ସ୍କୁଲ ଓ ସପିଂ ମଲ୍‌ ଖୋଲିବେ ବୋଲି ଇଚ୍ଛା ରଖିଛନ୍ତି । ତେବେ ଏତେ ଟଙ୍କାର ମାଲିକ ହେବା ପରେ ସାନିନ୍ୟୁୟ ପୂର୍ବ ପରି ନିଜ ଚଳଣି ରଖିଛନ୍ତି । ପର୍ବରୁ ଯେପରି 2000 ଗାଈଙ୍କ ଦେଖାରେଖା କରୁଥିଲେ । ଏବେବି ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଏହି ରତ୍ନ ପଥର ଦୁଲର୍ଭ ରତ୍ନ ମଧ୍ୟରୁ ଅନ୍ୟତମ । ଏହା ପୂର୍ବ ଆଫ୍ରିକାର ରାଷ୍ଟ୍ରରେ ଉତ୍ତର ଅଂଶରେ ଛୋଟ ଛୋଟ ଅଞ୍ଚଳରୁ ମିଳିଥାଏ । ଭୂବୈଜ୍ଞାନିକଙ୍କ ଅନୁସାରେ ଏହା ଆଗାମୀ ୨୦ ବର୍ଷରେ ଗାଏବ ହୋଇପାରେ । ତେବେ ଭାଗ୍ୟ କ୍ଷଣିକରେ ମଣିଷର ଅବସ୍ଥା ବଦଳାଇ ଦେଇଥାଏ, ତାହା ସାନିନ୍ୟୁୟଙ୍କ କ୍ଷେତ୍ରରୁ ପ୍ରମାଣିତ ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025
Latest News

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.