କରୋନା ପରେ ଚୀନ୍‌ରେ ବ୍ୟାପୁଛି ଆଉ ଏକ ଭାଇରସ୍‌

Published: Aug 6, 2020, 11:57 am IST

ଚୀନ୍‌ : ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାରଇସ୍‌ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଚୀନ୍‌ରେ ଆଉ ଏକ ନୂତନ ଭାଇରସ ବ୍ୟାପୁଥିବାର ସୂଚନା ରହିଛି । ଏହି ଭାଇରସ୍‌ କାରଣରୁ ଏବେ ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60ଜଣ ଅସୁସ୍ଥ ରହିଛନ୍ତି । ଗ୍ଲୋବାଲ୍‌ ଟାଇମ୍‌ସର ସୂଚନାନୁସାରେ ପୂର୍ବ ଚୀନ୍‌ର ଜିୟାଙ୍ଗୁସ୍‌ ଓ ଅନହୁଇ ପ୍ରାନ୍ତରେ 12ରୁ ଅଧିକ ଲୋକେ ଏହି ଭାଇରସରଶିକାର ହୋଇଛନ୍ତି । ଏହି ଭାରଇସ ଏକ କୀଟ କାମୁଡିବା ଯୋଗୁଁ ବ୍ୟାପୁଥିବାର ସୂଚନା ମିଳିଛି ।

ଜିୟାଙ୍ଗୁ୍‌ସରେ 37 ଜଣ ଓ ଅନ୍‌ହୁଇରେ 23 ଜଣ ଆକ୍ରାନ୍ତ ହୋଇଛନ୍ତି । ଦୁଇ ରାଜ୍ୟରେ ଏପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭାଇରସର ନାମ ହୁଇୟାଙ୍ଗଶାସନ ବନୟାଙ୍ଗଭାଇରସ  (Huaiyangshan banyangvirus ) ରଖାଯାଇଛି । ଏହି ଭାଇରସକୁ ଏସଏଫଟିଏସ୍‌ ମଧ୍ୟ କୁହାଯାଉଛି । ଏକ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍‌ ମଣିଷର ଶରୀରକୁ ସଂକ୍ରମିତ କରୁଛି। ଏହି ଭାଇରସ୍‌ ଯୋଗୁଁ ଜ୍ବର ଓ କାଶ ସହ ବାନ୍ତି ଡାଇରିଆ ଆଦି ହେଉଛି । ତେବେ ଏହି ଭାଇରସ୍‌ ଯୋଗୁଁ ଆକ୍ରାନ୍ତଙ୍କ ଶରୀରରେ ଲ୍ୟୁକସାଇଟ୍‌ ଅର୍ଥାତ୍‌ ପ୍ଲେଟ୍‌ଲେଟ୍‌ସ୍‌ କମ୍‌ ହୋଇଛି । କିଛି କ୍ଷେତ୍ରରେ ଶରୀରରେ ଧଳା ରକ୍ତକଣିକାକୁ ହ୍ରାସ ହେବା ସହିତ ଲିଭର ଏନ୍‌ଜାଇମ୍‌ ବଢୁଥିବାର ଲକ୍ଷଣ ଦେଖାଯାଉଛି ।

ତେବେ ଡାକ୍ତରଙ୍କ ସୂଚନାନୁସାରେ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍‌ ସଂକ୍ରମିତ ହେଉଛି । ବୈଜ୍ଞାନିକମାନେ ଭାଇରସ୍‌କୁ ବୁନ୍ୟା କ୍ୟାଟେଗୋରିରେ ରଖାଯାଉଛି । ଯଦି ଜଣେ ମନ୍ୟୁଷ ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି ତେବେ ଏହି କାରଣରୁ ଅନ୍ୟ ଜଣେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି ବୋଲି ସୂଚନା ରହିଛି । ତେବେ ଏହାକୁ ନେଇ ଏତେ ଭୟଭୀତ ନ ହେବାକୁ କହିଛନ୍ତି ଡାକ୍ତର । କୀଟଠାରୁ ନିଜକୁ ବଞ୍ଚାଇ ପାରିଲେ ଏହି ସଂକ୍ରମଣରୁ ବର୍ତ୍ତି ହେବ ବୋଲି ସୂଚନା ରହିଛି । ଏହି ଭାଇରସ୍‌ର ଫର୍ଟିଲିଟି ରେଟ୍‌ 12 ପ୍ରତିଶତ ରହିଛି । କିଛି ସ୍ଥାନରେ ଏହା 30 ପ୍ରତିଶତ ପର୍ଯ୍ୟନ୍ତ ରହିଛି । (ଏଜେନ୍ସି)

Related posts