ବୋତାମରେ ଗାନ୍ଧିଙ୍କ ପ୍ରତିକୃତି ନିର୍ମାଣ କରି ଚର୍ଚ୍ଚାରେ ଶିକ୍ଷୟିତ୍ରୀ

Published: Aug 15, 2020, 6:08 pm IST

ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ ଉପଲକ୍ଷେ ଭାରତକୁ ଆମେରିକା, ଇସ୍ରାଏଲ ପରି ଅନେକ ଦେଶ ଶୁଭେଚ୍ଛା ଜଣାଇଥିବାବେଳେ ୟୁଏଇରେ ବାସ କରୁଥିବା ଜଣେ ପ୍ରବାସୀ ଭାରତୀୟ ଅନନ୍ୟ ଉପାୟରେ ଗାନ୍ଧିଙ୍କ ସ୍ମୃତି ଚାରଣ କରିଛନ୍ତି ।

ୟୁଏଇରେ ଅବସ୍ଥାନ କରୁଥିବା ଜଣେ ଭାରତୀୟ ଶିକ୍ଷକ ଏକ ଅନନ୍ୟ ଉପାୟରେ ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ପ୍ରାୟ 5 ହଜାର ବୋତାମ ବ୍ୟବହାର କରି ଜଣଙ୍କ ଗାନ୍ଧୀଙ୍କ ଏକ ପ୍ରତିକୃତି ବନାଇଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା 29 ବର୍ଷୀୟ ରଶିଦା ଆଦିଲ ଏହି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହି ଅନନ୍ୟ କଳାକୃତି ବନାଇବା ପାଇଁ ତାଙ୍କୁ ତିନି ମାସ ସମୟ ଲାଗିଥିଲା । ରଶିଦା ବର୍ଜ୍ୟବସ୍ତୁରୁ ବିଭିନ୍ନ ଚିତ୍ର ବନାଇଥାନ୍ତି । ଲକଡାଉନ୍ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ବନାଇବାର ନିଷ୍ପତ୍ତି ନେଇଥିଲେ ରଶିଦା । ଏହାପରେ ବିଭିନ୍ନ ବୋତାମ ଯୋଗାଡ କରିବା ସହିତ ଏହାକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାଇ ଥିଲେ । ପ୍ରତିକୃତିର ନିର୍ମାଣ ସରିବା ପରେ ସ୍ୱାଧୀନତା ଦିବସ ଅବସରରେ ଏହାକୁ ଦୁବାଇ ସ୍ଥିତ ଭାରତୀୟ କାଉନସେଲ୍ ଜେନେରାଲ ଅମନ ପୁରୀଙ୍କୁ ପ୍ରଦାନ କରିଛନ୍ତି ରସିଦା । (ଏଜେନ୍ସି)

Related posts