ଇସଲାମ୍ବାଦ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପ୍ରମୁଖ ସଚିବ ଆଜମ୍ ଖାନ୍ଙ୍କୁ ଚାପୁଡା ମାରି ସେ ଚର୍ଚ୍ଚାକୁ ଆସିଛନ୍ତି ।
ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ‘ବୋଲ ନ୍ୟୁଜ୍’ ଅନୁସାରେ ପ୍ରଧାନମନ୍ତ୍ରୀ ସଚିବାଳୟରେ କ୍ୟୁରୈସୀ ଓ ଆଜମ ଖାନ୍ଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହା ପରେ ରାଗରେ କ୍ୟୁରୈସୀ ଆଜମ୍ ଖାନ୍କୁ ଚାପୁଡା ମାରିଥିଲେ । ମିଳିଥିବା ସୂଚନା ଅନୁସାରେ କ୍ୟୁରୈସୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କିନ୍ତୁ ଆଜମ୍ ଖାନ୍ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଅଟକାଇ ଦେଇଥିଲେ । ଏହାକୁ ନେଇ ରାଗିଯାଇଥିଲେ କ୍ୟୁରୈସୀ । ପ୍ରଧାନମନ୍ତ୍ରୀ ଇମ୍ରାନ୍ଖାନ୍ ଏକ ଜରୁରୀ ବୈଠକରେ ଥିବାରୁ ଆଜମ୍ କ୍ୟୁରୈସୀଙ୍କୁ ପରେ ସାକ୍ଷାତ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ରାଗରେ କ୍ୟୁରୈସୀ ଆଜମ ଖାନ୍ଙ୍କୁ ଚଟ୍କଣା ମାରିଥିଲେ ।
ଅପରପକ୍ଷରେ ଏହି ଖବର ପ୍ରସାରଣ ହେବା ପରେ ପିଇଏମ୍ଆରଏ (Pakistan Electronic Media Regulatory Authority) ସମ୍ପୃକ୍ତ ଚ୍ୟାନେଲ୍କୁ ନୋଟିସ୍ ଜାରି କରିଛି ।
ସୂଚନାଯୋଗ୍ୟ, କ୍ୟୁରୈସୀଙ୍କ ବୟାନବାଜିକୁ ନେଇ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଏବେ ସମ୍ପର୍କରେ ଭଟ୍ଟା ପଡିଛି । କାଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ହସ୍ତକ୍ଷେପ ନ କରିବାକୁ ନେଇ କ୍ୟୁରୈସୀ ସାଉଦି ଆରବକୁ ଟାର୍ଗେଟ କରିଥିଲା । ଯାହାକୁ ନେଇ ଏବେ ସାଉଦି ଆରବ ପାକିସ୍ତାନ ଉପରେ ନାରାଜ ରହିଛି । ପୁଣି ଥରେ କ୍ୟୁରୈସୀ ପ୍ରଧାନମନ୍ତ୍ରୀଙ୍କ ସଚିବକୁ ଚାପୁଡା ମାରି ଆଉ ଏକ ବିବାଦକୁ ଜନ୍ମ ଦେଇଛନ୍ତି ।
(ଏଜେନ୍ସି)