ଆଶ୍ଚର୍ଯ୍ୟ ଲାଗିଲେ ବି ସତ : ଗୋଟିଏ ରାତି ଶବଗୃହରେ ରହିବା ପରେ ସକାଳୁ ବଞ୍ଚି ଉଠିଲେ ମହିଳା

Published: Aug 20, 2020, 12:12 pm IST

ମସ୍କୋ : ମରିଯିବା ପରେ ପୁଣି ଜୀବିତ ହେଲେ ମହିଳା । ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବ ଗୃହରେ ରଖାଯାଇଥିଲା । ତେବେ ଶବଗୃହରେ ଗୋଟିଏ ରାତି ରହିବା ପରେ ମହିଳା ଜଣକ ପୁଣି ଥରେ ଜୀବିତ ହୋଇ ଉଠିଛନ୍ତି । ଏହି ମହିଳାଙ୍କ ନାମ ଜିନୋଦା କନୋନୋଭା । 81 ବର୍ଷୀୟ ଏହି ମହିଳା ଜଣକ ଗୋଟିଏ ରାତି ଶବାଗାରରେ ରହିବା ପରେ ସକାଳୁ ଜୀବିତ ଅବସ୍ଥାରେ ସେଠାରୁ ବାହାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ 14 ତାରିଖରେ ରୁଷ୍‌ର ଏକ ହସ୍ପିଟାଲରେ ସର୍ଜରୀ ପରେ ସମ୍ପୃକ୍ତା ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ସମ୍ପୃକ୍ତା ମହିଳାଙ୍କୁ ରାତ୍ରି 1.10 ସମୟରେ ଶବଗାରରେ ରଖାଯାଇଥିଲା । ପ୍ରାୟ 7 ଘଣ୍ଟାପରେ ସକାଳ 8ଟା ସମୟରେ ଶବ ଗୃହରୁ ଜିନୋଦା ଜୀବିତ ଦେଖି ହସ୍ପିଟାଲ କର୍ମଚାରୀ ମାନେ ଚକିତ ହୋଇଯାଇଥିଲେ । ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଜିନୋଦା ହସ୍ପିଟାଲ ନିଆଯାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଏହା ଏକ ଅସାଧାରଣ ସ୍ଥିତି ବୋଲି କହିଛନ୍ତି ଡାକ୍ତର ।

ତେବେ ଏହି ଘଟଣାରେ ଉକ୍ତ ହସ୍ପିଟାଲର ପ୍ରମୁଖ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି। ସାଧାରଣତଃ ମୃତ୍ୟୁର 20 ଘଣ୍ଟା ପରେ ଶବଗୃହକୁ ପଠାଯିବାର ନିୟମ ଥିବାବେଳେ ଜିନୋଦାଙ୍କ କ୍ଷେତ୍ରରେ ମୃତ୍ୟୁର ଏକ ଘଣ୍‌ଟା 20 ମିନିଟ୍‌ ପରେ ତାଙ୍କୁ ଶବାଗାରକୁ ପଠାଯାଇଥିବାର ସୂଚନା ରହିଛି ।  ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳାଙ୍କ ପରିବାର ଏବେ ହସ୍ପିଟାଲ ଉପରେ ମୋକଦ୍ଦମା କରିବା ନେଇ ଯୋଜନା କରୁଥିବାର ସୂଚନା ରହିଛି । (ଏଜେନ୍ସି)

Related posts