ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ୨୫.୪ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟ ୮ ଲକ୍ଷ ୪୯ ହଜାରରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୫୪ ଲକ୍ଷ ୫ ହଜାର ୫୫୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୪୯ ହଜାର ୩୦୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି।
ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ଯଥାକ୍ରମେ ୬୦ ଲକ୍ଷ ୨୮ ହଜାର ୬୧୭ ଏବଂ ୧ ଲକ୍ଷ ୮୩ ହଜାର ୫୭୯ ରେ ରହିଥିଲା। ସେହିପରି ବ୍ରାଜିଲରେ ୩,୯୦୮,୨୭୨ ସଂକ୍ରମଣ ଏବଂ ୧୨୧,୩୮୧ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି
ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୬୨୧,୨୪୫), ଏବଂ ପରେ ଋଷିଆ (୯୯୨,୪୦୨), ପେରୁ (୬୪୭,୧୬୬), ଦକ୍ଷିଣ ଆଫ୍ରିକା (୬୨୭,୦୪୧), କଲମ୍ବିଆ (୬୦୭,୯୦୪), ମେକ୍ସିକୋ (୫୯୯,୫୬୦), ସ୍ପେନ୍ (୪୬୨,୮୫୮), ଆର୍ଜେଣ୍ଟିନା (୪୧୭,୭୩୫) ), ଚିଲି (୪୧୧,୭୨୬), ଇରାନ (୩୭୫,୨୧୨), ବ୍ରିଟେନ (୩୩୮,୦୮୨), ଫ୍ରାନ୍ସ (୩୧୮,୯୮୬), ସାଉଦି ଆରବ (୩୧୫,୭୭୨), ବାଂଲାଦେଶ (୩୧୨,୯୯୬), ପାକିସ୍ଥାନ (୨୯୫,୮୪୯), ତୁର୍କୀ (୨୭୦,୧୩୩), ଇଟାଲୀ (୨୬୯,୨୧୪), ଜର୍ମାନୀ (୧୦୫,୭୯୫) ଆକଳନରୁ ଜଣାପଡିଛି।
୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ଭାରତ (୬୪,୪୬୯), ମେକ୍ସିକୋ (୬୪,୪୧୪), ବ୍ରିଟେନ (୪୧,୫୮୮), ଇଟାଲୀ (୩୫,୪୮୩), ଫ୍ରାନ୍ସ (୩୦,୬୪୦), ସ୍ପେନ୍ (୨୯,୦୯୪), ପେରୁ (୨୮,୭୮୮), ଇରାନ (୨୧,୫୭୧), କଲମ୍ବିଆ (୧୯,୩୬୩), ଋଷିଆ (୧୭,୧୨୮), ଦକ୍ଷିଣ ଆଫ୍ରିକା (୧୪,୧୪୯) ଏବଂ ଚିଲି (୧୧,୨୮୯)