ଚୀନକୁ ପଛରେ ପକାଇ ECOSOCରେ ସ୍ଥାନ ପାଇଲା ଭାରତ

Published: Sep 15, 2020, 10:51 am IST

ନୂଆଦିଲ୍ଲୀ : ଏଲ୍‌ଏସିରେ ସୀମା ବିବାଦ ସହ ପ୍ରାୟ ପ୍ରତ୍ୟେହ ଚୀନ୍‌ର ନୂଆ ନୂଆ ଚାଲ୍‌  ଆଗରେ ମଧ୍ୟ ଭାରତ ଚୀନ୍‌କୁ ଏକ ବଡ ଝଟ୍‌କା ଦେଇଛି । ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ । ଭୋଟିଂ ବ୍ୟବସ୍ଥାରେ ଚୀନ୍‌କୁ ପଛରେ ପକାଇ ସଦ୍ୟସତା ପାଇଲା ଭାରତ । ଆର୍ଥିକ ଓ ସାମାଜିକ ପରିଷଦ (ECOSOC)ର ସଂସ୍ଥା ମିଳିତ ଜାତିସଂଘର କମିଶନ ଅନ୍‌ ଷ୍ଟେଟସ୍‌ ଅଫ୍‌ ଓ୍ବିମେନ୍‌ର ସଦସ୍ୟ ରୂପେ ନିର୍ବାଚିତ କରାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି ଆଜି ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଭାରତ ମନୋନୀତ ହୋଇଛି । 2021ରୁ 2025 ପର୍ଯ୍ୟନ୍ତ 4 ବର୍ଷ ସଦସ୍ୟ ଭାବେ କାର୍ଯ୍ୟ କରିବ ଭାରତ ।

ସୂଚନାଯୋଗ୍ୟ, କମିଶନ ଅନ୍‌ ଷ୍ଟେଟସ୍‌ ଅଫ୍‌ ଓ୍ବିମେନ୍‌ର ନିର୍ବାଚନରେ ଭାରତ ବ୍ୟତୀତ ଆଫଗାନିସ୍ଥାନ ଓ ଚୀନ୍‌ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ଭାରତ ଓ ଆଫଗାନିସ୍ଥାନ ପକ୍ଷରେ 54 ସଦସ୍ୟ ଭୋଟ୍‌ ଦେଇଥିବାବେଳେ ଚୀନ୍‌କୁ ଅଧା ଭୋଟ୍‌ ମଧ୍ୟ ମିଳିପାରିନାହିଁ ।

 

Related posts