ଚୀନ୍ : ଚୀନ୍ରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରାଇଥିବାବେଳ ଏବେ ଚୀନ୍ରେ ଆଉ ଏକ ଭୟଙ୍କର ବ୍ୟାକ୍ଟେରିଆଲ୍ ସଂକ୍ରମଣ ବ୍ୟାପୁଥିବାର ସୂଚନା ରହିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଏକ ବାୟୋଫାର୍ମାସିଟୁକିଲ୍ କମ୍ପାନୀର ଲିକ୍ ହେତୁ ପ୍ରାୟ ହଜାର ଲୋକେ ଏହି ବ୍ୟାକ୍ଟେରିଆଲ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି।
ଗାନ୍ସୁପ୍ରାନ୍ତର ରାଜଧାନୀ ଲଞ୍ଜୋଓର ସ୍ବାସ୍ଥ୍ୟ ଆୟୋଗର ଘୋଷଣାନୁଯାୟୀ ପ୍ରାୟ 3 ହଜାର 245 ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପଶୁଙ୍କ ସମ୍ପର୍କରେ ଆସିବା କାରଣରୁ ଏହି ବେମାରୀ ହେଉଥିବାର ସୂଚନା ରହିଛି ।
ଝୋଙ୍ଗୁମ୍ ଲଞ୍ଜୋଓର ଜୈବିକ ଔଷଧ କାରଖାନାରେ ଲିକ୍ ହେବା ଯୋଗୁଁ 11401ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗରେ କେହି ମୃତ୍ୟୁବରଣ କରିଥିବାର ସୂଚନା ମିଳିପାରିନାହିଁ । ଏହି ରୋଗ ଯୋଗୁଁ ଦେହରେ ଜ୍ବର ହେବା ସହିତ ମୁଣ୍ଡ ବ୍ୟାଥା, ମାଂସପେଶୀରେ ଦରଜ, ଜର ଓ ଥକ୍କା ଲାଗିଥାଏ । ଏହି ବେମାରୀକୁ ମାଲ୍ଟା ଜ୍ବର ବୋଲି ମଧ୍ୟ ଜଣାଯାଇଥାଏ ।
ତେବେ ଅଧିକାଂଶ ଲୋକେ ଦୂଷିତ ଖାଦ୍ୟ ଅଥବା ନିଶ୍ବାସ ଯୋଗୁଁ ଏହି ବ୍ୟାକ୍ଟେରିଆ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ତେବେ ସମ୍ପୃକ୍ତ ଔଷଧ କାରଖାନାର ଦାୟିତ୍ବହୀନତା ଯୋଗୁଁ ଏହି ରୋଗ ବ୍ୟାପିଥିବାରୁ ସମ୍ପୃକ୍ତ କାରଖାନା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ମାମଲାରେ 8ଜଣଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି । (ଏଜେନ୍ସି)