Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହସ୍ପିଟାଲରୁ ଛୁଟି ପାଇ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌
ଅନ୍ତରାଷ୍ଟ୍ରୀୟ

ହସ୍ପିଟାଲରୁ ଛୁଟି ପାଇ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରମ୍ପଙ୍କୁ ଚିଠି
"ଭାରତ ସହିତ ସମ୍ପର୍କକୁ ଶୀଘ୍ର ସୁଧାରନ୍ତୁ': ଟ୍ରମ୍ପଙ୍କୁ ଚିଠି ଲେଖିଲେ ୧୯ ଆମେରିକୀୟ ସାଂସଦ

ଆମେରିକା : କରୋନାରେ ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ତାଙ୍କୁ ହ୍ବାଇଟ୍‌ ହାଉସ୍‌କୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ଦିନ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ବେଥେସଡ଼ାସ୍ଥିତ ଓ୍ବାଲଟର ରିଡ୍‌ ନ୍ୟାଶନାଲ୍‌ ମିଲିଟାରୀ ମେଡ଼ିକାଲ ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଅକ୍ସିଜେନ୍‌ସ୍ତର କମ୍‌ ଥିବାରୁ ତାଙ୍କୁ 2 ଥର ଅକ୍ସିଜେନ୍‌ ଦିଆଯାଇଥିବା ମେଡ଼ିକାଲ କଲେଜର ଡାକ୍ତର କୋନେଲ କହିଛନ୍ତି। ହସ୍ପିଟାଲରୁ ଫେରିଥିବା ନେଇ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ନିର୍ବାଚନ ପ୍ରଚାର ଶୀଘ୍ର ଆରମ୍ଭ କରିବେ ବୋଲି କହିଛନ୍ତି। ଟ୍ରମ୍ପ୍‌ ହସ୍ପିଟାଲରୁ ବାହାରି ହ୍ବାଇଟ୍‌ରେ ପ୍ରବେଶ କରୁଥିବାର 2ମିନିଟ୍‌ 34 ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚି ମୁହଁରୁ ମାକ୍ସ୍‌ ଖୋଲି ପକେଟରେ ରଖି ଲୋକଙ୍କୁ ହାତ ହଲାଇ ସ୍ବାଗତ କରୁଥିବାର ଭଡ଼ିଓରେ ଦେଖିବାକୁ ମିଳିଥିଲା ।

US President Donald Trump left the hospital where he has been treated for COVID-19 and boarded a helicopter to return to a White House hit by a wave of infections: Reuters pic.twitter.com/rGMKLELnoO

— ANI (@ANI) October 5, 2020

ତେବେ ଏ ପର୍ଯ୍ୟନ୍ତ ଟ୍ରମ୍ପ୍‌ କରୋନାରୁ ସମ୍ପୂର୍ଣ୍ଣ ବାହାରି ନାହାନ୍ତି । କିନ୍ତୁ ସେ ଏବେ ଘରେ ରହିପାରିବେ । ତାଙ୍କର ଅକ୍ସିଜେନ୍‌ ଲେବଲ୍‌ ଏବେ ସାମାନ୍ୟ ରହିଛି । ତାଙ୍କୁ ହ୍ବାଇଟ୍‌ ହାଉସ୍‌ରେ ରେମଡେସିଭରର ପାଞ୍ଚତମ ଡୋଜ୍‌ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର । ତେବେ ହସ୍ପିଟାଲରୁ ଆସିବା ପରେ ଟ୍ରମ୍ପ୍‌ କହିଛନ୍ତି ଯେ,  ସେ ବହୁତ ଭଲ ଅନୁଭବ କରୁଛନ୍ତି । କୋଭିଡ୍‌ -19କୁ ଡରନ୍ତୁ ନାହିଁ ।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ସେହିପରି ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଜୋ ବିଡେନ୍‌ଙ୍କ ସହ ପରବର୍ତ୍ତୀ ଡିବେଟ୍‌ ଅକ୍ଟୋବର 13 ତାରିଖରେ ହେବାକୁ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.