ନୋଇଡା, ଆଜି ଅପରାହ୍ନରେ ଗ୍ରେଟର ନୋଇଡାର ଦାନକର ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଗ୍ରହର ମଣିଷ ଆଲିୟାନ ଖୁବ ଉଚ୍ଚରେ ଉଡୁଥିବାରେ ଲୋକେ ଦେଖି ଭୟଭିତ ହୋଇ ପଡିଥିଲେ। ଧିରେ ଧିରେ ଲୋକେ ଏହାକୁ ଦେଖିବା ପାଇଁ ଭିଡ ଜମିବାରେ ଲାଗିଲା। ଲୋକଙ୍କ ପାଟିଶୁଣି ସ୍ଥାନୀୟ ପୋଲିସ ପାଖକୁ ଖବର ଗଲା। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଁଚି ଆକାଶରେ ଆଲିୟାନ ଉଡୁଥିବାର ଦେଖିବାକୁ ପାଇଲା।
ଏପରି ଘଟଣା ଦେଖି ପୋଲିସ ମଧ୍ୟ ଭୟଭିତ ହୋଇପଡିଲା। କାରଣ ଏହା ପ୍ରକୃତରେ ଆଲିୟାନ କି ଆଉ କଣ ତାହା ଜାଣିବା ସମ୍ଭବ ହୋଇପାରି ନ ଥିଲା। ହେଲେ ଧିରେ ଧିରେ ସେହି ଆଲିୟାନ ତଳକୁ ଖସିବାରେ ଲାଗିଲା। ଲୋକେ ମଧ୍ୟ ତାକୁ ଦେଖି ପଛେପଛେ ଦୈଡିବାରେ ଲାଗିଲେ। ସେହି ଆଲିୟାନଲ ଦାନକର ନିକଟସ୍ଥ ଭଟ୍ଟାପରଶୁଲ ଗାଁ ର ଏକ କେନାଲରେ ଖସିଥିଲା। ହେଲେ ତା ପାଖକୁ କେହି ଯିବାକୁ ସାହାସ କଲେ ନାହିଁ। କିଛି ସମୟ ଅନୁଧ୍ୟାନ କରିବା ପରେ ପୋଲିସ ତାହାକୁ ଜବତ କରିଥିଲା।
ଜବତ ପରେ ଜଣାପଡିଥିଲା ଯେ ତାହା ହେଉଛି ସୁପରମ୍ୟାନ ଆକୃତର ପବନରେ ଫୁଲିଥିବା ଏକ ବେଲୁନ। ପୋଲିସ କହିବା ଅନୁସାରେ ଏହା ଏକ ଅସମ୍ଭବ ଆକୃତିରେ ବେଲୁନ ଥିବାରୁ ଲୋକେ ଦେଖିବାକୁ ଭିଡ କରିଥିଲେ।