Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନୁଡୁଲ୍ସ ସୁପ୍‌ ପିଇ ଗୋଟିଏ ପରିବାରର ନଅଜଣଙ୍କର ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

ନୁଡୁଲ୍ସ ସୁପ୍‌ ପିଇ ଗୋଟିଏ ପରିବାରର ନଅଜଣଙ୍କର ମୃତ୍ୟୁ

October 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନୁଡୁଲ୍‌ ସୁପ୍‌ ମଧ୍ୟ କାହାର ମୃତ୍ୟୁର କାରଣ ହୋଇପାରେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚୀନ୍‌ର ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆସିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ମଧ୍ୟ ବଢିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବୋତ୍ତର ଚୀନ୍‌ର ହିଲୋଜିଆଙ୍ଗୋ ପ୍ରାନ୍ତରେ ଘରେ ପ୍ରସ୍ତୁତ ହୋଇଥିବା ନୁଡୁଲ୍ସ ସୁପ୍‌ ପିଇ ଗୋଟିଏ ପରିବାରର 9ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି।  ସମସ୍ତ ନଅଜଣଯାକ ନୁଡୁଲ୍ସ ସୁପ୍‌ ପିଇଥିଲେ । ସମସ୍ତ ସଦସ୍ୟ ଯେଉଁ ସୁପ୍‌ ପିଇଥିଲେ ତାହା କର୍ଣ୍ଣଫ୍ଲୋରରେ ପ୍ରସ୍ତୁତ କରାଯାଇଥିଲା । ଏବଂ ଏହା ଏକ ବର୍ଷ ଧରି ଫ୍ରିଜ୍‌ରେ ରହିଥିଲା । ସେମାନେ ସମେସ୍ତ ଅକ୍ଟୋବର 5 ତାରିଖ ସକାଳ ଜଳଖିଆରେ ଏହି ନୁଡୁଲ୍ସ ସୁପ୍‌ ଖାଇଥିଲେ । ଏହାକୁ ଖାଇବାକୁ କିଛି ଘଣ୍ଟା ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । କିଛି ଦିନ ମଧ୍ୟରେ ନଅଜଣଙ୍କର ମୃତ୍ୟୁ ହୋଇଥିଲା । ସୁପ୍‌ ପିଇବାର ପାଞ୍ଚ ଦିନ ମଧ୍ୟରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅଷ୍ଟମ ସଦସ୍ୟଙ୍କ ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍‌ ଗତ ଅକ୍ଟୋବର 19 ତାରିଖରେ  ନବମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର କାରଣ ସୁପ୍‌ରେ ରହିଥିବା ବୋଙ୍ଗକ୍ରେକିକ୍‌ ଏସିଡ୍‌ର କାରଣ ବୋଲି ଜଣାପଡିଛି । ଉକ୍ତ ସୁପ୍‌ରେ ଅଧିକ ମାତ୍ରାରେ ବ୍ରୋଙ୍ଗକ୍ରୋକିକ୍‌ ଏସିଡ୍‌ ରହିଥିଲା । ଉକ୍ତ ପରିବାରର ସମସ୍ତ 12 ଜଣ ସଦସ୍ୟ ରହିଥିବାବେଳେ ସେହି ସୁପ୍‌କୁ ତିନିଜଣ ପିଇ ନଥିଲେ । ଯାହା ଫଳରେ ସେମାନେ ସୁରକ୍ଷିତ ରହିଛନ୍ତି ।

ବୋଙ୍ଗକ୍ରୋକିକ୍‌ ଏସିଡ୍‌ ଫୁଡ୍‌ ପଏଜନିଂର କାରଣ ହୋଇଥାଏ । ଏହାମଇଦା କିମ୍ବା ଚାଉଳରୁ ତିଆରି ଖାଦ୍ୟରୁ ମିଳିଥାଏ । ଅପରପକ୍ଷରେ ବୋଙ୍ଗକ୍ରେକିକ୍‌ ଏସିଡ୍‌ ଯେଉଁ ଖାଦ୍ୟରେ ଆସିଥାଏ, ତାହାକୁ ଗରମ କରିବା ଦ୍ବାରା ଏହାର ପ୍ରଭାବ ନଷ୍ଟ ହୋଇନଥାଏ । ଏହି କାରଣରୁ ଉକ୍ତ ସୁପ୍‌ଟିକୁ ମଧ୍ୟ ବୋଙ୍ଗକ୍ରେକିକ୍‌ ଏସିଡ୍‌ ବିଷାକ୍ତ କରିଦେଇଥିଲା । ଏହି ଘଟଣା ପରେ ଚୀନ୍‌ର ହେଲଥ କମିଶନ ଜାତୀୟସ୍ତରରେ ଚେତାବନୀ ଜାରି କରି ଲୋକଙ୍କୁ ବାସି ଅଟାରେ ତିଆରି ଖାଦ୍ୟ ଖାଇବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025
Latest News

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ ବୁଧବାର, ଏହି ରାଶି ପ୍ରତି ରହିଛି ଶୁଭ

September 17, 2025

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ବଡ଼ ପଦକ୍ଷେପ

September 16, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.