ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି 6ରୁ7 ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍ କବାବ ଓ ଅରେଞ୍ଜଜୁସ୍ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ । ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍ର ସାହାଯ୍ୟ ନେବାକୁ ପଡିଲା ।
ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବ୍ରିଟେନ୍ରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କ୍ରେନ୍ ସାହାଯ୍ୟରେ ହସ୍ପିଟାଲ ନିଆଯାଇଛି । ବ୍ରିଟେନ୍ର ସବୁଠୁ ମୋଟା ବ୍ୟକ୍ତି ନାମରେ ଜଣାଶୁଣା 30 ବର୍ଷୀୟ ଜୈସନ୍ ହୋଲଟୋନ୍ କ୍ୟାମ୍ପରେଲ୍ର ବାସିନ୍ଦା। ତାଙ୍କ ଓଜନ ପ୍ରାୟ 317 କିଲୋ 500 ଗ୍ରାମ ।ସେ ଗତ 5 ବର୍ଷ ହେବ ଘରୁ ବାହାରକୁ ବାହାରି ନାହାନ୍ତି । 2014ମସିହାରେ ତାଙ୍କୁ ବାହାର ଖାଦ୍ୟ ଖାଇବାର ଅଭ୍ୟାସ ହୋଇଯାଇଥିଲା । ସେ କେବଳ ବାହାରୁ ଖାଦ୍ୟ ଅର୍ଡର କରି ଖାଉଥିଲେ। ତାଙ୍କ ଡାଏଟ୍ରେ ଚିକେନ୍ କବାବ, ଚିପ୍ସ, ଚିକେନ ଚାଓମିନ୍ ସହ ଦିନକୁ ଦେଢ ଲିଟର କମଳା ଜୁସ୍ ସହିତ ପାଞ୍ଚ କେନ୍ ଡାଏଟ୍ କୋକ୍ ସାମିଳ୍ ରହିଥିଲା । ସେ ନିଜ ଡାଏଟ୍ ପାଇଁ ଦିନକୁ ପ୍ରାୟ 3 ହଜାରଟଙ୍କା ଖର୍ଚ୍ଚ କରନ୍ତି । ସେ କେବଳ ବାହାରୁ ଖାଦ୍ୟ ମଗାଇ ଖାଆନ୍ତି । ଟେଷ୍ଟ ଚକ୍କରରେ ତାଙ୍କ ଅବସ୍ଥା ଏପରି ହେଲା ଯେ ସେ ନିଜ ବିଛଣାରୁ ହଲିବା ପାଇଁ ମଧ୍ୟ ସକ୍ଷମ ହୋଇପାରିଲେନି । ଲକ୍ଡାଉନ୍ ସମୟରେ ଅଚାନକ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ଏହି ସମୟରେ ତାଙ୍କୁ ହସ୍ପିଟାଲ ଯିବାକୁ ଆବଶ୍ୟକତା ପଡିଲା । ତେବେ ପାଞ୍ଚ ବର୍ଷ ଧରି ଘରେ ବନ୍ଦ ଥିବା ଲୋକଙ୍କୁ ହସ୍ପିଟାଲ କିପରି ନିଆଯିବ ସେହି ଚିନ୍ତାରେ ପରିବାର ଲୋକେ କ୍ରେନ୍ ମଗାଇଥିଲେ ।
ତେବେ ଜୈସନ୍ ଏତେ ମୋଟା ଯେ, 30ଜଣ ଲୋକ ମିଶି କରି କୈନ୍ ସାହାଯ୍ୟରେ ତାଙ୍କୁ ଘରୁ ବାହାର କରିଥିଲେ । ଜୈସନ୍ ଘରର କବାଟ ଦେଇ ବାହାରି ପାରିନଥିଲେ । ଏଥିପାଇଁ 7 ଘଣ୍ଟା ଧରି ରେସ୍କ୍ୟୁଅପରେସନ୍ ଜରିଆରେ ଝରକା ବାଟେ କ୍ରେନ୍ ସାହାର୍ଯ୍ୟରେ ଘରୁ ବାହାରି ଥିଲେ । ଜୈସନ୍ଙ୍କ ମା’ ତାଙ୍କ ପୁଅ ଖୁବ ଶୀଘ୍ର ସୁସ୍ଥ ହୋଇଯା’ନ୍ତୁ ବୋଲି ପୟାର୍ଥୀ କରିଛନ୍ତି । ତାଙ୍କ ପୁଅ ଏବେ ସାଲାଡ ଓ ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ସହିତ ନିଜ ଓଜନ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଛନ୍ତି ଜୈସନ୍ଙ୍କ ମା’ ।
ନିଜର ଅତ୍ୟଧିକ ଓଜନ ପାଇଁ ଜୈସନ୍ କୌଣସି କାମ କରିପାରନ୍ତିନାହିଁ । ତେବେ ସରକାରଙ୍କ ଦ୍ବାରା ମିଳୁଥିବା ବେରୋଜଗାର ଭତ୍ତା ସାହାଯ୍ୟରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଜୈସନ୍ । ତାଙ୍କମା’ଙ୍କୁ ମଧ୍ୟ ସରକାର ପେନ୍ସେନ୍ ଦେଉଛନ୍ତି । ଏତେ ଦିନ ପରେ ଘରୁ ବାହାରିବା ପରେ ଜୈସେନ୍ ଭଲ ଅନୁଭବ କରିଥିବାର କହିଛନ୍ତି ।
ବ୍ରିଟେନ୍ର ସବୁଠୁ ମୋଟା ବ୍ୟକ୍ତି ଭାବେ ଜୈସନ୍କୁ ମିଳିଥିବା ଏହି ମାନ୍ୟତା ପୂର୍ବରୁ ତମାଗା କାର୍ଲ ଥମ୍ପସ୍ସନ୍ ନାମରେ ଥିଲା । କାର୍ଲଙ୍କ ମୃତ୍ୟୁ 2015 ମସିହାରେ ହୋଇଥିଲା । ତାଙ୍କ ଓଜନ 412 କିଲୋ 700 ଗ୍ରାମ ଥିଲା । (ଏଜେନ୍ସି)