ୱାସିଂଟନ, ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ତରଫରୁ ଚନ୍ଦ୍ରରେ ପାଣି ଥିବାର ପ୍ରମାଣ ମିଳିଛି ବୋଲି କୁହାଯାଇଛି। ଦୀର୍ଘଦିନ ଧରି ନାସା ଏହି ଗବେଷଣା କାମରେ ଲାଗି ରହିଥିଲା। ବିଶେଷ କରି ନାସା ସୋଫିଆ ଟେଲିସ୍କୋପ ବ୍ୟବହାର କରି ଚନ୍ଦ୍ରରେ ଜଳ ଥିବାର ଜାଣିପାରିଛି। ଏ ନେଇ ନାସା ତରଫରୁ ସାରା ବିଶ୍ବକୁ ଏହି ଖବର ଜଣାଇ ଦିଆଯାଇଛି। ନାସା କହିଛି ଯେ, ଚନ୍ଦ୍ରର ପୃଷ୍ଠଭୂମିରେ ଯେଉଁ ସ୍ଥାନରେ ସୂର୍ଯ୍ୟ କିରଣ ପଡୁଛି ସେହି ସ୍ଥାନମାନଙ୍କରେ ଜଳ କଣିକା ଦେଖିବାକୁ ମିଳିଛି। ତେବେ ଏହା ପର୍ଯ୍ୟାପ୍ତ ପରିମାଣର ନୁହେଁ। ପିନସିଲ ବୁନ୍ଧା ପରି ଚନ୍ଦ୍ରପୃଷ୍ଠରେ ଏହି ଜଳକଣିକା ବିଛାଇ ହୋଇ ପଡିରହିଛି। ତେବେ ଚନ୍ଦ୍ର ପୃଷ୍ଠରେ ପାଣି ଥିବାର ଜଣାପଡିବା ପରେ ନାସା ତରଫରୁ ଅଧିକ ଗବେଷଣା ଚାଲିଛି।
Tags: ଚନ୍ଦ୍ରରେ ପାଣି