ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ସବୁଠୁ ବିଶ୍ବସ୍ତ ପଶୁ । ଚୀନ୍ରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ କୁକୁର 26 ଦିନ ପର୍ଯ୍ୟନ୍ତ ଯାତ୍ରା କରି ନିଜ ମାଲିକଙ୍କ ନିକଟରେ ପହଞ୍ଚି ପାରିଛି ।
କୁକୁରର ମାଲିକ ଭୁଲ୍କ୍ରମେ କୁକୁର ଏକ ସର୍ଭିସ୍ ଷ୍ଟେସନ୍ରେ ଛାଡି ଆସିଥିଲେ । ସାତ ବର୍ଷର ଏହି କୁକରର ନାମ ଦୌଓ ଦୌଓ। ପ୍ରାୟ ଏକ ମାସ ଧରି ଭୀଷଣ ଟ୍ରାଫିକ୍ ଓ ବ୍ୟସ୍ତ ବହୁଳ ହାଇଓ୍ବେର କୁକୁର ଯାତ୍ରା କରିଏକ ମାସ ପରେ ନିଜ ମାଲିକଙ୍କ ଘରେ ପହଞ୍ଚିଛି । ତେବେ ଏକ ମାସ ଧରି ଯାତ୍ରା କରିବା ଯୋଗୁଁ ବେଶ୍ ଦୁର୍ବଳ ହୋଇପଡିଛି କୁକୁରଟି । କୁକୁରଟି ଗତ ସାତ ବର୍ଷ ଧରି ମାଲିକଙ୍କ ସଙ୍ଗେ ରହୁଥିଲା । ମାଲିକଙ୍କ ଘରଠାରୁ 60 କିଲୋମିଟର ଦୂର ଏକ ଷ୍ଟେସନରେ କୁକୁରଟି ରହିଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ଚୀନ୍ର ପୂର୍ବ ସହରର ହୋଙ୍ଗଝାଉରେ ରହୁଥିବା କ୍ୟୁ ଓ ତାଙ୍କ ପରିବାର ଗତ ମାସରେ କାର୍ ଯୋଗେ ଗ୍ରାମୀଣ ଅଞ୍ଚଳକୁ ଆସୁଥିଲେ । ପରିବାର ସହିତ କୁକୁରଟି ମଧ୍ୟ ଆସିଥିଲା । ଏହି କୁକୁରଟିତାଙ୍କ ସହ ଗତ ସାତ ବର୍ଷ ଧରି ରହିଆସୁଛି । ତେବେ ଲମ୍ବା ଯାତ୍ରା କାରଣରୁ ଉକ୍ତ ପରିବାର ଟୋଙ୍ଗ ଲୁ ସର୍ଭିସ୍ ଷ୍ଟେସନ୍ରେ ବ୍ରେକ୍ ପାଇଁ ରହିଥିଲେ, ଯାହା ତାଙ୍କ ଘରଠାରୁ 60 କିଲୋମିଟର ଦୂର। କ୍ୟୁଙ୍କ ମତରେ ତାଙ୍କୁ ଲାଗୁଥିଲା କୁକୁରଟି କାର୍ ମଧ୍ୟରେ ଅଛି । କିନ୍ତୁ ସେ ଘରେ ଆସି ପହଞ୍ଚିବା ପରେ କୁକୁରଟି ତାଙ୍କ ସାଙ୍ଗେ ନଥିବାର ଜାଣିବାକୁ ପାଇଥିଲେ । କ୍ୟୁଙ୍କ ପରିବାର ପୁନର୍ବାର ଉକ୍ତ ଷ୍ଟେସନକୁ ଯାଇ ଦୁଇ ଘଣ୍ଟା ଅପେକ୍ଷା କରିଥିଲେ । କିନ୍ତୁ କୁକୁର ତାଙ୍କୁ ମିଳିନଥିଲା । ପ୍ରାୟ ଏକ ମାସ ପରେ ତାଙ୍କ ଘର ସାମ୍ନାରେ କୁକୁରଟି ପହଞ୍ଚିଥିଲା। କୁକୁରଙ୍କୁ ଦେଖି ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତେବେ କୁକୁରଟି ଦୀର୍ଘ ଦିନ ଯାତ୍ରା କରି ଅସନା ଓ ଦୁର୍ବଳ ହୋଇପଡିଛି । ତେବେ ପରିବାର ଲୋକେ କୁକୁରକୁ ପାଇ ବେଶ୍ ଖୁସି ହୋଇଛନ୍ତି । (ଏଜେନ୍ସି)