Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବସ୍ତ କୁକୁର : 60  କିଲୋମିଟର ଯାତ୍ରା କରି ମାଲିକଙ୍କ ପାଖେ ପହଞ୍ଚିଲା କୁକୁର
ଅନ୍ତରାଷ୍ଟ୍ରୀୟ

ବିଶ୍ବସ୍ତ କୁକୁର : 60  କିଲୋମିଟର ଯାତ୍ରା କରି ମାଲିକଙ୍କ ପାଖେ ପହଞ୍ଚିଲା କୁକୁର

October 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ସବୁଠୁ ବିଶ୍ବସ୍ତ ପଶୁ । ଚୀନ୍‌ରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ କୁକୁର 26 ଦିନ ପର୍ଯ୍ୟନ୍ତ ଯାତ୍ରା କରି ନିଜ ମାଲିକଙ୍କ ନିକଟରେ ପହଞ୍ଚି ପାରିଛି ।

କୁକୁରର ମାଲିକ ଭୁଲ୍‌କ୍ରମେ କୁକୁର ଏକ ସର୍ଭିସ୍‌ ଷ୍ଟେସନ୍‌ରେ ଛାଡି ଆସିଥିଲେ । ସାତ ବର୍ଷର ଏହି କୁକରର ନାମ ଦୌଓ ଦୌଓ। ପ୍ରାୟ ଏକ ମାସ ଧରି ଭୀଷଣ ଟ୍ରାଫିକ୍‌ ଓ ବ୍ୟସ୍ତ ବହୁଳ ହାଇଓ୍ବେର କୁକୁର ଯାତ୍ରା କରିଏକ ମାସ ପରେ ନିଜ ମାଲିକଙ୍କ ଘରେ ପହଞ୍ଚିଛି । ତେବେ ଏକ ମାସ ଧରି ଯାତ୍ରା କରିବା ଯୋଗୁଁ ବେଶ୍‌ ଦୁର୍ବଳ ହୋଇପଡିଛି କୁକୁରଟି । କୁକୁରଟି ଗତ ସାତ ବର୍ଷ ଧରି ମାଲିକଙ୍କ ସଙ୍ଗେ ରହୁଥିଲା । ମାଲିକଙ୍କ ଘରଠାରୁ 60 କିଲୋମିଟର ଦୂର ଏକ ଷ୍ଟେସନରେ କୁକୁରଟି ରହିଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଚୀନ୍‌ର ପୂର୍ବ ସହରର ହୋଙ୍ଗଝାଉରେ ରହୁଥିବା କ୍ୟୁ ଓ ତାଙ୍କ ପରିବାର ଗତ ମାସରେ କାର୍‌ ଯୋଗେ ଗ୍ରାମୀଣ ଅଞ୍ଚଳକୁ ଆସୁଥିଲେ । ପରିବାର ସହିତ କୁକୁରଟି ମଧ୍ୟ ଆସିଥିଲା । ଏହି କୁକୁରଟିତାଙ୍କ ସହ ଗତ ସାତ ବର୍ଷ ଧରି ରହିଆସୁଛି । ତେବେ ଲମ୍ବା ଯାତ୍ରା କାରଣରୁ ଉକ୍ତ ପରିବାର ଟୋଙ୍ଗ ଲୁ ସର୍ଭିସ୍‌ ଷ୍ଟେସନ୍‌ରେ ବ୍ରେକ୍‌  ପାଇଁ ରହିଥିଲେ, ଯାହା ତାଙ୍କ ଘରଠାରୁ 60 କିଲୋମିଟର ଦୂର। କ୍ୟୁଙ୍କ ମତରେ ତାଙ୍କୁ ଲାଗୁଥିଲା କୁକୁରଟି କାର୍‌ ମଧ୍ୟରେ ଅଛି । କିନ୍ତୁ ସେ ଘରେ ଆସି ପହଞ୍ଚିବା ପରେ କୁକୁରଟି ତାଙ୍କ ସାଙ୍ଗେ ନଥିବାର ଜାଣିବାକୁ ପାଇଥିଲେ । କ୍ୟୁଙ୍କ ପରିବାର ପୁନର୍ବାର ଉକ୍ତ ଷ୍ଟେସନକୁ ଯାଇ ଦୁଇ ଘଣ୍ଟା ଅପେକ୍ଷା କରିଥିଲେ । କିନ୍ତୁ କୁକୁର ତାଙ୍କୁ ମିଳିନଥିଲା । ପ୍ରାୟ ଏକ ମାସ ପରେ ତାଙ୍କ ଘର ସାମ୍ନାରେ କୁକୁରଟି ପହଞ୍ଚିଥିଲା। କୁକୁରଙ୍କୁ ଦେଖି ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତେବେ କୁକୁରଟି ଦୀର୍ଘ ଦିନ ଯାତ୍ରା କରି ଅସନା ଓ ଦୁର୍ବଳ ହୋଇପଡିଛି । ତେବେ ପରିବାର ଲୋକେ କୁକୁରକୁ ପାଇ ବେଶ୍‌ ଖୁସି ହୋଇଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Latest News

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.