ମସ୍କୋ : ଋଷର ଏକ ନଦୀ ଆଶ୍ଚର୍ଯ୍ୟଜନକ ଭାବେ ଲାଲ୍ ରଙ୍ଗରେ ରୂପାନ୍ତରିତ ହୋଇଛି । ତେବେ ପ୍ରଦୂଷଣ ଯୋଗୁଁ ଉକ୍ତ ନଦୀର ଜଳ ଆଶ୍ଚର୍ୟ୍ୟଜନକ ଭାବେ ଲାଲ ରଙ୍ଗରେ ରୂପାନ୍ତରିତ ହୋଇଚି । ରୁଷ୍ର ଦକ୍ଷିଣ ଅଂଶରେ ଅବସ୍ଥିତ ଏହି ନଦୀର ଜଳ ଅଚାନକ ଲାଲ୍ ହୋଇଛି । ସ୍ଥାନୀୟ ବାସିନ୍ଦା କହୁଛନ୍ତି, ନଦୀର ଜଳ ପ୍ରାକୃତିକ ରୂପେ ବିଷାକ୍ତ ହୋଇଯାଇଛି । ବତକ ଭଳି ପକ୍ଷୀ ଏହି ନଦୀରେ ପହଁରିବାକୁ ମଧ୍ୟ ମଙ୍ଗୁନାହାନ୍ତି । ନଦୀର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ପରେ ଭାଇରାଲ ହେଉଛି । ଏକ ନିର୍ଦ୍ଧିଷ୍ଟ ପ୍ରଦୂଷକ ସ୍ଥାନୀୟ ଇସକିତିମା ନଦୀ ଜଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ରଙ୍ଗ ନୀଳରୁ ହଠାତ ବିଟ୍ ଭଳି ଲାଲ ରଙ୍ଗରେ ରୂପାନ୍ତରିତ ହୋଇଛି । ଏହି ସ୍ଥିତି ପାଇଁ ଦାୟୀ ରସାୟନ ବିଷୟରେ ଜାଣିବାକୁ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଏହି ନଦୀକୁ ‘କ୍ରାନବେରି ଜେଲି’ ନାମରେ ସମ୍ବୋଧିତ କରିଛନ୍ତି । ଏହା ପୂର୍ବରୁ ରସାୟନ ନିର୍ଗମନ କାରଣରୁ ପଶ୍ଚିମ ଋଷରେ ପ୍ରବାହିତ ନାରୋ ଫୋମିନସ୍କ ନଦୀର ଜଳ ଲାଲ ରଙ୍ଗ ପାଲଟିଥିଲା । (ଏଜେନ୍ସି)
https://twitter.com/mudakoff/status/1324683004711751684?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324683004711751684%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Ftrending%2Fstory%2Frussia-river-turns-red-and-the-animals-are-also-not-coming-near-the-river-as-locals-are-horrified-tstv-1159471-2020-11-09