Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇସ୍ରାଏଲ୍‌ରେ ପୁଣି ରାଜନୈତିକ ସଂକଟ, ନେତନ୍ୟାହୁଙ୍କ ଆସନ ଟଳମଳ
ଅନ୍ତରାଷ୍ଟ୍ରୀୟ

ଇସ୍ରାଏଲ୍‌ରେ ପୁଣି ରାଜନୈତିକ ସଂକଟ, ନେତନ୍ୟାହୁଙ୍କ ଆସନ ଟଳମଳ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇସ୍ରାଏଲ୍‌ : ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ।  ଦେଶର ସଂସଦରେ ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ଦୁଇବର୍ଷରେ ଚାରିଥର ନିର୍ବାଚନର ସାମ୍ନା କରି ପାରନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଆସନ ଟଳମଳ ହୋଇଛି । ଏପରିକି ତାଙ୍କ ଚୌକି ଛାଡିବାର ସମ୍ଭାବନା ବହୁ ଅଧିକ ରହିଛି । 120 ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସପକ୍ଷରେ 61ଟି ମତଦାନ ରହିଛି। ବିପକ୍ଷରେ 54 ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଗଠବନ୍ଧନର ସହଯୋଗୀ ବେନି ଗାଣ୍ଟଜ୍‌ ନେତନ୍ୟାହୁଙ୍କ ଉପରେ ପ୍ରତିଶ୍ରୁତି ଭଙ୍ଗର ଆରୋପ ଲଗାଇଛନ୍ତି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଉପରେ ଭ୍ରଷ୍ଟାଚାରର ସଙ୍ଗୀତ ଅଭିଯୋଗ ଲଗାଇ ପ୍ରଦର୍ଶନ ମଧ୍ୟ ଚାଲୁ ରହିଛି । ନେତନ୍ୟାହୁ ଲିକୁଡ୍‌ ପାର୍ଟିର ଅଧ୍ୟକ୍ଷ । ଗାଣ୍ଟଜ୍‌ ବ୍ଲୁ ଏଣ୍ଡ ଦ୍ବାଇଟ୍‌ ପାର୍ଟିର ଲିଡର୍‌ । ମଇ ମାସରେ ଏହି ଦୁଇ ଦଳ ଏକ ସାଧାରଣ କାର୍ଯ୍ୟକ୍ରମ ଜରିଆରେ ସରକାର ନିର୍ମାଣ ପାଇଁ ସହମତି ପ୍ରକାଶ କରିଥିଲେ । ଏହା ଆଧାରରେ ନେତନ୍ୟାହୁ ପ୍ରଥମ 18 ମାସ ପ୍ରଧାନମନ୍ତ୍ରୀ ରହିବା ପାଇଁ ନିଶ୍ଚିତ ହୋଇଥିବାବେଳେ ଆଉ 18 ମାସ ଗାଣ୍ଟଜ୍‌ ପ୍ରଧାନମନ୍ତ୍ରୀ ରହିବା ନେଇ ସୂଚନା ରହିଥିଲା । ତେବେ ସରକାର ଗଢିବା ପରେ ଦୁଇ ଦଳ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା ।

ସୂଚନାଯୋଗ୍ୟ, ଇସ୍ରାଏଲ୍‌ରେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ବହୁମତ ସରକାର ଗଢିପାରିନାହାନ୍ତି । ନେସେଟ୍‌ ପ୍ରାଚୀନ ହିବ୍ରୁ ଶବ୍ଦ, ଯାହା ଇଦୁଦୀ ପରମ୍ପରା ଅନୁସାରେ 120 ଋଷି ତଥା ପେଗମ୍ବରଙ୍କ ଏକ ବିଧାନସଭା ଥିଲା । ନେସେଟ ସଦସ୍ୟର କାର୍ଯ୍ୟକାଳ ଚାରି ବର୍ଷର ଥାଏ । ନେସେଟ୍‌ ଇସ୍ରାଏଲ୍‌ର ଆଇନ୍‌ ପ୍ରସ୍ତୁତ କରିଥାନ୍ତି । ଏଥିରେ ମୋଟ୍‌ 120 ସଦସ୍ୟ ଥାନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026

‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

March 29, 2026
Latest News

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026

‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.