Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇସ୍ରାଏଲ୍‌ରେ ପୁଣି ରାଜନୈତିକ ସଂକଟ, ନେତନ୍ୟାହୁଙ୍କ ଆସନ ଟଳମଳ
ଅନ୍ତରାଷ୍ଟ୍ରୀୟ

ଇସ୍ରାଏଲ୍‌ରେ ପୁଣି ରାଜନୈତିକ ସଂକଟ, ନେତନ୍ୟାହୁଙ୍କ ଆସନ ଟଳମଳ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇସ୍ରାଏଲ୍‌ : ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ।  ଦେଶର ସଂସଦରେ ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ଦୁଇବର୍ଷରେ ଚାରିଥର ନିର୍ବାଚନର ସାମ୍ନା କରି ପାରନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଆସନ ଟଳମଳ ହୋଇଛି । ଏପରିକି ତାଙ୍କ ଚୌକି ଛାଡିବାର ସମ୍ଭାବନା ବହୁ ଅଧିକ ରହିଛି । 120 ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସପକ୍ଷରେ 61ଟି ମତଦାନ ରହିଛି। ବିପକ୍ଷରେ 54 ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଗଠବନ୍ଧନର ସହଯୋଗୀ ବେନି ଗାଣ୍ଟଜ୍‌ ନେତନ୍ୟାହୁଙ୍କ ଉପରେ ପ୍ରତିଶ୍ରୁତି ଭଙ୍ଗର ଆରୋପ ଲଗାଇଛନ୍ତି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଉପରେ ଭ୍ରଷ୍ଟାଚାରର ସଙ୍ଗୀତ ଅଭିଯୋଗ ଲଗାଇ ପ୍ରଦର୍ଶନ ମଧ୍ୟ ଚାଲୁ ରହିଛି । ନେତନ୍ୟାହୁ ଲିକୁଡ୍‌ ପାର୍ଟିର ଅଧ୍ୟକ୍ଷ । ଗାଣ୍ଟଜ୍‌ ବ୍ଲୁ ଏଣ୍ଡ ଦ୍ବାଇଟ୍‌ ପାର୍ଟିର ଲିଡର୍‌ । ମଇ ମାସରେ ଏହି ଦୁଇ ଦଳ ଏକ ସାଧାରଣ କାର୍ଯ୍ୟକ୍ରମ ଜରିଆରେ ସରକାର ନିର୍ମାଣ ପାଇଁ ସହମତି ପ୍ରକାଶ କରିଥିଲେ । ଏହା ଆଧାରରେ ନେତନ୍ୟାହୁ ପ୍ରଥମ 18 ମାସ ପ୍ରଧାନମନ୍ତ୍ରୀ ରହିବା ପାଇଁ ନିଶ୍ଚିତ ହୋଇଥିବାବେଳେ ଆଉ 18 ମାସ ଗାଣ୍ଟଜ୍‌ ପ୍ରଧାନମନ୍ତ୍ରୀ ରହିବା ନେଇ ସୂଚନା ରହିଥିଲା । ତେବେ ସରକାର ଗଢିବା ପରେ ଦୁଇ ଦଳ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା ।

ସୂଚନାଯୋଗ୍ୟ, ଇସ୍ରାଏଲ୍‌ରେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ବହୁମତ ସରକାର ଗଢିପାରିନାହାନ୍ତି । ନେସେଟ୍‌ ପ୍ରାଚୀନ ହିବ୍ରୁ ଶବ୍ଦ, ଯାହା ଇଦୁଦୀ ପରମ୍ପରା ଅନୁସାରେ 120 ଋଷି ତଥା ପେଗମ୍ବରଙ୍କ ଏକ ବିଧାନସଭା ଥିଲା । ନେସେଟ ସଦସ୍ୟର କାର୍ଯ୍ୟକାଳ ଚାରି ବର୍ଷର ଥାଏ । ନେସେଟ୍‌ ଇସ୍ରାଏଲ୍‌ର ଆଇନ୍‌ ପ୍ରସ୍ତୁତ କରିଥାନ୍ତି । ଏଥିରେ ମୋଟ୍‌ 120 ସଦସ୍ୟ ଥାନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

Delhi Car Blast: ଦିଲ୍ଲୀ କାର ବ୍ଲାଷ୍ଟ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଗୃହମନ୍ତ୍ରୀ

November 10, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025
Latest News

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025

Delhi Car Blast: ଦିଲ୍ଲୀ କାର ବ୍ଲାଷ୍ଟ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଗୃହମନ୍ତ୍ରୀ

November 10, 2025

ଦିଲ୍ଲୀରେ ବଡ ଧରଣର ବିସ୍ପୋରଣ, ୮ ମୃତ, ଦିଲ୍ଲୀ ସମେତ ମୁମ୍ବାଇ, ଜୟପୁର, ଉତ୍ତରପ୍ରଦେଶରେ ହାଇ ଆଲର୍ଟ

November 10, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.