Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଶି ଅନୁଯାୟୀ ଜାଣନ୍ତୁ ନୂତନବର୍ଷର କେଉଁ ମାସଗୁଡିକ ଆପଣଙ୍କ ପାଇଁ ଲକି
ଆଜିର ଖବର

ରାଶି ଅନୁଯାୟୀ ଜାଣନ୍ତୁ ନୂତନବର୍ଷର କେଉଁ ମାସଗୁଡିକ ଆପଣଙ୍କ ପାଇଁ ଲକି

December 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ନୂତନ ବର୍ଷ ଆଶା ଓ ସମ୍ଭାବନା ନେଇ ଆସିଥାଏ। ଗ୍ରହ ନକ୍ଷତ୍ର ଦୃଷ୍ଟିରୁ ୨୦୨୧ ବର୍ଷଟି ସମସ୍ତଙ୍କ ପାଇଁ ଶୁଭ ଓ ଅନୁକୂଳ ହେଉ। ତେବେ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ନୂତନ ବର୍ଷର କେଉଁ ମାସଗୁଡିକ ଶୁଭ ଓ କେଉଁମାସଗୁଡିକ ଅଶୁଭ।

ମେଷ ରାଶି: ମେଷ ରାଶିର ସବୁଠୁ ଭଲ ମିତ୍ର ରାଶି ହେଉଛନ୍ତି କୁମ୍ଭ। ୨୦୨୧ ମସିହାରେ ବୃହସ୍ପତି ଓ ଶନି ଅଧିକ ସମୟ କୁମ୍ଭ ରାଶିରେ ବିତାଇବେ। ଏହାର ପ୍ରଭାବରେ କିଛି ନୂତନ କାର୍ଯ୍ୟ କରିବାକୁ ମିଳିବ। ମେଷ ରାଶିର ବ୍ୟକ୍ତିବିଶେଷ ମାନେ ନିଜ ବ୍ୟବସାୟିକ ଜୀବନରେ ସଫଳତା ପାଇବେ। ସେହିପରି ଏହି ରାଶିର ପ୍ରେମୀମାନଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍‌ ଶୁଭଦାୟକ ରହିବ। ସେହିପରି ଫେବୃଆରୀ ଓ ଜୁଲାଇ ମାସରେ କ୍ୟାରିଅରରେ ଉନ୍ନତି ଘଟିବ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫେବୃଆରୀ, ଅପ୍ରେଲ ଓ ଜୁଲାଇ ମାସଟି ବେଶ୍‌ ଲକି ସାବ୍ୟସ୍ତ ହେବ।

ବୃଷଭ: ବୃଷଭ ରାଶି ପାଇଁ ୨୦୨୧ ମସିହାଟି ବେଶ୍‌ ରୋମାଞ୍ଚକର ରହିବ। ନୂତନ ବର୍ଷରେ କ୍ୟାରିଅରରେ ଉନ୍ନତି ଘଟିବ। ସେହିପରି ଏହି ରାଶିର ପ୍ରେମୀଙ୍କ ପାଇଁ ମାର୍ଚ୍ଚ ଓ ସେପ୍ଟେମ୍ବର ବେଶ୍‌ ଅନୁକୂଳ ରହିବ। ଏହି ରାଶିର ଲୋକଙ୍କ ପାଇଁ ଜାନୁଆରୀ, ମାର୍ଚ୍ଚ,  ଡିସେମ୍ବର ଲକି ରହିବ।

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଫେବୃଆରୀ, ଅପ୍ରେଲ ଓ ଜୁନ୍‌ ମାସଟି ଲକି ରହିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଫେବୃଆରୀ ଓ ମାର୍ଚ୍ଚ ମାସଟି ବେଶ୍‌ ଖାସ ରହିବ। ସେହିପରି ପ୍ରେମୀମାନଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍‌ ଭଲ ରହିବ।

କର୍କଟ: ଏହି ରାଶିର ଲୋକମାନେ ମାର୍ଚ୍ଚ ମାସରେ ଟିକିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ସେହିପରି ଏହି  ରାଶିର ପ୍ରେମୀମାନଙ୍କପାଇଁ ଅକ୍ଟୋବର ଓ ନଭେମ୍ବର ମାସଟି ପୂରା ଖାସ୍‌ ରହିବ। ଏହି ରାଶିର ଲୋକଙ୍କ ପାଇଁ ଲକି ମାସଗୁଡିକ ହେଉଛି – ମାର୍ଚ୍ଚ, ଜୁନ୍‌, ଜୁଲାଇ ଓ ନଭେମ୍ବର।

ସିଂହ: ନୂତନ ବର୍ଷ ଏହି ରାଶି ପାଇଁ ବେଶ୍‌ ଅନୁକୂଳ ରହିବ। ସମ୍ପର୍କ ବଢିବ। ଏହି ରାଶି ପାଇଁ ଲକି ମାସ ହେଉଛି – ଫେବୃଆରୀ, ଅପ୍ରେଲ୍‌, ଅଗଷ୍ଟ ଓ ଡିସେମ୍ବର।

କନ୍ୟା: କନ୍ୟାରାଶିର ବ୍ୟକ୍ତିବିଶେଷମାନେ ନୂତନ ବର୍ଷରେ ନିଜ ସ୍ବାସ୍ଥ୍ୟ ପ୍ରତି ଟିକେ ଅଧିକ ସଚେତନ ରହିବା ଆବଶ୍ୟକ। ଏହି ରାଶିର ଲୋକଙ୍କ ପାଇଁ ଫେବୃଆରୀ, ମେ, ଅଗଷ୍ଟ ଓ ଡିସେମ୍ବର ମାସଟି ବେଶ୍‌ ଶୁଭ ରହିବ।

ତୁଳା ରାଶି: ନୂତନ ବର୍ଷରେ ଏହି ରାଶିର ଲୋକଙ୍କର ସାମାଜିକ ଦାୟିତ୍ବ ବଢିବ। ନୂତନ ସମ୍ପର୍କ ସ୍ଥାପନ ହେବ। ଏହି ରାଶିର ଲୋକଙ୍କ ପାଇଁ ଶୁଭ ମାସ ହେଉଛି ଫେବୃଆରୀ, ଅପ୍ରେଲ, ଜୁନ ଓ ଅକ୍ଟୋବର।

ବିଛା: ନୂତନ ବର୍ଷରେ ବିଛା ରାଶିର ବ୍ୟକ୍ତିବିଶେଷମାନେ ନିଜ ପରିବାରକୁ ବିଶେଷ ଧ୍ୟାନ ଦେବେ। ବ୍ୟବସାୟିକ କ୍ଷେତ୍ରରେ ସ୍ପଷ୍ଟତା ମିଳିବ। ଏହି ରାଶିର ଲୋକଙ୍କ ପାଇଁ ଶୁଭ ମାସ ହେଉଛି – ମାର୍ଚ୍ଚ, ମେ, ଜୁଲାଇ ଓ ନଭେମ୍ବର।

ଧନୁ: ଧନୁ ରାଶିର ବ୍ୟକ୍ତିବିଶେଷମାନେ ନୂତନ ବର୍ଷରେ ଅଧିକ ସ୍ବାଧୀନ ଓ ପରିଶ୍ରମୀ ଅନୁଭବ କରିବେ। ଏହି ବର୍ଷଟି ଆପଣଙ୍କ ପାଇଁ ରୋମାଞ୍ଚକର ହେବ। ବହୁତ କିଛି ନୂଆ କରିବେ। ଆପଣଙ୍କ ପାଇଁ ଶୁଭ ମାସ ହେଉଛି – ଫେବୃଆରୀ, ଅପ୍ରେଲ, ଜୁଲାଇ ଓ ଅକ୍ଟୋବର।

ମକର: ଏହି ରାଶିର ଲୋକମାନେ ନୂତନ ବର୍ଷରେ ନିଜର ଆର୍ଥିକ ସ୍ଥିତି ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲକି ମାସ ହେଉଛି – ଜାନୁଆରୀ, ମଇ, ଅଗଷ୍ଟ ଓ ଡିସେମ୍ବର।

କୁମ୍ଭ: ନୂତନ ବର୍ଷ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସଂକେତ ନେଇ ଆସିଛି। ଏହି ବର୍ଷରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିବେ। ଫେବୃଆରୀ ମାସରେ ଆପଣଙ୍କ ଗ୍ରହ ମଜବୁତ୍‌ ସ୍ଥିତିରେ ରହିବ। ଆପଣଙ୍କୁ ଫାଇଦା ମିଳିବ। ଏହି ରାଶି ପାଇଁ ଶୁଭ ମାସ ହେଉଛି – ଫେବୃଆରୀ, ଅପ୍ରେଲ, ଜୁନ୍‌ ଓ ଅକ୍ଟୋବର।

ମୀନ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ନୂତନ ବର୍ଷରେ ବହୁତ କିଛି ଅବସର ମିଳିବ। ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଶୁଭମାସ – ମାର୍ଚ୍ଚ, ମଇ, ଜୁଲାଇ ଓ ନଭେମ୍ବର।

ନୂଆବର୍ଷ ରାଶି ଲକି
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.