Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସେହି ହିଁ ମା’: ତାହାର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ
ଆଜିର ଖବର

ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସେହି ହିଁ ମା’: ତାହାର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ

May 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ବବିଜୟୀ ଦାଶ

ମା’ ଦୁନିଆର ସବୁଠୁ ମଧୁର ଶବ୍ଦ, ପୁଣି ସବୁଠାରୁ ସୁନ୍ଦର। ସ୍ନେହ, ମମତାରେ ଭରପୂର ମା’ର ପଣତ ପିଲାର ସବୁଠୁ ସୁରକ୍ଷିତ ଆଶ୍ରୟ। ମା’ କୋଳ ଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ। ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ଯାହାର ତ୍ୟାଗ, ସହିଷ୍ଣୁତା, ଭଲପାଇବା, ସେହି ହିଁ ମା, ଜନନୀ, ଜନ୍ମଦାତ୍ରୀ।

ମା’ ର କଥା ଅମୃତ,ମା’ ର ରନ୍ଧା ଅମୃତ,ମା’ ର କାମ ଅମୃତ, ମା’ ର ଗୀତ ଅମୃତ। ମା’ ତ ପିଲାଟିର ପ୍ରଥମ ଗୁରୁ, ଅନ୍ତରଙ୍ଗ ବନ୍ଧୁ,ଦାର୍ଶନିକ,ଅଭିଭାବକ। ପିଲା ପାଇଁ ମା’ ହେଉଛି ସର୍ବଶ୍ରେଷ୍ଠ। ମା’ ପିଲାଟିର ପ୍ରାଣ, ଜୀବନ, ନିଃଶ୍ବାସ, ପ୍ରଶ୍ବାସ, ସିଏ ହିଁ ସାକ୍ଷାତ ଈଶ୍ବରୀ।
ମା, ମାଆ, ବୋଉ ବା ଜନନୀ ଜଣେ ସନ୍ତାନକୁ ଜନ୍ମ ଦେଇଥିବା, ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ। ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି “ମା” ପାଇଁ ସଜ୍ଞା ତିଆରି କରିବା କଷ୍ଟକର। “ମା”ର ପରିପୂରକ ବାପା।ମା’ ଶିଶୁର ପ୍ରଥମ ଗୁରୁ ଓ ଶିକ୍ଷକ।ମା’ ଶିଶୁକୁ ଚରିତ୍ରବାନ ବନାଇଥାଏ।

ମା’ ଶିଶୁକୁ ଶକ୍ତିଶାଳୀ ବନାଇ ଥାଏ। ମା’ ନିଜ ଶିଶୁକୁ ସବୁ ବିପଦ ରୁ ରକ୍ଷା କରିଥାଏ। ଶିଶୁ ପାଇଁ ସେ ମମତା ଓ ପ୍ରେମର ମୂର୍ତ୍ତି ହୁଏ।

ଦୁନିଆରେ ଅନେକ ପ୍ରକାରର ଭଲ ପାଇବା ଅଛି, କିନ୍ତୁ ମା’ ପୁଅ/ଝିଅ ର ଭଲପାଇବା ଅନନ୍ୟ। ସବୁ ଭଲପାଇବା ମଧୁର କିନ୍ତୁ ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲପାଇବାକୁ ସଂସାରରେ ସର୍ବଶ୍ରେଷ୍ଠ କୁହାଯାଏ। ମା’ ଆଉ ପୁଅ/ଝିଅ ମଧ୍ୟରେ ଥିବା ଭଲ ପାଇବାରେ ଟିକିଏ ହେଲେ ବି ସ୍ବାର୍ଥ ନଥାଏ। ମା’ ନିଜେ ନଖାଇ ଆମ ପାଇଁ ସାଇତି ରଖିଥାଏ ଖାଇବାକୁ, ମା’ ନିଜେ ଉପାସରେ ଶୋଇପଡ଼େ ହେଲେ କିନ୍ତୁ ତା’ ସନ୍ତାନ କୁ ଉପାସରେ ଶୋଇବାକୁ ଦିଏନି। ମା ନିଜର ଖୁସିକୁ ପଛରେ ପକାଇ ଆମ ଖୁସିରେ ସାଉଁଟିଥାଏ ଅଜସ୍ର ଖୁସି।

ଆମ ଆଖିରେ ଭରିଥାଏ ସେ ସ୍ବପ୍ନ ଓ ମନରେ ବୁଣିଦିଏ ମାନବୀୟ ରଙ୍ଗ।ଆମ ଭିତରେ ଦୁଃଖ ର ସ୍ରୋତ କୁ ଦେଖିପାରୁଥିବା ବ୍ୟକ୍ତିତ୍ବ ଟି ହେଉଛି କେବଳ ମା’। ମା’ ର ମନ ପବିତ୍ର ଗଙ୍ଗା
ମା’ ଏହା ଏଭଳି ଏକ ଶବ୍ଦ ଯାହାର ବିକଳ୍ପ ନାହିଁ। ମା’ର ମମତା ନିକଟରେ ସବୁକିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏହି ମହୀୟସୀ ମହିଳା ପିଲାଟିକୁ ଗର୍ଭରେ ଧାରଣ କରେ। ଜନ୍ମ ଦିଏ। ଆଉ ତାହାର ଲଲାନପାଳନ କରେ। ତେଣୁ ତା’ର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି।

ଆଧୁନିକ ମାତୃ ଦିବସର ଜନ୍ମଦାତ୍ରୀ ଭାବରେ ଆମେରିକାର ଆନ୍ନା ଜାର୍ଭିସଙ୍କୁ ଗ୍ରହଣ କରାଯାଏ। ଆମେରିକାର ପଶ୍ଚିମ ଭର୍ଜିନିୟାସ୍ଥିତ ସେଣ୍ଟ ଆଣ୍ଟ୍ର୍ୟୁସ ମେଥୋଡିଷ୍ଟ ଚର୍ଚ୍ଚରେ ସେ ୧୯୦୮ରେ ନିଜ ମା’ଙ୍କ ସ୍ମରଣରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ‘ଜଣକ ଜୀବନରେ ମା’ର ଭୂମିକା’ ସମ୍ପର୍କରେ ସ୍ମୃତିଚାରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ଵରେ ବିସ୍ତାର କରିବା ପାଇଁ ଜାର୍ଭିସଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ। ୧୯୦୮ରୁ ପ୍ରତିବର୍ଷ ମେ’ ଦ୍ଵିତୀୟ ରବିବାରକୁ ‘ବିଶ୍ଵ ମାତୃ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି।

ଯିଏ ପର ଆପଣା କେବେ ଜାଣି ନାହିଁ ସେ ହିଁ ଆମ ମାଆ। ସମସ୍ତଙ୍କୁ ଯିଏ ନିଜର ବୋଲି ଭାବେ ସେ ହିଁ ଆମ ମାଆ। ଆଜି ମାତୃ ଦିବସ ଅବସରରେ ସମସ୍ତ ମାତୃଶକ୍ତିକୁ ପ୍ରଣାମ କରୁଛି।

ଲେଖକ- ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍ ନଂ- ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮

ତ୍ୟାଗ ବିଶ୍ଵ ମାତୃ ଦିବସ ମା ସୁରକ୍ଷିତ ଆଶ୍ରୟ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.