Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ସକାଳୁ କିଛି ସମୟ ଚାଲିଲେ କଣ ଲାଭ ମିଳେ ତାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୀବନ ଶୈଳୀ

ସକାଳୁ କିଛି ସମୟ ଚାଲିଲେ କଣ ଲାଭ ମିଳେ ତାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ

February 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସକାଳୁ କିଛି ସମୟ ଚାଲିଲେ କଣ ଲାଭ ମିଳେ ତାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର : ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍‌ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍‌, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍‌ କରୁଥିଲେ।

1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ସପ୍ତାହରେ 3ରୁ 5 ଘଣ୍ଟା ପାଦରେ ଚାଲିବା ଦରକାର । ଏହା କରିବା ଦ୍ବାରା କ୍ୟାନ୍‌ସର ପୀଡ଼ିତଙ୍କ ଆୟୁ ସୀମା ବୃଦ୍ଧି ଘଟିଥାଏ। ସେହିପରି 1500 କ୍ୟାଲୋରୀ ଖାଦ୍ୟ ଗ୍ରହଣ କରୁଥିବା ମହିଳା ଦିନକୁ ଘଣ୍ଟାଟିଏ ଚାଲିବା ଆବଶ୍ୟକ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ସେହିପରି ପ୍ରତି ସପ୍ତାହରେ 90 ମିନିଟ୍‌ ପର୍ଯ୍ୟନ୍ତ ଚାଲୁଥିବା ପ୍ରୋଟେଷ୍ଟ କ୍ୟାନ୍‌ସର ପୀଡ଼ିତଙ୍କ ଆୟୁରେ 50 ପ୍ରତିଶତ ବୃଦ୍ଧି ହୋଇଥାଏ । ସେହିପରି ସକାଳୁ ଚାଲିବା ଦ୍ବାରା ଶରୀରରେ ଭିଟାମିନ୍‌ ଡି ଓ କ୍ୟାଲସିୟମ୍‌ର ସ୍ତର ବଢିଥାଏ।

ଯେଉଁ ବ୍ୟକ୍ତି ସପ୍ତାହର 6ରୁ 9 ମାଇଲ୍‌ ପର୍ଯ୍ୟନ୍ତ ଚାଲିଥାଏ, ତାଙ୍କୁ ଡିମୋସିଆ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ । ପ୍ରତ୍ୟେକ ଦିନ ଅଧ ଘଣ୍ଟା ଚାଲୁଥିବା ବ୍ୟକ୍ତି ମାନସିକ ସୁସ୍ଥତା ସହ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

ଚାଲିବା ସମୟରେ କ’ଣ କରିବା ଉଚିତ୍‌

– ନାକ ଦ୍ବାର ନିଶ୍ବାସ ନେବା ଉଚିତ୍‌

– ଶରୀରକୁ ସିଧା ରଖି ଚାଲିବା ଆବଶ୍ୟକ ।

– ଗଭୀର ନିଃଶ୍ବାସ ନେବା ଦରକାର, ଯାହା ଫଳରେ ସ୍ବଚ୍ଛ ବାୟୁ ଶରୀରରେ ପ୍ରବେଶ କରିପାରିବ ।

-ସୂର୍ଯ୍ୟୋଦୟ ପୂର୍ବରୁ ଚାଲିବା ସର୍ବୋତ୍ତମ ହୋଇଥାଏ । କାରଣ ପ୍ରାତଃକାଳୀନ ବାୟୁରେ ଅକ୍ସିଜେନ୍‌ର ମାତ୍ରା ଅଧିକ ରହିଥାଏ ।

ଯେଉଁମାନେ ବ୍ଲଡପ୍ରେସରରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ରୂପେ ଚାଲିବା ଆବଶ୍ୟକ । ଏହାଦ୍ବାରା କୋଲୋଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ରକ୍ତ ସଂଚାର ସୁଚାରୂରୂପେ ହୋଇଥାଏ ।

ସେହିପରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଏକପ୍ରକାର ମହୌଷଧି ।  ଆମ ଦେଶରେ ପ୍ରାୟ 62 ପ୍ରତିଶତ ଲୋକ ନିଷ୍କ୍ରିୟ ଜୀବନ ଅତିବାହିତ କରିଥାନ୍ତି, ଅର୍ଥାତ୍‌ ଶାରିରୀକ ପରିଶ୍ରମ କରନ୍ତି ନାହିଁ । ବୟସ ବଢିବା ସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଥାଏ। ନିୟମିତ ଚାଲିବା ଦ୍ବାରା ଆମର ହାଡ଼ ଓ ମାଂସପେଶୀ ସୁଦୃଢ ହୋଇଥାଏ ।

ସେହିପରି ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ସେହିପରି ମୋଟାପାରୁ ମୁକ୍ତି ଦେଇଥାଏ। ନିୟମିତ ଅଧଘଣ୍ଟା ଚାଲିବା ଦ୍ବାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ।

ସେଥିପାଇଁ ଆମ ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରୁ ସବୁଦିନ କିଛି କିଛି ସମୟ ଚାଲିବା ଆରମ୍ଭ କରନ୍ତୁ । ଚାଲିବା ସହି କିଛି ଶାରିରୀକ ପରିଶ୍ରମ ମଧ୍ୟ କରିବା ଜରୁରୀ । ଚାଲନ୍ତୁ, ସୁସ୍ଥ ରୁହନ୍ତୁ ।

ଚାଲିବା ସକାଳ ଚାଲିବା
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.