Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଣିକ ପଥର ଲଗାଇଲେ କ’ଣ ମିଳିବ ଲାଭ?, ଜାଣିଲେ ଖୁସି ହେବେ
ଆଜିର ଖବର

ମାଣିକ ପଥର ଲଗାଇଲେ କ’ଣ ମିଳିବ ଲାଭ?, ଜାଣିଲେ ଖୁସି ହେବେ

March 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ।

ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ।

ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା ମଧ୍ୟ ବୃଧ୍ଧି ହୋଇଥାଏ। ଭୟମୁକ୍ତ ହେବା ସହିତ ପ୍ରତିଭା ପ୍ରଦର୍ଶନରେ ବେଶ୍‌ ଲାଭଦାୟକ ରହିଥାଏ ମାଣିକ୍‌। ମାଣିକ ଧାରଣ ଦ୍ବାରା ଆଖି ସମସ୍ୟା ଯେପରିକି ଦୃଷ୍ଟି ସମସ୍ୟା, ହୃଦରୋଗ, ବାଳ ଝଡିବା ଓ ହାଡ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳିବା ସହିତ ସକାରାତ୍ମକ ପରିଣାମ ମିଳିଥାଏ।

ତେବେ ସୂର୍ଯ୍ୟ ଶୁଭକାରକ ଗ୍ରହ ପାଇଁ ମାଣିକ ପିନ୍ଧାଯାଏ ତାହା ନୁହେଁ, ମାଣିକ ଏକ ସକାରାତ୍ମକ ରତ୍ନ। ଏହାକୁ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କର ପରାମର୍ଶ ନେଇଯିବାର ଆବଶ୍ୟକତା ରହିଛି। ସାମାନ୍ୟତଃ ମେଷ, ସିଂହ, ବିଛ ଓ ଧନୁ ଲଗ୍ନ ପାଇଁ ଏହି ମାଣିକ ଧାରଣ କରିବା ଅତ୍ୟନ୍ତ ଶୁଭ। କକର୍ଟ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟମ ଧରଣର ଫଳ ଦେଇଥାଏ। ସେହିପରି ମରକ ଓ କନ୍ୟା ଲଗ୍ନରବ୍ୟକ୍ତିଙ୍କ ପାଇଁ ମାଣିକ ଧାରଣ କରିବା ହାନିକାରକ ହୋଇଥାଏ।

କିପରି କରିବେ ଧାରଣ

ମାଣିକକୁ ତମ୍ବା କିମ୍ବା ସୁନା ମୁଦିରେ ବନାଇପାରିବେ। ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରବିବାର ଦିନ ପିନ୍ଧିବା ଉଚିତ୍‌। ଏହା ବ୍ୟତୀତ ଆପଣ ଚାହିଁଲେ ଏହାର ପଦକ ମଧ୍ୟ ପକେଇପାରିବେ। ମାଣିକ ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ସହିତ ଧୂପ-ଦୀପ ଜଲାଇ ସୂର୍ଯ୍ୟ ମନ୍ତ୍ର ଜପ କରିବା ଆବଶ୍ୟକ। ପୂର୍ବଦିଗ ଆଡକୁ ମୁଖ କରି ଏହି ମାଣିକକୁ ଧାରଣ କରିବା ଦରକାର। ମାଣିକ ଧାରଣ କରିବା ପାଇଁ ଓଁ ଘୃଣି : ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ ବିଶେଷ ଲାଭ ମିଳିବ।

ମାଣିକ ପଥର ମୂଲ୍ୟବାନ ରତ୍ନ ପଥର ରତ୍ନ ପଥର
Share. Facebook Twitter LinkedIn Email WhatsApp Copy Link

Related Posts

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026
Latest News

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.