Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତୁରୀ ବର୍ଷ ବୟସରେ ମେଗାଷ୍ଟାର୍‌ ରଜନୀକାନ୍ତ
ଆଜିର ଖବର

ସତୁରୀ ବର୍ଷ ବୟସରେ ମେଗାଷ୍ଟାର୍‌ ରଜନୀକାନ୍ତ

December 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମେଗାଷ୍ଟାର୍‌ ରଜନୀକାନ୍ତ ଆଜି 70 ବର୍ଷ ବୟସରେ ପାଦ ଦେଇଛନ୍ତି । 1950 ଡିସେମ୍ବର 12 ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍‌ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ  ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍‌ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।

ସତୁରୀବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ତାଙ୍କର କିଛି ସୁପରହିଟ୍ ଫିଲ୍ମ ମଧ୍ୟରେ କଓ୍ବାଲି,ଲିଙ୍ଗା,୨.୦, ପେଟା ଏବଂ ଦରବାର ଭଳି ରହିଛି। ତାଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇସାରିଛି।

ଜାକି ଚାନ୍‌ଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ହେଉଛନ୍ତି ରଜନୀକାନ୍ତ । ତାମିଲ୍‌ ଚଳଚ୍ଚିତ୍ର ‘ଶିବାଜୀ’ ପାଇଁ ସେ 26 କୋଟିର ପାରିଶ୍ରମିକ ନେଇଥିଲେ। କେବଳ ଦକ୍ଷିଣ ଭାରତୀୟ ଭାଷାରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ବେଶ୍‌ ଦକ୍ଷତା ପ୍ରତିପାଦିତ କରିଛନ୍ତି ରଜନୀକାନ୍ତ। ଅନେକ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ପ୍ରତି ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ପାଇଁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଏହି ଅଭିନେତା ଜଣକ।

ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ୍‌ ତାରକା ଜଣକ ଏବେ ରାଜନୀତିକୁ ପାଦ ବଢାଉଛନ୍ତି । ଆସନ୍ତା ଡିସେମ୍ବର 31 ତାରିଖରେ ସେ ତାଙ୍କର ରାଜନୈତିକ ଇନ୍ନିଂସ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଡିସେମ୍ବର 31 ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ ବୋଲି ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ ।

ତେବେ ଭାରତୀୟ ସିନେମାର ମେଗାଷ୍ଟାର୍‌ଙ୍କ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ନିଜର ନିଆରା ଷ୍ଟାଇଲ୍‌ ଓ ଅଭିନୟରେ ଦର୍ଶକଙ୍କ ସ୍ଥାନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ରଜନୀକାନ୍ତ । ପ୍ରାୟ ସବୁ ଜେନେରସେନ୍‌ଙ୍କ ପାଇଁ ସେ ରୋଲ୍‌ ମଡେଲ୍‌ ପାଲଟିଛି । ସତୁରୀ ତମ ଜନ୍ମଦିବସ ଅବସରରେ ରଜନୀକାନ୍ତଙ୍କୁ ଆମ ପରିବାର ତରଫରୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । (ଏଜେନ୍ସି)

ରଜନୀକାନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.