Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାବଧାନ, ଟାଇଗର ଜିନ୍ଦା ହେ
ଜାତୀୟ ଖବର

ସାବଧାନ, ଟାଇଗର ଜିନ୍ଦା ହେ

December 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ବଲିଉଡ ଭାଇଜାନ ଭାବେ ପରିଚିତ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ସଲମାନ ଖାନ। ୧୯୬୫ ମସିହା ଡିସେମ୍ବର ୨୭ରେ ସେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କୁ 55 ବର୍ଷ ପୁରିଲା। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୯ ମସିହାରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ  ‘ ମୈନେ ପ୍ୟାର କିଆ’ରେ ସଲମାନଙ୍କ ଅଭିନୟ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା।

ପରବର୍ତ୍ତୀ ସମୟରେ ସେ ‘ହମ୍ ଆପକେ ହେ କୌନ୍, ହମ୍ ସାଥ୍ ସାଥ୍ ହୈ, ପ୍ୟାର କିୟା ତୋ ଡରନା କ୍ୟା, ହମ୍ ଦିଲ୍ ଦେ ଚୁକେ ସନମ, ୱାଣ୍ଟେଡ୍, ବଡିଗାର୍ଡ, ରେଡ୍ଡୀ, ଦବଙ୍ଗ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ୍, ସୁଲତାନ, କିକ, ପ୍ରେମ ରତନ ଧନ ପାୟୋ, ଟାଇଗର ଜିନ୍ଦା ହୈ, ରେସ -୩ ପରି ବହୁ ସୁପରହିଟ ଫିଲ୍ମ ସେ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି। ଏହି ଫିଲ୍ମଗୁଡିକ ମଧ୍ୟରେ ୫ଟି ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି ।

ଏହି ସୁପରଷ୍ଟାରଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ବହୁତ । ତାଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି । ଏହି ସୁପରଷ୍ଟାର ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ । କେତେବେଳେ ହିରୋଇନଙ୍କୁ ନେଇ ବିବାଦରେ ଥାନ୍ତି ତା କେତେବେଳେ ନିଜର ମତକୁ ନେଇ। ୫୩ ବର୍ଷୀୟ ଏହି ଅଭିନେତା ଜଣକ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି।

ତାଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ସେତେ କଠିନ। ସୋମି ଅଲି, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟଙ୍କଠାରୁ ନେଇ କ୍ୟାଟ୍ରିନା କ୍ୟାଫଙ୍କ ଭଳି ଆଗଧାଡିର ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ବେଶ ଚର୍ଚ୍ଚିତ। ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବାବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିବା ସହିତ ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍‌କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି ।

ସଲମାନଙ୍କୁ ନେଇ ବିବାଦ ମଧ୍ୟ କିଛି କମ ନୁହେଁ।  କୃଷ୍ଣସାର ମୃଗ ଶିକାର କେସ୍ ଓ ହିଟ ଆଣ୍ଡ ରନ ଆଦି କେସ ଆଦିରେ ସେ ସମ୍ପୃକ୍ତ ହୋଇ ସେ ବେଶ ବିବାଦୀୟ ହୋଇପଡିଥିଲେ। ୧୯୮୮ ମସିହାରେ ରାଜସ୍ଥାନରେ ସେ ତାଙ୍କ କୋ ଷ୍ଟାରଙ୍କ ସହ କୃଷ୍ଣସାର ମୃଗ ଶିକାର କରିଥିଲେ । ଏହି କେସରେ ରାଜସ୍ଥାନ କୋର୍ଟ ତାଙ୍କୁ ଦୋଷୀ ଦର୍ଶାଇଥିଲେ। ସେହିପରି ୨୦୦୨ ମସିହାରେ ହିଟ ଆଣ୍ଡ ରନ କେସରେ ଦୋଷୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଏହି କେସରୁ ମୁକ୍ତ ହୋଇଥିଲେ। ତାଙ୍କ ବଦାନ୍ୟତା ମଧ୍ୟ କମ ନୁହେ ।

ସେ ‘ବିଙ୍ଗ ହ୍ୟୁମାନ’ ନାମରେ ଏକ ଚାରିଟି ଖୋଲିଛନ୍ତି, ଯାହା ସାରା ଭାରତବର୍ଷର ଶିଶୁଙ୍କ ପାଇଁ କାର୍ଯ୍ୟ କରୁଛି। ସେ ତାଙ୍କ ଆୟର ଅର୍ଦ୍ଧାଂଶ ଏହି ସଂସ୍ଥାକୁ ଦାନ କରିଥାନ୍ତି। ତାଙ୍କ ବଦାନ୍ୟତା ପାଇଁ ମଧ୍ୟ ସେ ବେଶ ଚର୍ଚିତ। ଏକାନବର୍ତ୍ତୀ ପାରିବାରବାଦକୁ ସମସ୍ତେ ଗ୍ରହଣ କରିଥିବାବେଳେ ସଲମାନଙ୍କ ପରିବାର ପ୍ରୀତି ବେଶ ନିଆରା। ନିଜର ୨ ଭାଇ ଆଉ ଜଣେ ଭଉଣୀ ଥିବାବେଳେ ଅର୍ପିତାକୁ ଭଉଣୀ କରି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସୁନ୍ଦର ହୃଦୟର ଏହି ଅଭିନେତା ଜଣକ କିନ୍ତୁ ନିଜ ରାଗକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହି। ଏଥିପାଇଁ ପ୍ରାୟେ ବିବଦୀୟ ହୋଇପଡିଥାନ୍ତି।

ତେବେ ବଲିଉଡର ଏହି ଦବଙ୍ଗ ଖାନ ଜଣକ ନିଜର ନିଆରା ଷ୍ଟାଇଲ ପାଇଁ ବେଶ ଚର୍ଚିତ। ଆଜିବି ଏହି ଅଭିନେତାଙ୍କ ବିବାହ ଏକ ଚର୍ଚାର ବିଷୟ । ତାଙ୍କର ଜନ୍ମଦିବସ ଅବସରରେ ଏହି ବ୍ୟାଚଲର ସୁପରଷ୍ଟାରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆହୁରି ସୁପରହିଟ ଫିଲ୍ମ ସିନେପ୍ରେମୀଙ୍କୁ ଭେଟି ଦେବାପାଇଁ ଶୁଭେଚ୍ଛା ଜଣାଉଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.