Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି ‘କୁ ୨ ପୁରସ୍କାର
ଅନ୍ତରାଷ୍ଟ୍ରୀୟ

ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି ‘କୁ ୨ ପୁରସ୍କାର

December 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଅନ୍ତର୍ଧ୍ୱନି 'କୁ ୨ ପୁରସ୍କାର

ଭୁବନେଶ୍ବର, ୨୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତା ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର। ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ୱନି’ ଦେଶ ପାଇଁ ଗୌରବ ଆଣିଦେଇଛି। କେଵଳ ସେତିକି ନୁହେଁ, ୨୪ ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିଲା।

ଏହି ଚଳଚିତ୍ର ଉତ୍ସବଟି କଣ

ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା ଏବଂ ସେଥି ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ରାଷ୍ଟ୍ରର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା। ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୦ର ଆୟୋଜକ ଥିଲେ ଢାକା ଫେଷ୍ଟିଭାଲ ଏବଂ ସିନେମେକିଙ୍ଗ ଅନୁଷ୍ଠାନ। ସହଯୋଗୀ ଥିଲେ ମାସୁଦ ମାଂଚ ଓ ରସୁଦା ଫିଲ୍ମସ। ଫେଷ୍ଟିଭାଲ ଡିରେକ୍ଟର ଥିଲେ ମଞ୍ଜୁରୁଲ ଇସଲାମ ମେଘ।

ଏହି ଚଳଚିତ୍ରରେ କେଉଁମାନେ ଅଛନ୍ତି

ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ. କେ ବୀର ‘ଅନ୍ତର୍ଧ୍ୱନି’ ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି।୨୪ ଏଫପିଏସ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରର ୯୫ ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି। ସିନେମାର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାସୱାଲ, ସ୍ୱପ୍ନା ପତି ଓ ତଳବିନ୍ଦର ସିଂ। ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି। ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୁଅରେ ନିର୍ମିତ ହୋଇଛି ଏହି ସିନେମା। ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର।

ଏହି ଚଳଚିତ୍ରର କାହାଣୀ କଣ

ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଚାରିପାଖେ କେନ୍ଦ୍ରିତ ହୋଇଛି। ଶାଲିନୀ ହଠାତ ଅନ୍ତର୍ଦ୍ଧାନ ହୋଇଯାଏ, ଆଉ ଏଇଠୁ ଆରମ୍ଭ ହୁଏ ଅନ୍ୱେଷଣର କାହାଣୀ। କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ୱନି’ ଉଚ୍ଚ ପ୍ରସଂଶିତ ହୋଇଥିଲା।ଏହା ବ୍ୟତୀତ ୱଣ୍ଡ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଅପ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି। ଖୁବ ଶିଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହ ବର୍ଲିନ ଓ ଲୋକାର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026
Latest News

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.