
ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଗତକାଲି ରାତି ୧୨.୪୫ ମିନିଟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଶାନ୍ତନୁ ମହାପାତ୍ର ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ। ସେ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ୍ ଜିଓଫିଜିକ୍ସ୍’ରେ ସ୍ନାତକ ହାସଲ କରିଥିଲେ। ସେ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଡାଇରେକ୍ଟୋରେଟ୍ ଅଫ୍ ମାଇନିଙ୍ଗ୍ ଆଣ୍ଡ୍ ଜିଓଲୋଜି’ରେ ଯୋଗ ଦେଇ ପରବର୍ତ୍ତି ସମୟରେ ଏହାର ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।
Tags: ଶାନ୍ତନୁ ମହାପାତ୍ର