
ମୁମ୍ବାଇ: ବିଶ୍ବ ମହାମାରୀ କରୋନାରେ ବହୁ ବଡ ବଡ ହସ୍ତୀମାନେ ସଂକ୍ରମିତ ହୋଇଛନ୍ତି । ବହୁ ନେତା ଓ ଅଭିନେତାମାନେ ମଧ୍ୟ ଏହି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ବଲିଉଡ୍ର ଶେହେନ୍ଶାହା ଅମିତାଭ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ଏବେ ବଲିଉଡ୍ର ଜଣେ ନିର୍ଦ୍ଦେଶକ କରୋନାରେ ସଂକ୍ରମିତ ହୋଇଛନ୍ତି । ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅତରଙ୍ଗୀ ରେ ଫିଲ୍ମର ଶୁଟିଂ ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିଥିବାର ସେ ସୂଚନା ଦେଇଛନ୍ତି । ଆନନ୍ଦ କରୋନାରେସଂକ୍ରମିତ ହେବା ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି । ତେବେ ଏହି ଫିଲ୍ମର ମୁଖ୍ୟ କଳାକାର ଅକ୍ଷୟ କୁମାର, ସାରା ଅଲୀ ଖାନ୍ ଓ ଧନୁଷ୍ ଏବେ ଚିନ୍ତାରେ ପଡିଛନ୍ତି । ସେମାନେ ଖୁବ୍ ଶୀଘ୍ର କରୋନା ଟେଷ୍ଟ କରିବେ ବୋଲି ସୂଚନା ରହିଛି । ନିକଟରେ ଅଭିନେତ୍ରୀ କ୍ରିତି ସାନନ୍, ବରୁଣ ଧାଓ୍ବନ ପ୍ରମୁଖ କରୋନାରେ ପଜିଟିଭ୍ ହୋଇଥିଲେ ।