
ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିତାଭ ବଚନଙ୍କର ଏକ ଛୋଟିଆ ଅପରେସନ ହେବ। ସେ ନିଜେ ତାଙ୍କ ଟୁଇଟରରେ ଏହି କଥା କହିଛନ୍ତି। ସେ ଲେଖିଛନ୍ତି ଯେ, ସାଧାରଣଠାରୁ ଟିକିଏ ବଡ ହୋଇଛି, ଅପରସେନ ପରେ ତାହା ଭଲ ହେବ। ଏହାପରେ ଟୁଇଟରରେ ତାଙ୍କର ଫଲୋୟରସ ଶିଘ୍ର ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି।
କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିକାଶ ବାହଲଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ନାଗରାଜ ପପାଟ୍ରାଓ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଅମିତାଭ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର “ଝୁଣ୍ଡ” ଜୁନ୍ 18 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫେସ୍ ନାମକ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଏପ୍ରିଲ୍ 30 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିକଟରେ ଅମିତାଭ ବଚନ କରୋନା ଆକ୍ରାନ୍ତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ।