Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଭିନେତା ଅମୀର ଖାନଙ୍କୁ ନେଇ ବଡ ଖବର, ସ୍ବାମୀ ସ୍ତ୍ରୀ ହେବେନି, ହେଲେ ପିଲାର ବାପାମା ହେବେ
ଜାତୀୟ ଖବର

ଅଭିନେତା ଅମୀର ଖାନଙ୍କୁ ନେଇ ବଡ ଖବର, ସ୍ବାମୀ ସ୍ତ୍ରୀ ହେବେନି, ହେଲେ ପିଲାର ବାପାମା ହେବେ

July 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଭିନେତା ଅମୀର ଖାନଙ୍କୁ ନେଇ ବଡ ଖବର, ସ୍ବାମୀ ସ୍ତ୍ରୀ ହେବେନି, ହେଲେ ପିଲାର ବାପାମା ହେବେ

ମୁମ୍ବାଇ, ବଲିଉଡ ଅଭିନେତା ଅମୀର ଖାନଙ୍କ ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କିରଣ ରାଓଙ୍କୁ ପରସ୍ପର ସହମିତ ଦେଇ ଛାଡପତ୍ର କରିଛନ୍ତି। ଦୁହେଁ 2005 ମସିହା ଡିସେମ୍ବର 28ରେ ବିବାହ କରିଥିଲେ। 15 ବର୍ଷ ପରେ ଉଭୟ ନିଜ ବିବାହ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଛାଡପତ୍ର ସମ୍ପର୍କରେ ଅମୀର ଏବଂ କିରଣ ମଧ୍ୟ ଏକ ଅଫିସିୟାଲ ବିବୃତ୍ତି ଜାରି କରିଛନ୍ତି।

ଦୁହେଁ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା 15 ବର୍ଷ ମଧ୍ୟରେ, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ହସ ସହିତ ଖୁସିର ଜୀବନ ବିତାଉଥିଲୁ ଏବଂ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ସହିତ ଆମର ସମ୍ପର୍କ ବଢିବାକୁ ଲାଗିଲା। ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ଯାହାକୁ ସ୍ବାମୀ ସ୍ତ୍ରୀ ବୋଲି କୁହାଯିବ ନାହିଁ।

ଆମେ କିଛି ଦିନ ପୂର୍ବରୁ ଆମର ଅଲଗା ହେବାର ଯୋଜନା କରିଥିଲୁ ଏବଂ ବର୍ତ୍ତମାନ ଆମେ ଏହି ଅଲଗା ବାସ୍ତବ ରୂପ ନେଇଛି।  ଆମେ ପୁଅ ଆଜାଦଙ୍କ ପିତାମାତା ହେବା ଜାରି ରଖିବୁ ଏବଂ ଏକତ୍ର ତାଙ୍କର ଯତ୍ନ ନେବୁ।  ଆମେ ଚଳଚ୍ଚିତ୍ର ଏବଂ ଆମର ପାନି ଫାଉଣ୍ଡେସନ୍ ପାଇଁ ଏକାଠି କାମ କରିବା ଜାରି ରଖିବୁ।

ଏହି ଟୁଇଟରୁ ସ୍ପଷ୍ଟ ସୂଚନା ମିଳିଛି ଯେ, ଅମୀର ଖାନ ଏବଂ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଉଭୟ ଲଗାନ ଚଳଚିତ୍ରରେ ଭଲପାଇ ଶେଷରେ ବିବାହ କରିଥିଲେ। ଲଗାନ ଚଳଚିତ୍ରରେ କିରଣ ରାଓ ସହ ନିର୍ଦ୍ଦେଶିକା ଥିଲେ। ଏହି ଚଳଚିତ୍ରର ସୁଟିଂ ସେଟର ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଯାହା ପରବର୍ତ୍ତି ସମୟରେ ସ୍ବାମୀସ୍ତ୍ରୀକୁ ରୂପାନ୍ତରିତ ହୋଇଥିଲା।

ପୂର୍ବରୁ ଅମୀର ପ୍ରତିଷ୍ଠିତ ଅଭିନେତ୍ରୀ ରୀନା ଦତ୍ତଙ୍କୁ 1986 ମସିହାରେ ବିବାହ କରିଥିଲେ। ହେଲେ ଏହି ବିବାହ 2002 ମସିହାରେ ଭାଙ୍ଗି ଯାଇଥିଲା। ଏହାପରେ ଅମୀର 2005 ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026
Latest News

ଆଜି “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 6, 2026

ୟୁନିଭରସିଟି ଅଫ୍‍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ଏସ୍‍ ଆଣ୍ଡ ଟି  ମଧ୍ୟରେ ଏମ୍‍ଓୟୁରେ ସ୍ୱାକ୍ଷର

March 6, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026

ଏଆଇ ଯୁଗ କେବଳ ଅପଗ୍ରେଡ୍ ନୁହେଁ, ଏହା ଅର୍ଥନୀତି ପାଇଁ ଏକ ପୁନଃର୍ବିନ୍ୟାସ: ଜିଓ ପ୍ଲାଟଫର୍ମସ ସିଇଓ

March 6, 2026

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.