Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କାର୍ଯ୍ୟାଳୟ, ପ୍ରଦାନ କରାଯିବ ସମସ୍ତ ମଂଜୁରୀ
PIB_NEWS

ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କାର୍ଯ୍ୟାଳୟ, ପ୍ରଦାନ କରାଯିବ ସମସ୍ତ ମଂଜୁରୀ

July 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତର୍ଜାତିକ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କାର୍ଯ୍ୟାଳୟ, ପ୍ରଦାନ କରାଯିବ ସମସ୍ତ ମଂଜୁରୀ

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବରେ “ଭାରତ ପାଭିଲିଅନ”କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟରେ ଜାଭଡ଼େକର ଆଶା ପୋଷଣ କରିଛନ୍ତି ଯେ ବିଶ୍ୱ ଖୁବ୍‍ ଶୀଘ୍ର କରୋନା ମହାମାରୀମୁକ୍ତ ହେବ ଏବଂ ଲୋକମାନେ ପୁଣି ଥରେ ଥିଏଟର୍ସକୁ ଚଳଚ୍ଚିତ୍ର ଦେଖିବା ଲାଗି ଫେରିପାରିବେ ।

୭୪ତମ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜିତ ଭର୍ଚୁଆଲ୍‍ “ଭାରତ ପାଭିଲିଅନ”କୁ ଉଦ୍ଘାଟନ କରି ଜାଭଡ଼େକର କହିଲେ ଯେ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଏହି ପାଭିଲିଅନ ଭର୍ଚୁଆଲ୍‍ ମୋଡ଼ରେ ଆୟୋଜନ କରାଯାଉଛି ସତ କିନ୍ତ ଏଥିରେ ବାସ୍ତବ ବ୍ୟବସାୟ ସଂପାଦନ କରାଯାଉଛି । ଏଥିରେ ସୃଜନଶୀଳତା, ପ୍ରଜ୍ଞା ଓ ପ୍ରଯୁକ୍ତି ସାମିଲ ରହିଛି ଏବଂ ଭାରତ ଏସବୁ ଦେବାରେ ସଦାବେଳେ ଶ୍ରେଷ୍ଠ । “ତେଣୁ ଭର୍ଚୁଆଲ୍‍ ପାଭିଲିଅନ୍‍ ସିନେମା ଦୁନିଆର ହସ୍ତୀମାନଙ୍କ ସକାଶେ ଏହା କେବଳ ମିଳନ ସ୍ଥଳ ନୁହେଁ ଆଲୋଚନାର ଫୋରମ୍‍ ହୋଇପାରିବ” ବୋଲି ସେ କହିଥିଲେ ।

ମନ୍ତ୍ରୀ ଜାଭଡ଼େକର କହିଲେ ଯେ ଏବେ ଭାରତରେ ଅନେକ ଆନ୍ତର୍ଜାତିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି ଏବଂ ସେଥିପାଇଁ ୫୦୦ରୁ ଉର୍ଦ୍ଧ୍ୱ ସାଇଟ୍‍ ଉପଲବ୍ଧ ରହିଛି । ଅଧିକରୁ ଅଧିକ ଆନ୍ତର୍ଜାତିକ ଚଳଚ୍ଚିତ୍ରକୁ ଭାରତକୁ ଆକୃଷ୍ଟ କରିବା ସକାଶେ ଭାରତ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । “ଆମେ ଭାରତରେ ଏବେ ସେଥିପାଇଁ ଗୋଟିଏ ଫାସିଲିଟେସନ୍‍ କାର୍ଯ୍ୟାଳୟ ଖୋଲିଛୁ ଯାହା ମାଧ୍ୟମରେ ମାତ୍ର ଥରକରେ ସକଳ ପ୍ରକାର ଅନୁମତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ”ବୋଲି ସେ କହିଛନ୍ତି ।

ଜାଭଡ଼େକର ସୂଚାଇଥିଲେ ଯେ ଅନେକ ଗୁଡ଼ିଏ ହଲିଉଡ଼ ଚଳଚ୍ଚିତ୍ର ସେମାନଙ୍କର ଆନିମେସନ୍‍ ଏବେ ଭାରତରେ ହିଁ କରାଉଛନ୍ତି ଏବଂ ବିଶ୍ୱ ଚଳଚ୍ଚିତ୍ର ଜଗତକୁ ଭାରତର ଅବଦାନ ବୃଦ୍ଧି ପାଇବାରେ ଲାଗିଛି । “କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ସୃଜନଶୀଳତା ଓ ପ୍ରଜ୍ଞାର ଏକ ଉତ୍ସବସ୍ଥଳୀ ଯେଉଁଠାରେ ଏକାଦିକ୍ରମେ ଏହାର ବ୍ୟବସାୟ ମଧ୍ୟ ହୋଇଥାଏ । ଏହା ବିଶ୍ୱର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଚଳଚ୍ଚିତ୍ର ନିର୍ମାଣର ନୂଆ ନୂଆ ସୁଯୋଗ ପ୍ରଦାନ କରିଥାଏ । କରୋନା ମହାମାରୀ ପରେ ଚଳଚ୍ଚିତ୍ର ବ୍ୟବସାୟ ପ୍ରଚୁର ଆର୍ଥିକ ଉପାର୍ଜନ କରିବ ଏବଂ ଏବେ ଓଟିଟି ପ୍ଲାଟଫର୍ମ ନିମନ୍ତେ ଚଳଚ୍ଚିତ୍ରମାନ ମଧ୍ୟ ନିର୍ମାଣ କରାଯାଉଛି” ବୋଲି ସେ ସୂଚାଇଥିଲେ ।

ଫ୍ରାନ୍ସରେ ତଥା ମୋନାକୋ ପ୍ରିନ୍ସପାଲିଟିରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଜାବେଦ୍‍ ଅସ୍ରଫ୍‍ ଏହି ଅବସରରେ ସୂଚନା ଦେଇ କହିଲେ ଯେ କାନସ୍‍ ଚଳଚ୍ଚିତ୍ର ମହୋତ୍ସବ ଭାରତୀୟ ସିନେମା ବିଶ୍ୱ ଦରବାରରେ ପହଞ୍ôଚବାର ଏକ ବୃହତ୍‍ ଗବାକ୍ଷ ଭାବେ କାର୍ଯ୍ୟ କରୁଛି । କୋଭିଡ଼ ମହାମାରୀ ଯୋଗୁ ଏହି ମହୋତ୍ସବରେ ଏବେ ବ୍ୟାଘାତ ସୃଷ୍ଟି ହୋଇଥିଲେ ସୁଦ୍ଧା ଖୁବ୍‍ ଶୀଘ୍ର ବିଶ୍ୱ ଚଳଚ୍ଚିତ୍ର ସମୁଦାୟ ପୁଣି ପରସ୍ପର ସହ ଯୋଡି ହୋଇପାରିବେ । ଭାରତ ଏବେ ବିଶ୍ୱ ସିନେମା ସୁଟିଂର ଏକ ପେଣ୍ଠସ୍ଥଳରେ ପରିଣତ ହେଉଛି ଏବଂ ଓଟିଟି ଡ଼ିଜିଟାଲ ପ୍ଲାଟଫର୍ମ ସ୍ଥାନୀୟ ସିନେବା ଶିଳ୍ପ ଉପରେ ପ୍ରଭାବ ପକାଇଛି । ଭାରତୀୟ ସିନେମା ଆମର ବିବିଧତା, ଐତିହ୍ୟ ଓ ମୁକ୍ତ ସମାଜକୁ ପ୍ରତିଫଳିତ କରେ ଏବଂ ସିନେମା ଆମକୁ ଯେତିକି ମାତ୍ରାରେ ପରସ୍ପର ସହିତ ଯୋଡ଼େ ତାହା ଅନ୍ୟ କେହି କରନ୍ତିନାହିଁ ।

ଭାରତ ପାଭିଲିଅନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.