Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧୁମ ମଚାଇ ଆସିଲା K.G.F Chapter-2 ଚଳଚିତ୍ରର ଏକ ଆକ୍ସନ ପୋଷ୍ଟର, ଏପ୍ରିଲରେ ରିଲିଜ
ବିଶେଷ ଖବର

ଧୁମ ମଚାଇ ଆସିଲା K.G.F Chapter-2 ଚଳଚିତ୍ରର ଏକ ଆକ୍ସନ ପୋଷ୍ଟର, ଏପ୍ରିଲରେ ରିଲିଜ

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଜାରକୁ ଆସିଲା K.G.F Chapter2 ଚଳଚିତ୍ରର ଏକ ଆକ୍ସନ ପୋଷ୍ଟର, ଏପ୍ରିଲରେ ରିଲିଜ

ମୁମ୍ବାଇ: କନ୍ନଡ ଭାଷାରେ ନିର୍ମିତ ଆକ୍ସନ୍ ଡ୍ରାମା K.G.F Chapter2 ଚଳଚିତ୍ରର ଏକ ସ୍ୱତନ୍ତ୍ର ପୋଷ୍ଟର ରିଲିଜ୍ କରାଯାଇଛି।  ଏହି ଚଳଚିତ୍ରଟିର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତ ନୀଲ। ହୋମ୍ବଲେ ଫିଲ୍ମସ୍ ଅଧୀନରେ ବିଜୟ କିରାଗାନ୍ଦୁରଙ୍କ ଦ୍ୱାରା ନିର୍ମିତ । ଏଥିରେ ସଞ୍ଜୟ ଦତ୍ତ, ଶ୍ରୀନଦୀ ଶେଟ୍ଟୀ, ରବିନା ଟଣ୍ଡନ୍ ଏବଂ ପ୍ରକାଶ ରାଜଙ୍କ ସହ କନ୍ନଡ ସୁପରଷ୍ଟାର ୟଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହାର କାହାଣୀଟି କୋଲାର ଏକ ସୁନା ଖଣି ଜମି ଉପରେ ହୋଇଥିବା ରକ୍ତପାତ ଘଟଣା ଉପରେ ଆଧାରିତ। K.G.F Chapter2 ଏପ୍ରିଲ୍ 14 ତାରିଖରେ କନ୍ନଡ, ତେଲୁଗୁ, ହିନ୍ଦୀରେ IMAX ପରଦାରେ ରିଲିଜ୍ ହେବ।   IMAX ର ସ୍ବତନ୍ତ୍ର ପୋଷ୍ଟରରେ ରକିଙ୍କ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରହିଛି ଯାହା ପୃଷ୍ଠଭୂମିରେ ବିଶୃଙ୍ଖଳା ଏବଂ ଗୁଣ୍ଡରାଜ ସହିତ ଦୁଇ ହାତରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ଏକ ଭୟଙ୍କର ଦୃଶ୍ୟ ରହିଛି। ଏହି ପୋଷ୍ଟରରେ ରକି ଯେତେବେଳେ ତାଙ୍କ ଶତ୍ରୁମାନଙ୍କୁ ପ୍ରତିଶୋଧ ନେବା ପାଇଁ ଚିତ୍କାର କରୁଛନ୍ତି ସେହି ସମୟର ଚିନ୍ତାଧାରା ଏଥିରେ ପ୍ରତିଫଳିତ ହୋଇଛି।

K.G.F Chapter2 ରିଲିଜ ସଂପର୍କରେ IMAX ର  ଆନ୍ତର୍ଜାତୀୟ ଉନ୍ନୟନ ଏବଂ ବିତରଣ ଉପସଭାପତି ଖ୍ରୀଷ୍ଟୋଫର୍ ଟିଲମ୍ୟାନ୍ କହିଛନ୍ତି ଯେ,  “IMAX ଦର୍ଶକଙ୍କୁ ଜୀବନ୍ତ ଅଭିଜ୍ଞତା ପ୍ରଦାନ କରିବ। ଆମେ ନିଶ୍ଚିତ ଯେ IMAX ଅଭିଜ୍ଞତା ଦର୍ଶକଙ୍କୁ ଏହି ଆକର୍ଷଣୀୟ ଚଳଚ୍ଚିତ୍ରର ଏକ ଅଂଶ ହେବା ପାଇଁ ସୁଯୋଗ ପ୍ରଦାନ କରିବ।  ଏକ ଶକ୍ତିଶାଳୀ କାହାଣୀ ଉପରେ ଆଧାରିତ ଏହି K.G.F Chapter2  ନିଶ୍ଚିତ ଭାବେ IMAX ରେ ଏକ ଆକର୍ଷଣୀୟ ଭାବେ ପ୍ରଦର୍ଶିତ ହେବ ବୋଲି ଆମେ ଆଶାବାଦୀ ବୋଲି ଟିଲମ୍ୟାନ୍ କହିଛନ୍ତି।

ହୋମ୍ବଲେ ଫିଲ୍ମସର ସହ-ପ୍ରତିଷ୍ଠାତା ଚଲୁଭ୍ ଗୋୱଡା କହିଛନ୍ତି, K.G.F Chapter2ର ରିଲିଜ ତାରିଖ ଘୋଷଣା କରି ଆମେ ଆନନ୍ଦିତ ଏବଂ ଗର୍ବିତ। IMAX ରେ ପ୍ରଦର୍ଶିତ ହେବାକୁ ଥିବା K.G.F Chapter2  ପ୍ରଥମ କନ୍ନଡ ଚଳଚ୍ଚିତ୍ର ହେବାକୁ ଯାଉଛି। ଆମର ପ୍ରଶଂସକମାନଙ୍କୁ ସର୍ବୋତ୍ତମ ଉପଲବ୍ଧ ଟେକ୍ନୋଲୋଜି ସହିତ ମନୋରଞ୍ଜନ ପ୍ରଦାନ କରିବାକୁ ଆମେ IMAX ସହିତ ଆମର ସହଭାଗୀତା କରିଛୁ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନଠାରୁ ପ୍ରଶଂସକଙ୍କ ପ୍ରତିକ୍ରିୟା ଅବିଶ୍ୱସନୀୟ। ସେଥିପାଇଁ ଆମେ ଆମର ବିତରଣ ନେଟୱାର୍କକୁ ସଂପ୍ରସାରଣ କରିବାକୁ ଚେଷ୍ଟା କରିଛୁ। ଏହି ଚଳଚ୍ଚିତ୍ରଟି ବେଶ ଉଚ୍ଚ କୋଟିର ହୋଇଛି। ଆମେ ନିଶ୍ଚିତ ଯେ ଏହି K.G.F Chapter2  ଏକ ଐତିହାସିକ ଚଳଚିତ୍ର ହେବ।

IMAX ସହିତ ଆମର ସହଭାଗୀତା ଆମର ଚିନ୍ତାଧାରା ସହିତ ମେଳ ଖାଉଛି ଏବଂ ଆମେ ଆଶା କରୁଛୁ ଯେ ଏହି ସହଭାଗୀତି ସହିତ ଆମେ ଆମର ପ୍ରଶଂସକମାନଙ୍କ ପାଇଁ ଏକ ବିଶ୍ୱ ସ୍ତରୀୟ ଅଫର୍ ଆଣିବାକୁ ସକ୍ଷମ ହୋଇପାରିବୁ।  ଆଗାମୀ ବର୍ଷରେ ଆମର ସହଭାଗିତାକୁ ମଜବୁତ କରିବା ପାଇଁ ଆମେ IMAX  ଗ୍ରୁପ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜାରି ରଖିବୁ ବୋଲି ଗୋୱଡା କହିଛନ୍ତି। ”

K.G.F Chapter2 ଭାରତର ସମସ୍ତ IMAX ପରଦାରେ ମୁକ୍ତିଲାଭ କରିବ। ଏଥିସହିତ ବିଶ୍ବ ବଜାରରେ କେତେକ ନିର୍ଦ୍ଧିଷ୍ଠ IMAX ପରଦାରେ ଏହା ଆସିବ।

କେଜିଏଫ ଚ୍ୟାପଟର2
Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.