Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହସପିଟାଲରେ ମିଥୁନ ଚକ୍ରବର୍ତ୍ତି, ଫଟୋକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା
ଜାତୀୟ ଖବର

ହସପିଟାଲରେ ମିଥୁନ ଚକ୍ରବର୍ତ୍ତି, ଫଟୋକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହସପିଟାଲରେ ମିଥୁନ ଚକ୍ରବର୍ତ୍ତି, ଫଟୋକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତି ହସପିଟାଲର ଭର୍ତ୍ତି ହୋଇଛନ୍ତି। ତାଙ୍କ ଦେହ ସାଂଘାତିକ. କେତେବେଳେ କଣ ହେବ କହି ହେବ ନାହିଁ। ଏହିପରି ଲେଖାଥିବା ଏକ ଫଟୋ ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଚାଲିଛି। ମିଥୁନଙ୍କ ଫ୍ୟାନମାନେ ବିଚଳିତ ହୋଇପଡିଛନ୍ତି।

କାରଣ ହେଲା ମିଥୁନ ଚକ୍ରବର୍ତ୍ତି ଅଶିଦଶକରେ ହିନ୍ଦି ଚଳଚିତ୍ର ଜଗତରେ ରାଜ କରୁଥିଲେ। ତାଙ୍କର ଆକ୍ସନ ସହିତ ଡ୍ୟାନର ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ସେହିପରି ତାଙ୍କର ଡାଇଲଗ ଆଜି ପର୍ଯ୍ୟନ୍ତ ସେହି ସମୟର ଦର୍ଶକ ମନେ ରଖିଛନ୍ତି। ଏକଦା ଡିସ୍କୋ ଡ୍ୟାନସ ପରି ଚଳଚିତ୍ରରେ ଅଭିନୟ କରି ମିଥୁନ ବେଶ ଲୋକ ପ୍ରିୟ ହୋଇପଡିଥିଲେ। ସେଥିପାଇଁ ତାଙ୍କର ଅଭିନୟକୁ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କୁ ସ୍ମରଣ କରାଇ ଦେଉଛି।

ଫଳରେ ମିଥୁନଙ୍କୁ ହସପିଟାଲ ଫଟୋଟି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କର ଫ୍ୟାନମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି। ତାଙ୍କର କଣ ହୋଇଛି ବୋଲି ସମସ୍ତେ ଗୁଗୁଲ ସର୍ଚ୍ଚ କରିବାକୁ ଲାଗିଲେ। ହେଲେ କେଉଁଠାରେ କିଛି ମିଳିଲା ନାହିଁ। ପରବର୍ତ୍ତି ସମୟରେ ଦେଖାଦେଲା ଯେ, ଅନେକ ବିଶିଷ୍ଟ ବ୍ୟକ୍ତି ସେହି ଫଟୋରେ ଶିଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରିବା ଆରମ୍ଭ କଲେ।

ଏସବୁ ପରିସ୍ଥିତି ଦେଖି ବିଜେପି ନେତାମାନେ ମଧ୍ୟ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ। ବିଜେପି ନେତା ସଂଜୟ ସିଂହ, ଡ ଅନୁପମ ହଜାରେ ପ୍ରମୁଖ ତାଙ୍କର ଶିଘ୍ର ଆରୋଗ୍ୟ କାମନା କଲେ। ସେମାନଙ୍କ ପ୍ରାର୍ଥନା ଦେଖି ସାଧାରଣ ଲୋକେ ବିଶ୍ବାସ କଲେ ଯେ ମିଥୁନଦାଙ୍କର କଣ କିଛି ହୋଇଛି।

ଧିରେଧିରେ ଏହି ଫଟୋ ଭାଇରାଲ ହେବାରେ ଲାଗିଲା। ଟୁଇଟରର ସହିତ ସବୁ ସାମାଜିକ ଗଣମାଧ୍ୟମରେ ଏହା ଘୁରି ବୁଲିଲା। ଫଳରେ ଏହାକୁ ନେଇ ମିଥୁନଙ୍କ ପୁତ୍ର ମିମୋହ ଚକ୍ରବର୍ତ୍ତି ସ୍ପଷ୍ଟିକରଣ ଦେବାକୁ ବାଧ୍ୟ ହେଲେ। ସେ କହିଲେ ଯେ, ବାବାଙ୍କ କିଡନରେ ପଥର ଜମିଥିବାରୁ ତାହା ଅପେରସନ କରାଯାଇ ବାହାର କରାଯାଇଥିଲା। ବର୍ତ୍ତମାନ ସେ କେବେଠାରୁ ହସପିଟାଲରୁ ଡିସଚାର୍ଯ୍ୟ ହୋଇ ଆସିସାରିଲେଣି। ସେହି ଫଟୋଟି ସେହି ସମୟର ବୋଲି ପୁଅ ଟୁଇଟ କରି ଜଣାଇଲେ।

ଏହାପରେ ମିଥୁନଙ୍କ ଫ୍ୟାନମାନେ ନିଃସ୍ବାସ ମାରିଥିଲେ। ସମସ୍ତେ ସେହି ଟୁଇଟିରେ ହେ ଭଗବାନ ଆପଣଙ୍କୁ ଧନ୍ୟବାଦ ବୋଲି ଉଲ୍ଲେଖ କଲେ।

Mithun Chakrabarti ମିଥୁନ ଚକ୍ରବର୍ତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.