Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କାନସ୍ ଚଳଚିତ୍ର ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ
ଅନ୍ତରାଷ୍ଟ୍ରୀୟ

କାନସ୍ ଚଳଚିତ୍ର ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

May 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କାନସ୍ ରେଡ୍ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: କାନସ୍ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍ କାର୍ପେଟ୍‌ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ ଏହି ମହୋତ୍ସବରେ ସମ୍ମାନିତ ସଦସ୍ୟ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରୁଛି । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ୧୧ ଜଣ ଭାରତୀୟ ଚଳଚ୍ଚିତ୍ର ଜଗତର ତାରକା ଏଥିରେ ସାମିଲ ହୋଇଥିଲେ ।

ତେବେ ଭାରତୀୟ ଲୋକ କଳାକାର ମେମେ ଖାନ ପ୍ରଥମ ଭାରତୀୟ ଲୋକ କଳାକାର ଭାବେ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇ ରେଡ୍ କାର୍ପେଟରେ ଚାଲିବାର ସୁଯୋଗ ପାଇଥିଲେ। ଭାରତୀୟ ଲୋକ କଳା ଜଗତ ପାଇଁ ଏହା ଥିଲା ଏକ ଐତିହାସିକ ମୁହୂର୍ତ୍ତ ।

କାନ୍ସ ରେଡ୍ କାର୍ପେଟରେ ଭାରତୀୟ ଚଳଚ୍ଚିତ୍ର ଜଗତର ବିବିଧତା ଏବଂ ଅଭିନବ ସ୍ବରୂପ ଦେଖିବାକୁ ମିଳିଥିଲା, ଏଥିରେ ସାରା ଭାରତରୁ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ବ୍ୟକ୍ତିତ୍ବମାନେ ଅଂଶଗ୍ରହଣ କରିଥିଲେ । ପାଲାଏସ ଡେସ ମହୋତ୍ସବର ଐତିହାସିକ ସୋପାନ ଦେଇ ୧୧ ଜଣିଆ ଭାରତୀୟ ପ୍ରତିନିଧି ଦଳ ଅତିକ୍ରମ କରିବା ସମୟରେ, ବିଶ୍ବ ଚଳଚ୍ଚିତ୍ରର ପ୍ରମୁଖ କେନ୍ଦ୍ର ହେବାରେ ଭାରତର ଆକାଂକ୍ଷା ପ୍ରତିଫଳିତ ହୋଇଥିଲା ।

କେନ୍ଦ୍ର ମନ୍ତ୍ରୀଙ୍କ ସହ ସାମିଲ ହୋଇଥିବା କଳା ଜଗତର ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହାନ ସଙ୍ଗୀତଜ୍ଞ ସାମିଲ ଥିଲେ ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଭାରତର ସମ୍ମାନ ବଢ଼ାଇଛନ୍ତି । ସେହିପରି ଏହି ପ୍ରତିନିଧି ଦଳରେ ବିଭିନ୍ନ କ୍ଷେତ୍ର, ଭାଷା, ଭାରତୀୟ ସିନେମାର ମୁଖ୍ୟଧାରା ଏବଂ ଓଟିଟି ଚଳଚ୍ଚିତ୍ରର ବିବିଧତାକୁ ପ୍ରଦର୍ଶିତ କରୁଥିବା ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ଅଭିନେତ୍ରୀମାନେ ସାମିଲ ଥିଲେ। କାହାଣୀକାରଙ୍କ ଦେଶ ଭାରତ କାନ୍ସ ଠାରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଦୃଢ଼ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଥିଲା।

ଏହି ପ୍ରତିନିଧି ଦଳରେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ସାମିଲ ଥିଲେ। ସେ ପୂର୍ବରୁ ମଧ୍ୟ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିସାରିଛନ୍ତି। ଲଞ୍ଚବକ୍ସ, ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଭଳି ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ, ଜୀବନ୍ତ ଓ ପ୍ରଭାବଶାଳୀ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିପାରିଛି। ୟୁରୋପୀୟ ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ରହିଛି। ବିଭିନ୍ନ ପ୍ରକାର ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ଭାରତ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯେ ସକ୍ଷମ ତାହା ନୱାଜୁଦ୍ଦିନଙ୍କ ଅଭିନୟରେ ପ୍ରତିଫଳିତ ହୋଇଥାଏ।

ଭାରତୀୟ ପ୍ରତିନିଧି ଦଳରେ ସଙ୍ଗୀତକାର ଏଆର ରେହମାନଙ୍କ ଉପସ୍ଥିତି ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତର ଭବ୍ୟ ସ୍ବରୂପକୁ ଉଜାଗର କରିଥିଲା। ବିଶ୍ବର ଅନ୍ୟ ପ୍ରାନ୍ତ ଅପେକ୍ଷା ଭାରତୀୟ ଚଳଚ୍ଚିତ୍ରରେ ସଙ୍ଗୀତକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ବିଭିନ୍ନ ପ୍ରକାର ଶୈଳୀକୁ ନେଇ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତର ସାରସଂଗ୍ରହ ଏଆର ରେହମାନଙ୍କ ଉପସ୍ଥିତିରେ କାନ୍ସ ରେଡ୍ କାର୍ପେଟରେ ପ୍ରତିଫଳିତ ହୋଇଥିଲା। ଚଳିତ ବର୍ଷ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତକାର ରିକୀ କେଜ୍ ମଧ୍ୟ ଅଂଶଗ୍ରହଣ କରିଥିଲେ। ନୂଆ ପିଢ଼ିର ସଙ୍ଗୀତକାର ରିକୀ ଏକାଧିକ ଗ୍ରାମୀ ପୁରସ୍କାର ଜିତିଚଛନ୍ତି । ଅନ୍ୟପଟେ ମମେ ଖାନଙ୍କ ଉପସ୍ଥିତି ଭାରତୀୟ ସିନେମା ଉପରେ ଲୋକ କଳାର ପ୍ରଭାବକୁ ପ୍ରଦର୍ଶିତ କରିଥିଲା । ସଂଖ୍ୟାଧିକ ଚିର ସବୁଜ ଗୀତ ଲେଖିଥିବା ବିଶିଷ୍ଟ ଗୀତିକାର ପ୍ରସୁନ ଜୋଶୀ ମଧ୍ୟ ଯୋଗ ଦେଇଥିଲେ। ଶ୍ରୀ ଯୋଶୀ ବର୍ତ୍ତମାନ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଅଧ୍ୟକ୍ଷ ଅଛନ୍ତି।

ଏଥିରେ ବିଭିନ୍ନ କ୍ଷେତ୍ରୀୟ ଚଳଚ୍ଚିତ୍ରର ସଦଭାବନା ଦୂତ (ଆମ୍ବାସଡର)ମାନେ ସାମିଲ ହୋଇଥିଲେ। ଏହାଦ୍ବାରା ୨୫ଟି ଆଞ୍ଚଳିକ ଚଳଚ୍ଚିତ୍ର ଉଦ୍ୟୋଗକୁ ନେଇ ସୁଦୃଢ଼ ଭାରତୀୟ ଚଳଚ୍ଚିତ୍ର ଜଗତ ସାରା ବିଶ୍ବକୁ ଏକ ବିଶେଷ ବାର୍ତ୍ତା ଦେଇଥିଲା ଯେ, ଚଳଚ୍ଚିତ୍ର ନିର୍ମାଣର ବିବିଧ ରଙ୍ଗ ଓ ଶୈଳୀ ଭାରତରେ ଉପସ୍ଥିତ ରହିଛି। ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ମୁଖ୍ୟ ଆକର୍ଷଣ ରହିଛି।

ତାମିଲ, ତେଲୁଗୁ, ମଲାୟଲମ, କନ୍ନଡ଼, ହିନ୍ଦୀ ଓ ଇଂରାଜୀ-୬ଟି ଭିନ୍ନ ଭିନ୍ନ ଭାଷାରେ ଅଭିନୟ ଓ ପ୍ରଯୋଜନା କରିଥିବା ଅଭିନେତା ଓ ନିର୍ମାତା ଆର. ମାଧବନ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହେବା ଭାରତୀୟ ଚଳଚ୍ଚିତ୍ର ଜଗତର ବିବିଧତାକୁ ପ୍ରଦର୍ଶିତ କରିଥାଏ । ତେଲୁଗୁ ଚଳଚ୍ଚିତ୍ର ଜଗତର ଦୁଇ ଲୋକପ୍ରିୟ ତାରକା ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ପୂଜା ହେଗଡ଼େ ଭାରତୀୟ ପ୍ରତିନିଧି ଦଳରେ ସାମିଲ ଥିଲେ ।

ମିଷ୍ଟର ଇଣ୍ଡିଆ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ବିଶିଷ୍ଟ ନିର୍ମାତା, ନିର୍ଦ୍ଦେଶକ ତଥା ବର୍ତ୍ତମାନ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ସଂସ୍ଥାନ (ଏଫଟିଆଇଆଇ)ର ଅଧ୍ୟକ୍ଷ ଥିବା ଶେଖର କପୁର ଏବଂ ଅଭିନେତ୍ରୀ ତଥା ସିବିଏଫସିର ସଦସ୍ୟା ବାଣୀ ତ୍ରିପାଠୀ ମଧ୍ୟ ଭାରତୀୟ ଦଳରେ ସାମିଲ ଥିଲେ ।

ରେଡ୍ କାର୍ପେଟ୍‌ରେ ଉପସ୍ଥିତ ହେବାର କ୍ରମରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟମାନେ ହେଲେ:

ମେମେ ଖାନ, ରାଜସ୍ଥାନର ଲୋକପ୍ରିୟ ଲୋକ ସଙ୍ଗୀତ ଗାୟକ

ଶେଖର କପୁର, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ

ପୂଜା ହେଗଡ଼େ, ଅଭିନେତ୍ରୀ

ନୱାଜୁଦ୍ଦିନ ସିଦ୍ଦିକି, ଅଭିନେତା

ତମନ୍ନା ଭାଟିଆ, ଅଭିନେତ୍ରୀ

ଅନୁରାଗ ଠାକୁର, ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରତ ସରକାର

ଆର ମାଧବନ, ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ

ଏଆର ରେହମାନ, ବିଶ୍ବପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ

ପ୍ରସୁନ ଯୋଶୀ, ସିବିଏଫସି ଅଧ୍ୟକ୍ଷ ଓ ଲୋକପ୍ରିୟ ଗୀତିକାର

ବାଣୀ ତ୍ରିପାଠୀ, ପ୍ରଯୋଜିକା, ସିବିଏଫସି ସଦସ୍ୟା, ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ

ରିକୀ କେଜ୍‌, ଦୁଇ ଥର ଗ୍ରାମୀ ପୁରସ୍କାର ବିଜେତା ଓ ସଙ୍ଗୀତଜ୍ଞ

Share. Facebook Twitter LinkedIn Email WhatsApp Copy Link

Related Posts

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026
Latest News

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.