Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“କାନ୍ସ ନେକ୍ସଟ” ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ ଷ୍ଟାର୍ଟଅପ୍‌ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

“କାନ୍ସ ନେକ୍ସଟ” ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ ଷ୍ଟାର୍ଟଅପ୍‌ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

May 22, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “କାନ୍ସ ନେକ୍ସଟ” ରେ ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍‌ ମୁରୁଗନ ଷ୍ଟାର୍ଟଅପ୍‌ର ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି।

ପ୍ରାରମ୍ଭରେ ଡ. ମୁରୁଗନ କାନ୍ସ ନେକ୍ସଟ ର ଉତ୍କୃଷ୍ଟ ପଦକ୍ଷେପ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ, ଯାହାକି ଅଡିଓ ଭିଜୁଆଲ୍ ପ୍ରଡକ୍ସନ୍ ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରତିଭାଧାରୀ ଷ୍ଟାର୍ଟଅପ୍ ମାନଙ୍କୁ ଏକ ପ୍ରମୁଖ ପ୍ଲାଟଫର୍ମ ପ୍ରଦାନ କରିଛି।

ଚଳଚ୍ଚିତ୍ର ନିର୍ମାଣ ହବ୍ ଭାବରେ ଭାରତର ଗୁରୁତ୍ବ ବିଷୟରେ ସେ କହିଥଲେ ଯେ “2000 ରୁ ଅଧିକ ଚଳଚ୍ଚିତ୍ର ପ୍ରତିବର୍ଷ ବିଭିନ୍ନ ଭାଷାରେ ନିର୍ମିତ ହେଉଥିବାରୁ ପ୍ରତିଭାବାନ ତଥା ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଦ୍ୱାରା ଭାରତ ଚଳଚ୍ଚିତ୍ରର ସର୍ବ ବୃହତ ଉତ୍ପାଦକ ଅଟେ। 1.3 ବିଲିୟନ ଜନସଂଖ୍ୟା ସହିତ ଏହା ସବୁଠାରୁ ବଡ ଏବଂ ସବୁଠାରୁ ଲାଭଜନକ ଚଳଚ୍ଚିତ୍ର ବଜାର ମଧ୍ୟରୁ ଅନ୍ୟତମ। କାହାଣୀକାର ତଥା ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଭାରତ ଏକ ମହାନ ଦେଶ ଏବଂ ବର୍ତ୍ତମାନ ଏହା ବିଶ୍ବର ବିଷୟବସ୍ତୁ ହବ୍ ଭାବରେ ଉଭା ହେଉଛି। ”

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ମାର୍ଟ ଫୋନର ସର୍ବ ବୃହତ ଉତ୍ପାଦକ ତଥା ଉପଭୋକ୍ତା ହୋଇଥିବାରୁ ଚଳଚ୍ଚିତ୍ରଗୁଡ଼ିକ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଇଣ୍ଟରନେଟ୍ ଭିତ୍ତିକ ମିଡିଆ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହୋଇପାରିଛି, ଯାହାଫଳରେ ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଏହାକୁ ଦେଖିବାର ସୁଯୋଗ ପାଇ ପାରୁଛନ୍ତି। ସେ କହିଛନ୍ତି, “ବୈଷୟିକ ଏବଂ ସଫ୍ଟୱେର୍ ପ୍ରତିଭାର ଏକ ବୃହତ ସମ୍ଭାର ସହିତ, ଚଳଚ୍ଚିତ୍ରର ଆଧୁନିକ ବ୍ୟବସାୟରେ ବିଶେଷ କରି ଚଳଚ୍ଚିତ୍ର ନିର୍ମାଣର ବୈଷୟିକ ଦିଗଗୁଡ଼ିକରେ ଭାରତରେ ଆବଶ୍ୟକ ଜ୍ଞାନ କୌଶଳ ଏବଂ ଟେକ୍ନୋଲୋଜି ଉପଲବ୍ଧ ରହିଛି।

ଡା. ମୁରୁଗାନ୍ ଦର୍ଶକଙ୍କୁ ସୂଚନା ଦେଇଛନ୍ତି ଯେ “ଅଡିଓ ଭିଜୁଆଲ୍ ହେଉଛି ସେହି କ୍ଷେତ୍ର ଯେଉଁଠାରେ ଟେକ୍ନୋଲୋଜି କଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ।  ବ୍ଲକ୍ ଚେନ୍, ଡିପ୍‌ ଲର୍ଣ୍ଣିଂ, ଏଆଇ ଏବଂ ଭିଆର ଭଳି ନୂତନ ଟେକ୍ନୋଲୋଜିଗୁଡିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଉତ୍କୃଷ୍ଟ ଭାବରେ କାମ କରୁଛି। ବିଷୟବସ୍ତୁ ଅନୁବାଦ, ପ୍ରଭାବଶାଳୀ ସବ୍‌-ଟାଇଟଲିଂ ଭାଷାଗୁଡ଼ିକ ମଧ୍ୟରେ ରହିଥିବା ପ୍ରତିବନ୍ଧକକୁ ଦୂର କରିପାରୁଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଡିଜିଟାଲ୍ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆ ଉପରେ ଧ୍ୟାନ ଦେଇ ଭାରତ ଆଜି ବିଶ୍ୱର ଅନ୍ୟତମ ଜୀବନ୍ତ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ରେ ପରିଣତ ହୋଇଛି।  100 ରୁ ଅଧିକ ୟୁନିକର୍ଣ୍ଣ ସହିତ ଯୁବ ବୈଷୟିକ ଜ୍ଞାନ କୌଶଳର ଭାରତୀୟଙ୍କ ନେତୃତ୍ୱରେ ପଦଯାତ୍ରା ସୁଦୃଢ଼ ହେବାକୁ ଯାଉଛି। ”

ଦେଶର ନେତୃତ୍ୱକୁ ଧନ୍ୟବାଦ ଜଣାଇ ଡା. ମୁରୁଗାନ୍ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଚମ୍ପିଆନ୍ ସେକ୍ଟର ଭାବରେ ଅଡିଓ ଭିଜୁଆଲ୍ ସେକ୍ଟର ଉପରେ ଭାରତ ଅଧିକ ଧ୍ୟାନ ଦେଉଛି।

ଷ୍ଟାର୍ଟ ଅପ୍ ମାନଙ୍କୁ ଉତ୍ସାହିତ କରି ମନ୍ତ୍ରୀ କହିଛନ୍ତି ଯେ ଆନିମେସନ୍, ଭର୍ଚୁଆଲ୍ ରିଅଲିଟି, ଗେମିଂ, ଏକ୍ସଟେନ୍‌ଡେଡ୍‌ ରିଅଲିଟି ହେଉଛି ସର୍ବଦା ବିସ୍ତାରିତ କ୍ଷେତ୍ର ଯେଉଁଠାରେ ଯୁବ ଷ୍ଟାର୍ଟ ଅପ ମାନେ ସେମାନଙ୍କର ନୂତନ ଚିନ୍ତାଧାରା ସହିତ ପ୍ରବେଶ କରିପାରିବେ |

“ଆମେ ପ୍ରତ୍ୟେକ ବ୍ୟବସାୟରେ ବଡ଼ ଧରଣର ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପରିବର୍ତ୍ତନ ଯୁଗରେ ଅଛୁ, ଏବଂ ଚଳଚ୍ଚିତ୍ର ନିର୍ମାଣ ଏଥିରେ ଏକ ବ୍ୟତିକ୍ରମ ନୁହେଁ। ବ୍ୟବସାୟର ପୁରାତନ ପ୍ରଣାଳୀ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି। ଏହା ସହିତ ନୂତନ ନିର୍ମାଣ, ମାର୍କେଟିଂର ହାଇପର ଲୋକାଲାଇଜେସନ, ବ୍ୟକ୍ତିଗତ ପସନ୍ଦ ଓ ସ୍ବାଦରେ ପରିବର୍ତ୍ତନ ହେତୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ବ୍ୟାପକସ୍ତରୀୟ ପ୍ରବେଶ ଏବଂ ପରିବର୍ତ୍ତନ ହେଉଛି’’ ବୋଲି ମନ୍ତ୍ରୀ କହିଛନ୍ତି।

କାନ୍‌ସରେ 5 ଟି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଥିବାରୁ ସନ୍ତୋଷତା ବ୍ୟକ୍ତ କରି ଡା. ମୁରୁଗନ କହିଛନ୍ତି ଯେ ‘‘ମୁଁ ଆଶା କରେ ଯେ ସେମାନଙ୍କର ଚିନ୍ତାଧାରା ପ୍ରଡ୍ୟୁସର ଓ ଫାଇନାନ୍‌ସର ଓ ବ୍ୟବସାୟ ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିବ ଓ ସେମାନେ ସେମାନଙ୍କର ଉତ୍ପାଦ ପାଇଁ ବ୍ୟାପକ ପ୍ଲାଟଫର୍ମ ପାଇପାରିବେ। ମୁଁ ଖୁସି ଯେ ସେମାନେ ‘ଲୋକାଲ୍ ଷ୍ଟେଜ ରୁ ଗ୍ଲୋବାଲ୍ ଷ୍ଟେଜ’ କୁ ଗତି କରୁଛନ୍ତି।

ଏବଂ କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ ରୁ ଆଉ ଅଧିକ ଭଲ ପ୍ଲାଟଫର୍ମ କଣ ହୋଇପାରେ।

କାନ୍ସ ନେକ୍ସଟ ବିଷୟରେ

କାନ୍ସ ନେକ୍ସଟ ହେଉଛି ଏକ ଏକ୍‌ଜିକ୍ୟୁଟିଭ୍ କନ୍‌ଫରେସନ୍‌ସ ଏବଂ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତକୁ ଅନୁସନ୍ଧାନ କରୁଥିବା ବ୍ୟବସାୟ ବିକାଶ ପ୍ଲାଟଫର୍ମ। ସହଭାଗୀତାକୁ ବଢ଼ାଇବା ଏବଂ ବିଶ୍ବ ସ୍ତରୀୟ ସୃଜନଶୀଳତାକୁ ଅତ୍ୟାଧୁନିକ ବ୍ୟବସାୟ ଏବଂ ବୈଷୟିକ ଉଦ୍ଭାବନ ସହିତ ସଂଯୋଗ କରି ବ୍ୟବସାୟ ସୁଯୋଗକୁ ବୃଦ୍ଧି କରିବା କ୍ଷେତ୍ରରେ ଏହା ଏକ ନିଆରା ସମାବେଶ।

ଏହା ଏକ ନୂତନ ବିଭାଗ ଯାହାକି ଶୀର୍ଷ-ସ୍ତରର ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଏବଂ ନିର୍ଣ୍ଣୟକାରୀଙ୍କ ଦ୍ବାରା ଅନୁପ୍ରାଣିତ ଏକ ପ୍ରେରଣାଦାୟକ ସମ୍ମିଳନୀ, କୀ ନୋଟ୍, ଏବଂ ପ୍ୟାନେଲ୍ ଆଲୋଚନା ମାଧ୍ୟମରେ ଅନୁପ୍ରାଣିତ। ଆମର ବିଭିନ୍ନ ଇଭେଣ୍ଟ ମଧ୍ୟରେ ସୃଜନଶୀଳତା, କ୍ଲାଏଣ୍ଟ ଏବଂ ଟେକ୍ କମ୍ପାନୀଗୁଡିକ ସହିତ ନେଟୱାର୍କ ବଢ଼ାଇବା ଦିଗରେ ମଧ୍ୟ କାର୍ଯ୍ୟ ହେଉଛି।

ଉପରୋକ୍ତ ସହିତ ଏହା କାର୍ଯ୍ୟନିର୍ବାହୀ ଏବଂ ଉଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ଦେଶ ପ୍ରତିନିଧୀଙ୍କ ନେଟୱାର୍କିଂକୁ ଅନ୍ତର୍ଭୁକ୍ତ କରିବ, ଷ୍ଟାର୍ଟଅପ୍ ପିଚ୍ ଅଧିବେଶନରେ ଯୋଗଦେବ ଏବଂ ନୂତନ ବ୍ୟବସାୟ ସୁଯୋଗ ଅନୁସନ୍ଧାନ କରିବ |

ଏଗୁଡ଼ିକ ହେଉଛି ଷ୍ଟାର୍ଟଅପ୍ ଲ୍ୟାବ ଯାହାକି ଅଡିଓ ଭିଜୁଆଲ୍ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ ସମ୍ବନ୍ଧୀୟ ପ୍ରକଳ୍ପର ପ୍ରାୟୋଜକ ପାଇଁ ଆନ୍ତର୍ଜାତୀୟ ପାଣ୍ଠି ଖୋଜୁଥିବା ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ପାଇଁ 2022 କ୍ୟାନ୍ସରେ ପ୍ରବର୍ତ୍ତିତ ହେଉଛି |

କାନ୍‌ସ ନେକ୍ସଟରେ ପାଞ୍ଚଟି ଭାରତୀୟ ଷ୍ଟାର୍ଟଅପ୍ ସେମାନଙ୍କର ଚିନ୍ତାଧାରାକୁ ଉପସ୍ଥାପନ କରିଥିଲେ। ସେଗୁଡ଼ିକ ହେଉଛନ୍ତି :

  1. ପକେଟ୍ ଏସେସ୍ ପିକ୍‌ଚର୍ସ ପ୍ରାଇଭେଟ୍ ଲିମିଟେଡ୍‌ (ପ୍ରତିଷ୍ଠାତା : ଅଦିତି ଶ୍ରୀବାସ୍ତବ)
  2. କ୍ରୁପ୍ ଏଆଇ ପ୍ରାଇଭେଟ୍ ଲିମିଟେଡ୍‌ (ପ୍ରତିଷ୍ଠାତା : ଜ୍ୟୋତି ଯୋଶୀ)
  3. ଭର୍ବୋଲ୍ୟାବ୍‌ସ ଲାଙ୍ଗୁଏଜେସ୍ (ଓପିସି) ପ୍ରାଇଭେଟ୍ ଲିମିଟେଡ୍‌ (ପ୍ରତିଷ୍ଠାତା : ପୃଥ୍‌ୱି ଜୈନ)
  4. ରୁଟ୍‌ସ ଭିଡିଓ (ପ୍ରତିଷ୍ଠାତା : ଜୟରଞ୍ଜନ ରାଜଶେଖରନ୍ ନୟର)
  5. ଗାମିଟ୍ରୋନିକ୍‌ସ (ପ୍ରତିଷ୍ଠାତା : ରଜତ ଝା)
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025
Latest News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ

December 22, 2025

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.